Advertisment

ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍

ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର(DIC)ର ଲାଞ୍ଚୁଆ ସୁପରଭାଇଜର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସେ ଜଣେ ହିତାଧିକାରୀଙ୍କୁ ସରକାରଙ୍କ ଠାରୁ ମିଳିବାକୁ ଥିବା ସବ୍‌ସିଡି ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ।

DIC Supervisor

DIC Supervisor

Advertisment

ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍ । ପୁରୀ ଖଦି ଗ୍ରାମୋଦ୍ୟୋଗ DIC କାର୍ଯ୍ୟାଳୟର ସୁପରଭାଇଜର ନାରାୟଣ ପଟ୍ଟନାୟକଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଧରିଛି ଭିଜିଲାନ୍ସ । ସେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ରହିଛି ଭିଜିଲାନ୍ସ । DSPଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଢାଉ କରାଯାଇ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ ।

Advertisment

ପୁରୀର ଏକ ମେଟାଲ ପ୍ରୋସେସିଂ ୟୁନିଟର ମାଲିକଙ୍କ ଅଭିଯୋଗ ଆଧାରରେ ଧରାପଡିଛନ୍ତି ନାରାୟଣ । ସେ DIC ଅଫିସରୁ ଏକ ଲୋନ ଆବେଦନ କରିଥିଲେ । ଏହି ଲୋନ୍‌କୁ ମଞ୍ଜୁର କରିବା ପାଇଁ  ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ୍ ।

ସୂଚନା ମୁତାବକ, ବେଲମେଟାଲ ପ୍ରୋସେସିଂ ୟୁନିଟ କରିଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପାଖାପାଖି ୨ ଲକ୍ଷ ୪୫ ହଜାର ସବ୍‌ସିଡି ଟଙ୍କା ପଠାଇବାରେ ଏହି ସୁପରଭାଇଜର ଫାଇଲ ଅଟକାଇ ରଖିଥିଲେ। ୧୫ ହଜାର ଟଙ୍କା ଲାଞ୍ଚ ଦେଲେ ଫାଇଲ୍ କାମ କରିବାକୁ କହିଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଲାଞ୍ଚୁଆ ସୁପରଭାଇଜରଙ୍କୁ ଧରିବାକୁ ଭିଜିଲାନ୍ସ ପଦକ୍ଷେପ ନେଇଥିଲା।

Advertisment

ଭିଜିଲାନ୍ସର ଯୋଜନା ମୁତାବକ ଆଜି ସମ୍ପୃକ୍ତ ବ୍ୟକ୍ତି ପ୍ରଲେପ ଦିଆଯାଇଥିବା ୧୫ ହଜାର ଟଙ୍କା ପୁରୀ ଡିଆଇସି ଅଫିସ୍‌ରେ ପହଞ୍ଚି ସମ୍ପୃକ୍ତ ସୁପରଭାଇଜରଙ୍କୁ ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ଚଢ଼ାଉ କରି ଏହି ଲାଞ୍ଚୁଆ ଅଧିକାରୀଙ୍କୁ ଗିରଫ କରିଥିଲା। ତାଙ୍କ ଠାରୁ ଲାଞ୍ଚ ନେଇଥିବା ଟଙ୍କାକୁ ଜବତ କରିଥିଲା।

ଏନେଇ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଏଥିସହ ଏହି ଲାଞ୍ଚୁଆ ଡିଆଇସି ସୁପରଭାଇଜରଙ୍କ ବିଷୟରେ ଅଧିକ ଜାଣିବାକୁ ଅଧିକ ଖୋଳତାଡ଼ ଚଳାଇଛି। ଗୋଟିଏ ପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ପୁରୀ ଚଳଚଞ୍ଚଳ ଥିବା ବେଳେ ଅନ୍ୟପଟେ ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡ଼ିବା ଚର୍ଚ୍ଚାର ବିଷୟ ହୋଇଛି।

Advertisment
DIC Supervisor Vigillance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ