ହିଂସ୍ର ପଶୁ ଠାରୁ ବି ହୀନ! ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ପରେ ମାଂସ ଖାଇଗଲା ଅଭିଯୁକ୍ତ

ମଣିଷ ଏବେ ହିଂସ୍ର ପଶୁ ଠାରୁ ବି ହୀନ ପାଲଟିଯାଇଛି । ଯାହା ବିଶ୍ୱାସ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି ।

ସତରେ କେଡ଼େ କ୍ରୁର ଏ ମଣିଷ

ନୃଶଂସ, ବର୍ବର, ଜଘନ୍ୟ । ବୃଦ୍ଧାଙ୍କୁ ହତ୍ୟା କରିବା ପରେ ମାଂସ ଖାଇଲା ଯୁବକ । ରାଜସ୍ଥାନର ପାଲି ଜିଲ୍ଲାରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସରଘନା ଅଞ୍ଚଳରେ ଜଙ୍ଗଲରେ ଛେଳି ଚରାଇବା ବେଳେ ଜଣେ ବୃଦ୍ଧ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଛି ଜଣେ ଯୁବକ । କେବଳ ଏତିକି ନୁହେଁ ହତ୍ୟା ପରେ କରିବା ପରେ ସେ ଆହୁରି ହିଂସ୍ର ହୋଇ ଉଠିଛି । ବୃଦ୍ଧାଙ୍କୁ ହତ୍ୟା କରିବା ପରେ ନୃଶଂସ ଯୁବକ ଜଣକ ବୃଦ୍ଧାଙ୍କର ମୁହଁର ମାଂସକୁ କୁକୁର ପରି ଝୁଣି ଝୁଣି ଖାଇଯାଇଛନ୍ତି । ଫଳରେ ଯୁବକଙ୍କ ମୁହଁ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଥିଲା । ଆଉ ସେ ଏହି କାଣ୍ଡ କରିବା ପରେ ଘଟଣାସ୍ଥଳରୁ ଫେରାର ମାରୁଥିଲା । ହେଲେ ଆଖପାଖ ଲୋକ ଅଭିଯୁକ୍ତକୁ କାବୁ କରି ପୋଲିସ୍‌ ଜିମା ଦେଇଛନ୍ତି ।

ଘଟଣାସ୍ଥଳର ଦୃଶ୍ୟ

ସୂଚନା ଅନୁସାରେ, ସବୁଦିନ ପରି ମୃତକ ଶାନ୍ତି ଦେବୀ ନାମକ ବୃଦ୍ଧ ମହିଳା ଛେଳି ଚରାଇବା ପାଇଁ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ନୃଂଶସ ଯୁବକ କୁଆଡ଼େ ଥିଲା କେଜାଣି ହଠାତ୍‌ ଆସି ବୃଦ୍ଧା ମହିଳାଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲା । ସତରେ ଯେପରି ତା’ ମୁଣ୍ଡରେ ଭୂତ ସବାର ଥିଲା . . . ଫଳରେ ଘଟଣାସ୍ଥଳରେ ବୃଦ୍ଧା ମହିଳାଙ୍କ ଜୀବନ ଚାଲିଯାଇଥିଲା । ତା’ପରେ ମହିଳାଙ୍କ ମୁହଁରୁ ମାଂସ ଖାଇଯାଇଥିଲା । ଏହାପରେ ନିଜ ସାର୍ଟ ଖୋଲି ମୃତକଙ୍କ ମୁହଁ ଢ଼ାଙ୍କି ଘଟଣାସ୍ଥଳରୁ ଫେରାର ମାରୁଥିଲା ।

ଜଙ୍ଗଲରେ ଛେଳି ଚରାଉଥିବା ଲୋକମାନେ ଏହି ଦୃଶ୍ୟ ଦେଖିବା ପରେ ତୁରନ୍ତ ଗାଁ ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ।  ଗାଁ ଲୋକ ତାଙ୍କୁ ପ୍ରାୟ ଏକ କିଲୋମିଟର ଗୋଡ଼ାଇ ଗୋଡ଼ାଇ କାବୁ କରିବା ପରେ ଥାନା ଜିମା ଦେଇଥିଲେ । ପୋଲିସ୍‌ ମହିଳାଙ୍କ ହତ୍ୟା ମାମଲାରେ ବର୍ତ୍ତମାନ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ।

ଅଭିଯୁକ୍ତ ଯୁବକ ଜଣକ ମୁମ୍ବା‍ଇ ନିବାସୀ ସୁରେନ୍ଦ୍ର ବୋଲି ଜଣାଯାଇଛି । ଅଭିଯୁକ୍ତର ବୟସ ୨୪ ବର୍ଷ । ସେ ନିୟମିତ ନିଶା ସେବନ କରୁଥିବା ପୋଲିସ ଜାଣିବାକୁ ପାଇଛି । ତେବେ ମୁମ୍ବାଇର ଯୁବକ ଜଣକ ସେଠାକୁ କାହିଁକି ଆସିଥିଲା, ବୃଦ୍ଧାଙ୍କୁ କାହିଁକି ଏପରି ନୃସଂଶ ହତ୍ୟା କଲା . . . ତାର ତଦନ୍ତ କରୁଛି ପୋଲିସ ।