Advertisment

ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ ! ଜଣେ ଜୁନିୟରଙ୍କୁ ନିର୍ଧୁମ ମାରିଲେ ସିନିୟର୍‌

ବିଳମ୍ବିତ ରାତିରେ ମାରପିଟ୍ କରିଛନ୍ତି ସିନିୟର ଛାତ୍ର। ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରାଗିଂର ଶିକାର ଛାତ୍ର।

ଅଦ୍ୟତନ ହୋଇଛି
Ragging at Burla's VSSUT

ragging

Advertisment

ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ। ଜଣେ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ଶେଷ ବର୍ଷର କିଛି ଛାତ୍ର ସଂଘବଦ୍ଧ ଭାବେ ମାଡ ମାରିଥିବାର ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସଂପୃକ୍ତ ଛାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ଅନ୍ୟପଟେ କୁଳପତିଙ୍କୁ ବି ଲିଖିତ ଅଭିଯୋଗ କରିଛନ୍ତି ସଂପୃକ୍ତ ଛାତ୍ର। ପୋଲିସ ମାଡ ଖାଇଥିବା ଛାତ୍ରଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି।

Advertisment

ପୀଡ଼ିତ ଛାତ୍ରଙ୍କ କହିବା ଅନୁସାରେ, ଗତକାଲି ସେ ହଷ୍ଟେଲ ପରିସରରେ ଥିବା ଦୋକାନରୁ କିଛି ସ୍ନାକ୍ସ ଆଣି ବାକୁ ଯାଇଥିଲେ । ହେଲେ ରାତି ୧୧ ଟା ପରେ ଦୋକାନ ବନ୍ଦ ହୋଇ ଯାଇଥିବାରୁ ସେ ପୁଣି ରୁମକୁ ଫେରି ଯାଉଥିଲେ। ହେଲେ ବାଟରେ କିଛି ସିନିୟର ଛାତ୍ର ତାଙ୍କୁ ଡାକିଥିଲେ। ପାଖକୁ ଗଲା ପରେ, ହାପ ପ୍ୟାଣ୍ଟ କାହିଁକି ପିନ୍ଧିଛ ବୋଲି ପଚାରିବା ସହ ବିଭିନ୍ନ ପ୍ରଶ୍ନ ପଚାରି ମାଡ ମାରିବା ଆରମ୍ଭ କରିଦେଇଥିଲେ। ତେବେ ସେ ଏଥିରେ ପ୍ରତିବାଦ କରିବାରୁ ଅନ୍ୟ କିଛି ଛାତ୍ରଙ୍କୁ ଶେଷ ବର୍ଷର ଛାତ୍ରମାନେ ଡାକିଥିଲେ। ସମସ୍ତେ ମିଶି ତାଙ୍କୁ ପ୍ରବଳ ମାରିଥିଲେ। ଏ ନେଇ ଛାତ୍ର ଜଣକ ସହାୟତା ପାଇଁ ପୋଲିସକୁ ଫୋନ କରିଥିଲେ।

ଅଧିକ ପଢ଼ନ୍ତୁ: ରାଗିଂରେ କେମିତି ଲାଗିବ ଲଗାମ ?

ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ବିଳମ୍ବିତ ରାତିରେ ହିଁ ସଂପୃକ୍ତ ଛାତ୍ରଙ୍କୁ ନେଇ ଥାନାକୁ ଯାଇଥିଲା । ସଂପୃକ୍ତ ଛାତ୍ରଙ୍କ ଦ୍ଵାରା ଲିଖିତ ଅଭିଯୋଗ ଆଧାରରେ ବୁର୍ଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Advertisment

ଏପଟେ କୁଳପତି କହିଛନ୍ତି, ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯିବ । ଅନ୍ୟ ଛାତ୍ରମାନଙ୍କୁ ପଚରା ଉଚରା କରାଯିବ । ଅଭିଯୋଗ ପ୍ରମାଣିତ ହେଲେ ମାଡ ମାରିଥିବା ଛାତ୍ର ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

(ରିପୋର୍ଟ - ସଞ୍ଜୟ ଜେନା, ସମ୍ବଲପୁର)

Ragging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ