Advertisment

ଗୁରୁକୁଳ ଗୁରୁଜୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ; ଅଭିଯୁକ୍ତ ଅଟକ...

ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଥିବା ଏକ ଗୁରୁକୁଳ ଆଶ୍ରମର ଜଣେ ଗୁରୁଜୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ । ପିଲାଙ୍କୁ ଯୌନ ନିର୍ଯାତନା ଦେଉଥିବା ଖୋଦ ପିଲାଙ୍କ ଅଭିଭାବକ ଓ ଛାତ୍ର ଅଭିଯୋଗ କରିଛନ୍ତି ।

ଅଦ୍ୟତନ ହୋଇଛି
Students Accuse Teacher of Sexual Harassment in Gurukul In Puri

Sexual Harassment

Advertisment

ଗୁରୁକୁଳର ଗୁରୁଜୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଥିବା ଏକ ଗୁରୁକୁଳ ଆଶ୍ରମର ଜଣେ ଗୁରୁଜୀଙ୍କ ବିରୋଧରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ଏକାଧିକ ଅଭିଭାବକ। ଗୁରୁକୁଳରେ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ ଛାତ୍ର ଶିକ୍ଷାଲାଭ କରିଥାନ୍ତି। ଏ ନେଇ ଅଭିଭାବକଙ୍କ ପକ୍ଷରୁ ଡେଲାଙ୍ଗ ଥାନାରେ ଏତଲା ପରେ ଅଭିଯୁକ୍ତ ଗୁରୁଜୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି। 

Advertisment

ଅଧିକ ପଢ଼ନ୍ତୁ: ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ପୂର୍ବତନ ବିଜେଡି ବିଧାୟକଙ୍କ ନାଁରେ ମାମଲା ରୁଜୁ

ସୂଚନା ଅନୁସାରେ, ପୁରୀ ଜିଲ୍ଲା ଡେଲାଙ୍ଗ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଉଜ୍ଜୟିନୀ ମୌନୀ ମଠରେ ବେଦ ଶାସ୍ତ୍ର ଶିକ୍ଷା ଲାଭ କରନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବ୍ରାହ୍ମଣ। କିନ୍ତୁ ଦୀର୍ଘ ୩ ବର୍ଷ ହେଲା ଦୁର୍ଗାପ୍ରସାଦ ପିଲାଙ୍କୁ ଯୌନ ନିର୍ଯାତନା ଦେଉଥିବା ଖୋଦ ପିଲାଙ୍କ ଅଭିଭାବକ ଓ ଛାତ୍ର ଅଭିଯୋଗ କରିଛନ୍ତି । ତେବେ ଦୁର୍ଗାଙ୍କ ବାପା କହିଛନ୍ତି, ପୂର୍ବରୁ ଏଭଳି ଅଭିଯୋଗ ଆସିନାହିଁ। ଏବେ ଛାତ୍ରମାନେ କାହିଁକି ଅଭିଯୋଗ ଆଣିଲେ ସେ ସମ୍ପର୍କରେ ସେ କିଛି ଜାଣିନାହାନ୍ତି ।

Advertisment

Sexual Harassment Sexual Harassment Cases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ