Advertisment

Warehouse Raid: ଆମାଜନ ଓ ଫ୍ଲିପକାର୍ଟ ଗୋଦାମରେ ବଡ଼ ଚଢାଉ, ପୁଳା ପୁଳା ନକଲି ସାମଗ୍ରୀ ଜବତ

ଦିଲ୍ଲୀର Amazon Sellers Private Limited ର ଗୋଦାମରେ ଚଢାଉ କରି ୩୫୦୦ ନକଲି ଜିନିଷ ଜବତ କରିଛି BIS। ଏଥିରେ ଗିଜର, ଫୁଡ୍ ମିକ୍ସଚର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଅନ୍ତର୍ଭୁକ୍ତ ଥିଲା। ତଦନ୍ତ ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ​​ଯେ ଏହି ଉତ୍ପାଦଗୁଡ଼ିକ ମଧ୍ୟରୁ ଅନେକରେ ନକଲି ISI ଲେବଲ ଲଗାଇ ବିକ୍ରି କରାଯାଉଥିଲା। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ 70 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
ଆମାଜନ ଓ ପ୍ଲିପକାର୍ଟ ଉପରେ ଚଢ଼ଉ

ଆମାଜନ ଓ ପ୍ଲିପକାର୍ଟ ଉପରେ ଚଢ଼ଉ

Advertisment

ଆମାଜନ ଓ ଫ୍ଲିପକାର୍ଟରେ ଜିନିଷ ମଗାଉଥିଲେ ସାବଧାନ। ଆପଣଙ୍କ ପାଖକୁ ଆସିପାରେ ନକଲି ସାମଗ୍ରୀ। ଫ୍ୟାନ, ଗିଜର, ମିକ୍ସଚର ସବୁକିଛି ଫେକ୍। ଗୋଦାମରେ ଚଢ଼ାଉ ବେଳେ ହୋଇଛି ମହା ଖୁଲାସା ।

Advertisment

ଦର୍ଶକବନ୍ଧୁ ଆପଣ ଅନଲାଇନରେ ସପିଂ କରିବାକୁ ପସନ୍ଦ କରନ୍ତି କି? ଆଉ ଏଥିପାଇଁ ଆପଣ ଫ୍ଲିପକାର୍ଟ ଓ ଆମାଜନ ଭଳି ଇ-କମର୍ସ ସାଇଟ୍ ଉପରେ ବିଶ୍ୱାସ କରୁଛନ୍ତି କି ? ତେବେ ସମୟ ଆସିଛି ହୋଇଯାଆନ୍ତୁ ସତର୍କ। କାରଣ ଆପଣ ଅସଲି ପଇସା ଦେଇ ନକଲି ସାମଗ୍ରୀ କିଣୁଥାଇ ପାରନ୍ତି। କିଛିଦିନ ହେଲା BIS ବା ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ଫ୍ଲିପକାର୍ଟ ଓ ଆମାଜନର ଡିସ୍ଟ୍ରିବ୍ୟୁଟର ଗୋଦାମରେ ଚଢାଉ ସମୟରେ ଏହି ଚାଞ୍ଚଲ୍ୟକାରୀ ଖୁଲାସା ହୋଇଛି।

ଦିଲ୍ଲୀର Amazon Sellers Private Limited ର ଗୋଦାମରେ ଚଢାଉ କରି ୩୫୦୦ ନକଲି ଜିନିଷ ଜବତ କରିଛି BIS। ଏଥିରେ ଗିଜର, ଫୁଡ୍ ମିକ୍ସଚର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଅନ୍ତର୍ଭୁକ୍ତ ଥିଲା। ତଦନ୍ତ ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ​​ଯେ ଏହି ଉତ୍ପାଦଗୁଡ଼ିକ ମଧ୍ୟରୁ ଅନେକରେ ନକଲି ISI ଲେବଲ ଲଗାଇ ବିକ୍ରି କରାଯାଉଥିଲା। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ 70 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

Advertisment

ସେହିପରି ଦିଲ୍ଲୀର ତ୍ରିନଗରସ୍ଥିତ ଫ୍ଲିପକାର୍ଟର ସହାୟକ କମ୍ପାନୀ ଇନଷ୍ଟାକାର୍ଟ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡର ଗୋଦାମରେ BIS ଅଧିକାରୀମାନେ ଚଢାଉ କରିଥିଲେ। ଏଠାରୁ ବହୁ ପରିମାଣରେ ନକଲି ସ୍ପୋର୍ଟସ୍ ଜୋତା ଜବତ କରାଯାଇଥିଲା। ଯାହା ISI ମାନଦଣ୍ଡ ପୂରଣ କରୁନଥିଲା। ଗତ ସପ୍ତାହରେ, BIS ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ଥିବା Amazon ଏବଂ Flipkart ର ଗୋଦାମ ଉପରେ ଚଢାଉ କରିଥିଲା। ଯେଉଁଠି ବିପୁଳ ପରିମାଣରେ ନକଲି ସାମଗ୍ରୀ ମିଳିଥିଲା। ଯେଉଥିରେ ଫ୍ଟିଲ ଫ୍ଲାସ୍କ୍, ଖାଦ୍ୟ ପାତ୍ର, ଧାତୁ ନିର୍ମିତ ପାନୀୟ ପାଣି ବୋତଲ, ସିଲିଂ ଫ୍ୟାନ୍, ଶିଶୁ ଡାଇପର ଏବଂ ଖେଳଣା ଅନ୍ତର୍ଭୁକ୍ତ ଥିଲା। ଏହି ସମସ୍ତ ଉତ୍ପାଦର ISI ଚିହ୍ନ ନଥିଲା ।

ତେଣୁ ଏଠି ପ୍ରଶ୍ନ ଉଠୁଛି, ଦେଶର ପ୍ରମୁଖ ଇ-କମର୍ସ ବ୍ରାଣ୍ଡ କଣ ନିଜର ଗୋଦାମରେ ଥିବା ଜିନିଷ ନକଲି କି ଅସଲି ପରଖୁ ନାହାନ୍ତି ? ନାଁ ଜାଣି ଶୁଣି ମୁନାଫା କମାଇବା ପାଇଁ ଡିସ୍ଟ୍ରିବ୍ୟୁଟର ମାନେ ଗ୍ରାହକଙ୍କୁ ଠକୁଛନ୍ତି ? ତାହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ