Advertisment

Wrong Injection: ଭୁଲ ଇଞ୍ଜେକ୍ସନ ଦେଇ ଜୀବନ ନେଲା କ୍ୱାକ୍

ପୁଣି କ୍ବାକ୍ ହାତରେ ଗଲା ରୋଗୀଙ୍କ ଜୀବନ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହୁଲପାଟି ଗାଁରୁ ଆସିଛି ଅଭିଯୋଗ।

Quack Administered Wrong Injection, Patient Dies

Quack Administered Wrong Injection, Patient Dies

Advertisment

ପୁଣି କ୍ବାକ୍ ହାତରେ ଗଲା ରୋଗୀ ଜୀବନ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳରୁ ସଙ୍ଗୀନ ଅଭିଯୋଗ ଆସିଛି। ତୁରେକେଲା ଥାନା ମହୁଲପାଟି ଗାଁର ଭବାନୀ ପୁଟାଙ୍କ ଗୋଡ଼ ହାତ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ କ୍ୱାକ୍ ସହ ଯୋଗାଯୋଗ କଲେ। ହେଲେ ସେ କି ଇଞ୍ଜେକ୍ସନ ଦେଲା କେଜାଣି, ଗୋଡ଼ ହାତ ଯନ୍ତ୍ରଣା କମିବା ବଦଳରେ ଭବାନୀଙ୍କ ଜୀବନ ଚାଲିଗଲା।

Advertisment

ଅଭିଯୋଗ ମୁତାବକ, ତୁରେକେଲା ଥାନା ମହୁଲପାଟି ଗାଁର ଭବାନୀ ପୁଟାଙ୍କ ଗୋଡହାତ ଯନ୍ତ୍ରଣା ହୋଇଥିଲା। ଏନେଇ ପରିବାରଲୋକେ ଲରକି ଗାଁର କ୍ବାକ୍ ରଞ୍ଜିତ ମେହେରଙ୍କୁ ଯୋଗାଯୋଗ କରିଥିଲେ। ତେବେ କ୍ବାକ୍ ଜଣଙ୍କ ଭବାନୀଙ୍କ ଦେହରେ ଭୁଲ୍ ଇଞ୍ଜେକ୍ସନ ଦେଇଥିଲେ। ଗୋଡ଼ ହାତ ଯନ୍ତ୍ରଣା କମିବା ତ ଦୂରର କଥା, ତାଙ୍କ ଶରୀର ଅଧିକ ବିଗିଡ଼ିବା ସହ ସେ ଅଚେତ୍ ହୋଇପଡିଥିବା ନେଇ ଅଭିଯୋଗ ହୋଇଛି। ପରିବାର ଲୋକେ ତାଙ୍କୁ ତୁରନ୍ତ ତୁରେକେଲା ମେଡିକାଲରେ ଭର୍ତ୍ତି କରିବାପରେ ଡାକ୍ତର ସେଠାରେ ଭବାନୀଙ୍କୁ ମୃତ ଘୋଷଣା କରିଥିଲେ।

ତେଣେ ଭବାନୀଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରୁ କ୍ବାକ୍ ଜଣଙ୍କ ଫେରାର୍ ମାରିଥିବା ସୂଚନା ମିଳିଛି। ଅନ୍ୟପଟେ ମୃତକଙ୍କ ପରିବାରଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ l ପୂର୍ବରୁ ବି ସିନ୍ଧେକେଲା, ମୁରିବାହାଲ ଥାନା ଅଞ୍ଚଳରେ କ୍ବାକ୍ ମାନଙ୍କ ଭୁଲ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ ନେଇ ଅଭିଯୋଗ ହୋଇଆସୁଛି।

Advertisment
Odisha Wrong Injection Tension OTV News Balangir Patient Death Wrong Injection Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ