Advertisment

ପରକୀୟାରେ ଲିପ୍ତ ପ୍ରେମୀ ଯୁଗଳଙ୍କ ଉପରେ ଫେଭିକ୍ୱିକ୍‌ ଢ଼ାଳିଦେଲା ତାନ୍ତ୍ରିକ !

ଜଣେ ତାନ୍ତ୍ରିକକୁ ବିନା କାରଣରେ ବଦ୍‌ନାମ କରିଥିଲେ ପରକ୍ରିୟା ପ୍ରେମରେ ଲିପ୍ତ ଥିବା ଦୁଇ ପ୍ରେମୀ ଯୁଗଳ । ଆଉ ତାହାର ପ୍ରତିଶୋଧ ନେଲା ତାନ୍ତ୍ରିକ ।

ଅଦ୍ୟତନ ହୋଇଛି
Crime In Rajasthan

Crime Love Story

Advertisment

ଅପମାନର ଭୟଙ୍କର ପ୍ରତିଶୋଧ ନେଲା ତାନ୍ତ୍ରିକ । ଆଉ ପ୍ରତିଶୋଧ ଏମିତି ଥିଲା ଯେ, ତାହା କୌଣସି ଫିଲ୍ମ କାହାଣୀଠାରୁ କମ୍‌ ନୁହେଁ । ଆପଣ ତାମିଲ ଫିଲ୍ମ "I"' ନିଶ୍ଚିତ ଦେଖିଥିବେ । ସେଥିରେ ପ୍ରଥମେ ହିରୋ ଚରିତ୍ରରେ ଥିବା ବିକ୍ରମ୍‌ ଉପରେ ଭିଲିଆନ୍‌ମାନେ କରିଥିଲେ ଆକ୍ରମଣ । ଆଉ ସେହି ଆକ୍ରମଣର ପ୍ରତିଶୋଧ ଅତି ଭୟଙ୍କର ଭାବରେ ନେଇଥିଲେ ବିକ୍ରମ । ଆଉ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Advertisment

ଅଧିକ ପଢ଼ନ୍ତୁ: ଅପମାନର ରକ୍ତାକ୍ତ ପ୍ରତିଶୋଧ ! ଘରକୁ ଡକାଇ ଯୁବକଙ୍କୁ ୩୦ ଥର ଛୁରି ମାରି ହତ୍ୟା

ତେବେ ଠିକ୍ ସେହି ଫିଲ୍ମ ଭଳି ଆମର ଆଜିର କ୍ରାଇମ୍‌ ଷ୍ଟୋରୀ। ଆମେ ଆଜି ଯେଉଁ କ୍ରାଇମ୍ ଷ୍ଟୋରୀ କଥା କହିବାକୁ ଯାଉଛୁ ତାହା ଆପଣ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଉ କହିବେ କ’ଣ ସତରେ ଏମିତି ବି ପ୍ରତିଶୋଧ ନେଇପାରନ୍ତି ଲୋକ ? ଜଣେ ତାନ୍ତ୍ରିକକୁ ବିନା କାରଣରେ ବଦ୍‌ନାମ କରିଥିଲେ ପରକ୍ରିୟା ପ୍ରେମରେ ଲିପ୍ତ ଥିବା ଦୁଇ ପ୍ରେମୀ ଯୁଗଳ । ଆଉ ପ୍ରେମିକକୁ ହତ୍ୟା କରି ତାହାର ପ୍ରତିଶୋଧ ନେଲା ତାନ୍ତ୍ରିକ ।

Advertisment

ତେବେ ପୁରା ଘଟଣାଟି ହେଲା, ରାହୁଲ ଓ ସୋନୁଙ୍କ ଉପରେ । ରାହୁଲଙ୍କର ପତ୍ନୀ ଥିବା ସତ୍ତ୍ୱେ ସେ ସୋନୁଙ୍କ ସହ ରଖିଥିଲେ ଅନୈତିକ ସମ୍ପର୍କ । ଠିକ୍‌ ସେମିତି ସୋନୁ ମଧ୍ୟ ଅନ୍ୟତ୍ର ବିବାହ କରିଥିଲେ । ହେଲେ ସେ ବି ରାହୁଲ ସହ ଅନୈତିକ ସମ୍ପର୍କ ରଖିବାରେ ଟିକେ ପଛଘୁଞ୍ଚା ଦେଇନଥିଲେ । ଦୀର୍ଘ ଦିନ ଧରି ଏମାନଙ୍କ ପ୍ରେମ ସମ୍ପର୍କ ଏମିତି ଚାଲିଥିଲା ।

ତେବେ ରାହୁଲ ଓ ସୋନୁଙ୍କ ପରିବାର ସବୁବେଳେ ଜଣେ ତାନ୍ତ୍ରିକ ପାଖକୁ ଯାଆନ୍ତି । ସେହି ତାନ୍ତ୍ରିକ ଜଣଙ୍କ ସୋନୁଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲା । କିନ୍ତୁ ସୋନୁ ଓ ରାହୁଲ ମଧ୍ୟରେ ଚାଲିଥିଲା ଅନୈତିକ ସମ୍ପର୍କ । ଯାହାକି ତାନ୍ତ୍ରିକ ଜାଣିପାରିଥିଲା । ଆଉ ରାହୁଲର ଅନୈତିକ ସମ୍ପର୍କ ବିଷୟରେ ତାଙ୍କ ପତ୍ନୀଙ୍କୁ ଜଣାଇଦେଇଥିଲା । ଯାହାଫଳରେ ରାହୁଲ ଓ ତାର ପତ୍ନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏମିତିକି ସବୁବେଳେ ପରିବାରରେ ଅଶାନ୍ତି ମଧ୍ୟ ଲାଗି ରହିଥିଲା ।

Advertisment

ଯେତେବଳେ ରାହୁଲ ଜାଣିବାକୁ ପାଇଲା ଯେ, ତାନ୍ତ୍ରିକ ଏଭଳି କାର୍ଯ୍ୟ କରିଛି । ସେତେବେଳେ ଉଭୟ ରାହୁଲ ଏବଂ ସୋନୁ ତାନ୍ତ୍ରିକକୁ ଧମକ ଚମକ ଦେବା ସହ ବଦ୍‌ନାମ କରିବାକୁ ଚେଷ୍ଟା କରିଥିଲେ । ଖାଲି ସେତିକି ନୁହେଁ ସୋନୁ ଆଉ ରାହୁଲ ମିଶି ତାନ୍ତ୍ରିକ ନାଁରେ ଏକ ମିଛ କେସ୍‌ କରି ଫସାଇଦେଇଥିଲେ । ଫଳରେ ତାନ୍ତ୍ରିକକୁ ଅନେକ ଅପମାନ ସହିବାକୁ ପଡ଼ିଥିଲା । ସମାଜରେ ତାନ୍ତ୍ରିକର ମୁହଁ ତଳକୁ ହୋଇଯାଇଥିଲା । ଆଉ ଏହି ଅପମାନର ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲା ତାନ୍ତ୍ରିକ । ସେ ଏକ ଉପାୟ ପାଞ୍ଚିଥିଲା । ରାହୁଲ ଆଉ ସୋନୁଙ୍କୁ ରତୀକ୍ରୀଡ଼ା ସମୟରେ ହତ୍ୟା କରିବ ବୋଲି ଯୋଜନା କରିଥିଲା । ଯାହାଫଳରେ ପୋଲିସ ତାକୁ ସନ୍ଦେହ ନ କରି ସେହି ଦୁଇ ଜଣଙ୍କୁ ହିଁ ଦାୟୀ କରିବ ବୋଲି ସେ ଭାବିଥିଲା । 

ସେ ଯେମିତି ପ୍ଲାନ୍‌ କରିଥିଲା ଠିକ୍‌ ସେମିତି ଏହାକୁ କାର୍ଯ୍ୟକାରୀ ମଧ୍ୟ କଲା । ସୋନୁ ଏବଂ ରାହୁଲଙ୍କୁ ବାଧ୍ୟ କରିଥିଲା, ତାର ଆଖି ସାମ୍ନାରେ ରତୀକ୍ରୀଡ଼ା କରିବାକୁ । ଆଉ ଏହି ସମୟରେ ସେ ସେମାନଙ୍କ ଶରୀରରେ ଲଗାଇଦେଇଥିଲା ଫେଭିକ୍ୱିକ୍‌ ଅଠା । ଫଳରେ ସେମାନେ ଆଉ କେହି କାହାଠାରୁ ଅଲଗା ହୋଇପାରିଲେ ନାହିଁ । ଅଲଗା ହେବାକୁ ଚେଷ୍ଟା କଲା ବେଳକୁ ସେମାନେ କ୍ଷତାକ୍ତ ହୋଇଥିଲେ । ଏହି ସମୟରେ ଏକ ଛୁରୀ ସାହାଯ୍ୟରେ ରାହୁଲକୁ ଆଟାକ୍‌ କରିଥିଲା ତାନ୍ତ୍ରିକ । ଏମିତିକି ରାହୁଲର ଗୁପ୍ତାଙ୍ଗ ମଧ୍ୟ କ୍ଷତାକ୍ତ ହୋଇଥିଲା । ଏଭଳି ଛାତି ଥରା ଘଟଣା ରାଜସ୍ଥାନ ଅଞ୍ଚଳରେ ଘଟିଛି ।

ନଭେମ୍ବର ୧୮ରେ ରାଜସ୍ଥାନର ଉଦୟପୁର ଜଙ୍ଗଲରୁ ପୋଲିସ ରାହୁଲର ମୃତଦେହ ଉଦ୍ଧାର କରିବା ସହ ସୋନୁଙ୍କୁ ଉଦ୍ଧାର କରିଥିଲା । ଏହାସହ ଥାନାରେ ଏକ ଅପରାଧିକ ମାମଲା ମଧ୍ୟ ରୁଜୁ କରିଛି । ମାମଲା ରୁଜୁ କରିବା ସହ ତାନ୍ତ୍ରିକକୁ ଗିରଫ ମଧ୍ୟ କରିଛି ପୋଲିସ । ରାହୁଲର ବୟସ ୩୦ ଥିବା ବେଳେ ସୋନୁର ବୟସ ୨୮ । ରାହୁଲ ପେଶାରେ ଜଣେ ସରକାରୀ ଶିକ୍ଷକ । ଗୋଗୁଣ୍ଡା ପୋଲିସ ଥାନା ଅଧିନରେ ଥିବା ଏକ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଥିଲା ପୋଲିସ । 

Love Story Revenge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ