୩ ଦିନ ପରେ ବି ଯୁବତୀଙ୍କ ମୃତଦେହ ନେଉନାହାନ୍ତି ପରିବାର

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଉତ୍ତେଜନା । ନାକଟିଦେଉଳ ଥାନା ଝାରବେଡ଼ା ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ ମୃତଦେହ ।

Victim’s Family Demands Accused's Expulsion

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଉତ୍ତେଜନା । ରେଢାଖୋଲ ଥାନା ନାକଟିଦେଉଳ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ୩ ଦିନ ପରେ ବି ଯୁବତୀଙ୍କ ମୃତଦେହ ନେଉନାହାନ୍ତି ପରିବାର । ଗିରଫ ଅଭିଯୁକ୍ତକୁ ଗାଁରୁ ବିତାଡ଼ିତ କରିବା ଦାବିରେ ଅଡ଼ି ବସିଛନ୍ତି ପରିବାର । ପରିବାର ଲୋକଙ୍କୁ ରେଢ଼ାଖୋଲ ଉପଜିଲ୍ଲାପାଳ, ଆଡିସିନାଲ ଏସପି ବୁଝାସୁଝା କରୁଛନ୍ତି । ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ରବିବାର ନାକଟିଦେଉଳ ଥାନା ଝାରବେଡ଼ା ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ମିଳିଥିଲା । ଯୁବତୀ ଜଣକ ଶୁକ୍ରବାର ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ମୃତଦେହ ମିଳିବା ପରେ ପରିବାର ଲୋକ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ସେପଟେ ବୁର୍ଲା ମେଡିକାଲରେ ବ୍ୟବଚ୍ଛେଦ ପରେ ଗତକାଲିଠୁ ମୃତଦେହ ଆସିଥିଲେ ମଧ୍ୟ ପରିବାର ଲୋକେ ଗ୍ରହଣ କରିନାହାଁନ୍ତି । ଘଟଣାକୁ ନେଇ ଗତକାଲି ଓ ପରଦିନ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଗ୍ରାମବାସୀ ।