Advertisment

MBBS ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ୨ ସିନିୟରଙ୍କ ରାଗିଂ, ଥାନାରେ ଏତଲା !

ପୀଡ଼ିତ ଛାତ୍ରଙ୍କ ବାପା ବୈଦ୍ୟନାଥପୁର ଥାନାରେ କରିଛନ୍ତି ଲିଖିତ ଅଭିଯୋଗ ।

ଅଦ୍ୟତନ ହୋଇଛି
Ragging

Ragging

Advertisment

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ରାଗିଂ ଅଭିଯୋଗ। କ୍ୟାମ୍ପସରେ ଜଣେ ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ଦୁଇଜଣ ସିନିୟର ଛାତ୍ର ମାଡ଼ ମାରିବା ସହ ରାଗିଂ କରିଥିବା ପୀଡ଼ିତ ଛାତ୍ରଙ୍କ ବାପା ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଗିଂର ଶିକାର ହୋଇଥିବା ଛାତ୍ର ଜଣକ ବାଲେଶ୍ୱର ସୁନାହାଟ ଅଞ୍ଚଳର।

Advertisment

ଗତ ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ହେଉଥିବା ବ୍ୟାଣ୍ଡପାର୍ଟି ଅଭ୍ୟାସ କରିବାକୁ ସେ ଯାଇଥିଲେ। ଅଭ୍ୟାସ ପରେ ୨ ଜଣ ସିନିୟର ଛାତ୍ରଙ୍କ ଅନୁରୋଧ ରଖି ସେ ସେମାନଙ୍କୁ ସ୍ଥାନୀୟ ପୋଲିସ୍ ଫାଣ୍ଡି ନିକଟରେ ଛାଡିଥିଲେ । ହେଲେ କୌଣସି କାରଣକୁ ନେଇ ସେଠାରେ ଉପସ୍ଥିତ ଥିବା ଏମବିବିଏସ ୪ର୍ଥ ବର୍ଷରେ ପଢୁଥିବା ୨ ଜଣ ସିନିୟର ଛାତ୍ର ତାଙ୍କୁ ମାଡ ମାରିଥିଲେ। ଏ ସମ୍ପର୍କରେ ସେ X ଯୋଗେ ଏମକେସିଜି କର୍ତ୍ତୃପକ୍ଷ, ବ୍ରହ୍ମପୁର ଏସପି ଓ ଗଞ୍ଜାମ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଆଣ୍ଟି ରାଗିଂ ସେଲ ତଦନ୍ତ କରୁଥିବା ଏମକେସିଜି ପ୍ରିନସିପାଲ୍ କହଛନ୍ତି । ସେହିପରି ଘଟଣାର ଅନୁଧ୍ୟାନ କରାଯାଉଛି କଲେଜରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି DMET ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର ଉମାକାନ୍ତ ଶତପଥୀ ।

Advertisment

Ragging MBBS MKCG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ