• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶିବସେନା ନେତା ସୁଧୀର ସୁରିଙ୍କୁ ଗୁଳିକରି ହତ୍ୟା । ପଞ୍ଜାବ ଅମୃତସରରେ ବିକ୍ଷୋଭ ପ୍ରଦର୍ଶନ ବେଳେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସ୍ଥାନୀୟ ଏକ ମନ୍ଦିର ବାହାରେ ପରିଚାଳନା ପ୍ରସଙ୍ଗକୁ ନେଇ ବିକ୍ଷୋଭ କରୁଥିଲେ ଶିବସେନା ନେତା ସୁଧୀର ସୁରି । ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଫାୟାରିଂ ହୋଇଛି । ସ୍ଥାନୀୟ ଏକ ଦୋକାନୀ ସୁଧୀରଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡିଛି । ବର୍ତ୍ତମାନ ଆକ୍ରମଣକାରୀ ସନ୍ଦୀପ ସିଂହଙ୍କୁ ଗିରଫ କରିଛି ପୋଲିସ ।

ଶିବସେନା ନେତାମାନେ ଗୋପାଳ ମନ୍ଦିର ବାହାରେ ଥିବା ଆବର୍ଜନା କୁଣ୍ଡରୁ ଭଗବାନଙ୍କ ମୂର୍ତ୍ତି ମିଳିବା ପରେ ଧାରଣାରେ ବସିଥିବା ସମୟରେ ଏପରି ଅଘଟଣ ଘଟିଛି ।  ଆକ୍ରମଣକାରୀ ସୁଧୀରଙ୍କ ପଛରେ ବସି ପଏଣ୍ଟ ବ୍ଲାଂକରୁ ଗୁଳିମାଡ଼ କରିଥିଲା । ସୁଧୀର ସୁରିଙ୍କ ସୁରକ୍ଷା ଲାଗି ପୋଲିସ ବନ୍ଦୋବସ୍ତ ହୋଇଥିଲେ ମଧ୍ୟ ଆକ୍ରମଣକାରୀ ଗୁଳିମାଡ଼ କରିଥିଲା ।

ଆକ୍ରମଣରେ ବ୍ୟବହୃତ ପିସ୍ତଲକୁ ଜବତ କରିଛି ପୋଲିସ । ଆକ୍ରମଣକାରୀଙ୍କ ସହ ଅନ୍ୟ ୩ ସହଯୋଗୀ ମଧ୍ୟ ରହିଥିଲେ । ଘଟଣାସ୍ଥଳରୁ ସେମାନେ ଏକ କାରରେ ଫେରାର ହେବାରେ ସଫଳ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛି ପୋଲିସ । ଆକ୍ରମଣକାରୀ ଅମୃତସରର ବାସିନ୍ଦା ।  

ଅନ୍ୟପକ୍ଷରେ ଅମୃତସରରେ ଦିନଦିପହରେ ଏହି ଘଟଣା ଘଟିବା ପରେ ପଞ୍ଜାବର ଆପ୍ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ନେତା ତଜିନ୍ଦର ସିଂହ ବାଗା କହିଛନ୍ତି ଯେ ବର୍ତ୍ତମାନ ପଞ୍ଜାବରେ ଆଇନ ଶୃଙ୍ଖଳା ସ୍ଥିତି ପୂରା ଭୁଶୁଡ଼ି ପଡ଼ିଛି । 

ସୂଚନା ଅନୁଯାୟୀ, ସ୍ଥାନୀୟ ଏକ ମନ୍ଦିର ବାହାରୁ ଆବର୍ଜନା କୁଣ୍ଡରୁ କିଛି ଭଙ୍ଗା ମୂର୍ତ୍ତି ମିଳିଥିଲା । ଏହାକୁ ନେଇ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ସୁଧୀର ସୁରିଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏଥିପାଇଁ ଗୁଳିକାଣ୍ଡ ହୋଇଥିବା କୁହାଯାଉଛି ।