Advertisment

Raja Raghuvanshi Murder Case: ହନିମୁନ୍ ହରର୍‌: ସୋନମର ନାର୍କୋ ଟେଷ୍ଟ୍ ଦାବି କଲେ ରାଜାଙ୍କ ପରିବାର

ମେଘାଳୟରେ ହନିମୁନବେଳେ ହତ୍ୟା ମାମଲା । ରାଜା ରଘୁବଂଶୀଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ମାନଙ୍କ ନାର୍କୋ ଟେଷ୍ଟ୍‌ ଦାବି କଲେ ରାଜାଙ୍କ ପରିବାର । ହାଇକୋର୍ଟ ଅନୁମତି ନଦେଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ପରିବାରଲୋକେ ।

ଅଦ୍ୟତନ ହୋଇଛି
Honeymoon murder case

Honeymoon murder case

Advertisment

ରାଜା ରଘୁବଂଶୀ ହତ୍ୟା ମାମଲା । ହନିମୁନରେ ମେଘାଳୟ ଯାଇ ଫେରିନଥିଲେ ରାଜା । ପତ୍ନୀ ସୋନମ ରଘୁବଂଶୀ ହିଁ ହତ୍ୟା କରିଥିବା ହୋଇଥିଲା ଅଭିଯୋଗ । ପରେ ଅଭିଯୁକ୍ତ ସୋନମ ସମେତ ସୁପାରୀ କିଲରମାନଙ୍କୁ ବି ଗିରଫ କରିଥିଲା ପୋଲିସ । ପରକୀୟା ପ୍ରୀତି ଯୋଗୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଥିଲା । 

Advertisment

ଏହି ମାମଲାରେ ମୋଟ୍ ୮ ଜଣ ଗିରଫ ହୋଇଛନ୍ତି । ତେବେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ସୋନମ ଓ ରାଜ୍ କୁଶୱାହାଙ୍କ ନାର୍କୋ ଟେଷ୍ଟ୍ କରିବାକୁ ଦାବି କରିଛନ୍ତି ରାଜାଙ୍କ ପରିବାର ଲୋକେ । ରାଜା ରଘୁବଂଶୀଙ୍କ ପରିବାରଲୋକେ ଶିଲଂ ହାଇକୋର୍ଟରେ ଏନେଇ ଏକ ପିଟିସନ୍ ଦାୟର କରିଛନ୍ତି । ଏହାସହ ୩ ଓକିଲ ମାମଲାର ପକ୍ଷ ରଖିବେ । 

ପରିବାରଲୋକଙ୍କ ଅଭିଯୋଗ, "ଏହି ମାମଲାର ତଦନ୍ତ ଅଧାରେ ରହିଛି । ଏମିତି କିଛି କଥା ଅଛି ଯାହାକୁ ସୋନମ ଓ ରାଜ୍ ଲୁଚାଉଛନ୍ତି । ଯଦି ନାର୍କୋ ଟେଷ୍ଟ୍ ପାଇଁ ହାଇକୋର୍ଟ ଅନୁମତି ନଦିଅନ୍ତି ତେବେ ଆମେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବୁ ।" 

Advertisment

ସୂଚନାଯୋଗ୍ୟ, ଗତ ମେ ୨୧ତାରିଖରେ ହନିମୁନ ପାଇଁ ମେଘାଳୟରେ ପହଞ୍ଚିଥିଲେ ଇନ୍ଦୋର ଦମ୍ପତି ରାଜା ରଘୁବଂଶୀ ଏବଂ ସୋନମ ୨୩ ତାରିଖରେ ଉଭୟେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା ।  ଜୁନ ୨ ତାରିଖରେ ମିଳିଥିଲା ରାଜା ରଘୁବଂଶୀଙ୍କ ମୃତଦେହ। ପତ୍ନୀ ସୋନମଙ୍କର କିଛି ବି ଖୋଜ ଖବର ମିଳିନଥିଲା । ମେଘାଳୟ ପୋଲିସ ଏହି ମାମଲାର ଜୋରଦାର ଛାନଭିନ ଆରମ୍ଭ କରିଥିଲା। ଏହି ଦମ୍ପତିଙ୍କ ଗତିବିଧି କେମିତି ଥିଲା, ଜାଣିବା ପାଇଁ ନିକଟରେ ଥିବା ସମସ୍ତ ସିସିଟିଭି ଯାଞ୍ଚ କରାଯାଇଥିଲା । ପୋଲିସର ତଦନ୍ତ ପରେ ସୋନମ ହିଁ ଘଟଣା ପଛର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଥିଲା ।

ଅଧିକ ପଢନ୍ତୁ: ମେଘାଳୟ ମର୍ଡର : କାହିଁକି ରିଟର୍ଣ୍ଣ ଟିକେଟ୍ କରିନଥିଲା ସୋନମ? ମୁହଁ ଖୋଲିଲେ ଶାଶୁ...

Advertisment
Murder Meghalaya Narco Test Honeymoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ