Advertisment

ରାକ୍ଷସ ବାପା! କରୁଥିଲା ଦୁଷ୍କର୍ମ, ତଥାପି SSC ପରୀକ୍ଷାରେ ପାସ୍ କଲା ଝିଅ

ତଦନ୍ତ ପରେ ଡିଏନଏ ରିପୋର୍ଟରୁ ଏହା ସ୍ପଷ୍ଟ ହେଲା ଯେ ନାବାଳିକାର ବାପା ହିଁ ପିଲାର ଜନ୍ମକଲା ବାପା। ଏହାପରେ ସେ ଦୋଷୀ ସାବ୍ୟସ୍ତ ହେଲେ । ଜେଲ୍ ଯିବା ସହ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦେଲେ।

ଅଦ୍ୟତନ ହୋଇଛି
SSC

SSC

Advertisment

ଆପଣ ସଫଳତାର ଅନେକ କାହାଣୀ ଶୁଣିଥିବେ। କିଏ ଅର୍ଥାଭାବ ସତ୍ତ୍ୱେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବେଳେ ଆଉ କିଏ ନିଜ ଲୋକଙ୍କୁ ହରାଇ ବି ସଫଳତାକୁ ପ୍ରାପ୍ତ କରିଥାଏ। ମାତ୍ର ଆମେ ଜଣାଇବାକୁ ଚାହୁଁଥିବା ନାବାଳିକାଙ୍କ ସଂଘର୍ଷ ସଂପୂର୍ଣ୍ଣ ଭିନ୍ନ। ସମସ୍ତ ଥାଇବି ସେ ଏକା। ଆଉ ନିଜ ବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବାପରେ ମାନସିକ ଚାପ ସତ୍ତ୍ୱେ ସେ ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ୱାରା କରାଯାଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି।

Advertisment

ସୂଚନା ଅନୁସାରେ, ନାବାଳିକା ଜଣକ ୨୦୨୩ରେ ବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ପେଟରେ ଯନ୍ତ୍ରଣା ହେବା ପରେ ଡାକ୍ତରଙ୍କୁ ଦେଖାଇଥିଲେ ଓ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। କିଛି ମାସ ପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ଏହାରି ଭିତରେ ସେ ପାଠପଢା ଛାଡିନଥିଲେ। ଯେତେବେଳେ ପୋଲିସ୍ ମାମଲା ପଞ୍ଜୀକୃତ କଲା, ଡାକ୍ତରୀ ପରୀକ୍ଷା ଚାଲିଥିଲା ଏବଂ ଅନ୍ୟାନ୍ୟ ଆଇନଗତ ସମସ୍ୟାରେ ସେ ଛନ୍ଦି ହୋଇଥିଲେ। ତଥାପି ସେ ସ୍କୁଲକୁ ଯାଇଥିଲେ। ଏହାପରେ ତାଙ୍କୁ ଓ ପିଲାକୁ ଅଲଗା ରଖାଯାଇଥିଲା। ଏନେଇ ତାଙ୍କ ମାମୁ ସୂଚନା ଦେଇଛନ୍ତି। ତଦନ୍ତ ପରେ ଡିଏନଏ ରିପୋର୍ଟରୁ ଏହା ସ୍ପଷ୍ଟ ହେଲା ଯେ ନାବାଳିକାର ବାପା ହିଁ ପିଲାର ଜନ୍ମକଲା ବାପା। ଏହାପରେ ସେ ଦୋଷୀ ସାବ୍ୟସ୍ତ ହେଲେ । ଜେଲ୍ ଯିବା ସହ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦେଲେ।

ତେବେ ଏପରି ଆଉ ଏକ ଘଟଣା ମଧ୍ୟ ସାମନାକୁ ଆସିଛି। ଜଣେ ୧୭ବର୍ଷୀୟା ନବାଳିକା ତାଙ୍କ ଦାଦାଙ୍କ ଦ୍ୱାରା ଅସଦାଚରଣର ଶିକାର ହେବା ପରେ ମଧ୍ୟ ଭାଙ୍ଗିନଯାଇ ପରୀକ୍ଷାରେ ଭଲ ସ୍କୋର କରିଛନ୍ତି। ଏହାପୂର୍ବରୁ ୨୦୨୨ରେ ନାବାଳିକାକୁ ଦାଦା ଅସଦାଚରଣ କରିଥିବା ନେଇ ମାମଲା ହୋଇଥିଲା। ଅଭିଯୁକ୍ତକୁ ପୋଲିସ ଗିରଫ କରିବା ପରେ ପୁରା ପରିବାର ମୋତେ ବିରୋଧ କରିଥିଲେ। ଏନେଇ ପୀଡିତା କହିଛନ୍ତି। ତେବେ ସେ ପରୀକ୍ଷାରେ ୯.୩ ଜିପିଏ ସ୍କୋର କରିଛନ୍ତି। ଏହାପରେ ତାଙ୍କ ପରିବାର ଲୋକ ଯେଉଁମାନେ ତାଙ୍କୁ ବିରୋଧ କରିଥିଲେ ସେମାନେ ମଧ୍ୟ ଫୋନ୍ କଲ କରିବା ଆରମ୍ଭ କରିଦେଲେ। ଏହା ସଫଳତା ତାଙ୍କୁ ଉଚ୍ଚଶିକ୍ଷା ପାଇଁ ସାହସ ଦେଇଛି। ସେମାନେ ବର୍ତ୍ତମାନ ଶିକ୍ଷାର ଗୁରୁତ୍ୱକୁ ଅନୁଭବ କରିଛନ୍ତି।

Advertisment

ନାବାଳିକା ଜଣକ କହିଛନ୍ତି, “ଶିକ୍ଷା ଛଡ଼ା ଆମକୁ ହିଂସା କରୁଥିବା ବ୍ୟକ୍ତି ଓ ଅଭିଯୁକ୍ତକୁ ଧରାଇବା ପାଇଁ ସାହସ ରଖିବା ଆବଶ୍ୟକ।ଆମେ ଦେଖିଛୁ ପୋଲିସ୍ କିପରି ଆମର ମାମଲା ପରିଚାଳନା କଲା ଏବଂ ଏହା ଆମକୁ ପୋଲିସ୍ ହେବାକୁ ଲକ୍ଷ୍ୟ ଦେବା ପାଇଁ ପ୍ରେରଣା ଦେଇଛି । ଆମ ପରି ପୀଡିତା ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କୁ ନ୍ୟାୟ ଦେବାକୁ ଚାହୁଁଛୁ।“ ତତ୍କାଳୀନ ମେରପେଟ୍ SHO ଏମ୍ ମହେନ୍ଦ୍ର ରେଡ୍ଡୀ କହିଛନ୍ତି ଯେ, ଏତେ ସଂଘର୍ଷ ସତ୍ତ୍ୱେ ସେମାନେ ଏସସିସି ପାସ କରିଛନ୍ତି। ଗୋଟିଏ ମାମଲା ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଦ୍ୱିତୀୟ ମାମଲା ବିଚାରାଧୀନ ଅଛି।

SSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ