Advertisment

କ୍ୟାମେରାମ୍ୟାନ ମାନସଙ୍କୁ କେମିତି କରାଯାଇଥିଲା ହତ୍ୟା ? ସତ ଓଗାଳିଲା ରଞ୍ଜନ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ତଥ୍ୟ ଏବେ ସାମ୍ନାକୁ ଆସିଛି। ମାନସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୁକ୍ତ ରଞ୍ଜନ ସବୁ ସତ ମାନିଥିବା କ୍ରାଇମବ୍ରାଞ୍ଚର ସୂଚନା ଦେଇଛି।

ଅଦ୍ୟତନ ହୋଇଛି
Cameraman Manas Swain Murder Case

Cameraman Manas Swain Murder Case

Advertisment

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ତଥ୍ୟ ଏବେ ସାମ୍ନାକୁ ଆସିଛି। ମାନସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୁକ୍ତ ରଞ୍ଜନ ସବୁ ସତ ମାନିଥିବା କ୍ରାଇମବ୍ରାଞ୍ଚର ସୂଚନା ଦେଇଛି। ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରାଯାଇଥିବା କଥା କଥା ରଞ୍ଜନ ସ୍ୱୀକାର କରିଛି। 

Advertisment

କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳି ରଞ୍ଜନ କହିଛି ଯେ, ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା। ଆଶ୍ରମରେ ନିରଞ୍ଜନ ସେଠୀ ସହ ଅନ୍ୟମାନେ ମାନସଙ୍କୁ ପିଟିଥିଲେ। ପିଟି ପିଟି ହତ୍ୟା ପରେ ଶର୍ମିଷ୍ଠାଙ୍କ କାରରେ ଶବ ନୟାଗଡ଼ ଜିଲ୍ଲା ରଣପୁର ନିଆଯାଇ ଥିଲା। ନୟାଗଡ଼ ରଣପୁର ଅଞ୍ଚଳରେ ଶବ ପୋତିବା ପରେ ସେଠୁ ଫେରିଥିଲେ। ଫେରିବା ବେଳେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷପତ୍ର ପୋଡ଼ି ଦିଆଯାଇଥିଲା। 

ରଞ୍ଜନ ଆହୁରି କହିଛି ଯେ, ମାନସଙ୍କ ଇୟର ଫୋନ୍, ଚପଲ, ଶବ ନେଇଥିବା ଅଖାକୁ ପୋଡ଼ି ଦିଆଯାଇଥିଲା। ଏପରିକି ଗାତ ଖୋଳିଥିବା କୋଦାଳ, ଗଇଁତିକୁ ସେଠାରେ ଥିବା ବୁଦାମୂଳକୁ ଫିଙ୍ଗି ଦିଆଯାଇ ଥିଲା।’

Advertisment

ସୂଚନାଥାଉ କି, ରଞ୍ଜନ ଠାରୁ ସତ ଓଗାଳିବା ପରେ କ୍ରାଇମବ୍ରାଞ୍ଚ ଆଜି ସ୍ପଟ୍‌କୁ ଯାଇଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ସାଥିରେ ରଞ୍ଜନଙ୍କୁ ଧରି ଚଣ୍ଡିଖୋଲ ନିକଟ ସ୍ପଟ୍‌କୁ ଯାଇଥିଲେ। ସେଠାରୁ ମାନସଙ୍କ ଦରପୋଡ଼ା ଇୟର ଫୋନ୍ ଓ ଚପଲ ମିଳିଥିଲା। ଏହାସହ ଗୋଟିଏ କୋଦାଳ, ଗଇଁତି, ଦରପୋଡ଼ା ଅଖା ଓ ଶାଢ଼ୀ ମଧ୍ୟ ମିଳିଥିଲା।

Cameraman Manas Swain Cameraman Manas Swain Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ