ମଣିଷ ପାଲଟିଗଲା ରାକ୍ଷସ ! ଗଣଦୁଷ୍କର୍ମ କଲେ, ପରେ କୋଇଲା ଚୁଲାରେ ଜାଳିଦେଲେ

ଝିଅଟିର ଭାଇ କାମରୁ ଫେରିବା ପରେ ଭଉଣୀକୁ ଖୋଜାଖୋଜି କରିଥିଲେ । ହେଲେ କିଛି ସନ୍ଧାନ ମିଳିନଥିଲା । ସେଦିନ ପ୍ରାୟ ରାତି ୧୦ଟା ସମୟରେ କୋଲ୍ ଫର୍ଣ୍ଣେସ ଅଞ୍ଚଳରେ ପରିବାର ଲୋକ ଖୋଜାଖୋଜି କରିଥିଲେ ।

ଗଣଦୁଷ୍କର୍ମ କଲେ, କୋଇଲା ଚୁଲାରେ ଜାଳିଦେଲେ

ନାବାଳିକାକୁ ଗଣଦୁଷ୍କର୍ମ ପରେ କୋଇଲା ଚୁଲାରେ ଜାଲିଦେଲେ ଦୁର୍ବୃତ୍ତ । ନାବାଳିକାର ଭାଇ ଚୁଲାରେ ଅଧାପୋଡ଼ା ଶରୀରକୁ ଦେଖି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।

ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି । ନାବାଳିକାର ପରିବାର ଲୋକ ଝିଅକୁ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ଅଭିଯୋଗ ହେବା ପରେ ପୋଲିସ ଜୋରଦାର ତଦନ୍ତ ଚଳାଇଛି ।

ଗତ ବୁଧବାର ଦିନ ରାଜସ୍ଥାନର ଭିଲୱାରା ଜିଲ୍ଲାର ନରସିଂହପୁରା ଗାଁରୁ ତିନି ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ନାବାଳିକା ଜଣକ ମାତ୍ର କିଛି ଘଣ୍ଟା ପାଇଁ ନିଖୋଜ ହୋଇଯାଇଥିଲେ । ଝିଅକୁ ନପାଇବାରୁ ପରିବାର ସଦସ୍ୟ ଏଣେତେଣେ ଖୋଜିଥିଲେ । ହେଲେ ଝିଅଟିର କୌଣସି ସନ୍ଧାନ ମିଳିନଥିଲା ।

ପରେ ଝିଅଟିର ଭାଇ କାମରୁ ଫେରିବା ପରେ ଭଉଣୀକୁ ଖୋଜାଖୋଜି କରିଥିଲେ । ହେଲେ କିଛି ସନ୍ଧାନ ମିଳିନଥିଲା । ସେଦିନ ପ୍ରାୟ ରାତି ୧୦ଟା ସମୟରେ କୋଲ୍ ଫର୍ଣ୍ଣେସ ଅଞ୍ଚଳରେ ପରିବାର ଲୋକ ଖୋଜାଖୋଜି କରିଥିଲେ । ସେଠାରେ ଏକ ଚୁଲାରେ ଏକ ଛୋଟ ପିଲାର ମୃତଦହ ଦେଖିବାକୁ ପାଇଥିଲେ । ଫଳରେ ସଙ୍ଗେ ସଙ୍ଗେ ଏନେଇ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଏ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଡ଼ିଯାଇଥିବା ମୃତଦେହରୁ ହାଡ଼ଗୁଡ଼ିକୁ ଉଦ୍ଧାର କରି ପରୀକ୍ଷା ପାଇଁ ପଠାଇଥିଲା । ସେପଟେ ନାବାଳିକା ଝିଅ ନିଖୋଜ ଥିବା ପୋଲିସ ପାଖରେ ଅଭିଯୋଗ ହୋଇଥିବାରୁ ମୃତଦେହଟି ଝିଅଟିର ହୋଇଥିବା ଅନୁମାନ କରିଥିଲା । ପରେ ପରେ ଘଟଣାକୁ ନେଇ ତଦନ୍ତ କରିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିଥିବା ପୋଲିସ କହିଛି । ୩ଜଣ ଯୁବକ ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରି ତା’ର ମୃତଦେହକୁ ପୋଡ଼ିଦେଇଛନ୍ତି ।