Advertisment

ଛୁଆ ହେଲାନି ବୋଲି ମଣିଷ ହାଡ଼ ଗୁଣ୍ଡ ଖାଇବାକୁ କହିଲେ ଶାଶୁ ଘର ଲୋକ...

ଆଜିର ଏହି ବିଜ୍ଞାନ ଯୁଗରେ ବି ଲୋକେ ଗୁଣି ଗାରେଡ଼ି ଉପରେ ବିଶ୍ୱାସ ରଖୁଛନ୍ତି, ତାହା ଏହି ମଣିଷ ସମାଜ ପାଇଁ ଅତ୍ୟନ୍ତ ଦୁଃଖଦାୟକ ନିଶ୍ଚୟ ।

ଅଦ୍ୟତନ ହୋଇଛି
Superstition

Superstition

Advertisment

ଏହା କିଭଳି ମାନସିକତା । ଏମିତି ମାନସିକତା ରଖୁଥିବା ଲୋକ ଏହି ସମାଜ ପାଇଁ ଖୁବ୍‌ ବିପଦ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆପଣ ଭାବୁଥିବେ ଆମେ କାହା କଥା କହୁଛୁ । କ’ଣ କହୁଛୁ । କେଉଁ ମାନସିକତା କଥା କହୁଛୁ । ପୁନେରେ ଜଣେ ମହିଳା ଥାନାରେ ଏକ ସାଂଘାତିକ ଅଭିଯୋଗ କରିଛନ୍ତି । ଯାହା ଶୁଣିଲେ ସୁସ୍ଥ ସମାଜର କୌଣସି ବି ବ୍ୟକ୍ତି ଆଶ୍ଚର୍ଯ୍ୟ ଏବଂ ଚିନ୍ତିତ ହେବ ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପେଟରେ ଛୁଆ ରହିବା ପାଇଁ ଶାଶୁ ଘର ଲୋକ ତାଙ୍କୁ ମଣିଷ ହାଡ଼ ଗୁଣ୍ଡ ଖାଇବାକୁ ବାଧ୍ୟ କରିଛନ୍ତି । ଏହି ଘଟଣା ଏବେ ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯିଏ ବି ଶୁଣିଛି ସିଏ ଆଶ୍ଚର୍ଯ୍ୟ ହେଉଛି । ଜଣେ ଗୁଣିଆଙ୍କ କଥାରେ ପଡ଼ି ଶାଶୁ ଘର ଲୋକ ଏଭଳି କରିଥିବା କୁହାଯାଉଛି । ତେବେ ଆଜିର ଏହି ବିଜ୍ଞାନ ଯୁଗରେ ବି ଲୋକେ ଗୁଣି ଗାରେଡ଼ି ଉପରେ ବିଶ୍ୱାସ ରଖୁଛନ୍ତି ତାହା ଏହି ମଣିଷ ସମାଜ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ନିଶ୍ଚୟ ।

ତେବେ ମହିଳାଙ୍କ ଏଭଳି ଅଭିଯୋଗ ପାଇବା ପରେ ପୋଲିସ, ସ୍ୱାମୀ ସମେତ ଶାଶୁଘରର ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ସେମାନଙ୍କ ବିରୋଧରେ ୪୯୮ ଏ, ୩୨୩, ୫୦୪, ୫୦୬ ଦଫା ଲଗାଇଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ପ୍ରଥମେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଶ୍ୱଶୁର ଘର ଲୋକ ଯୌତୁକ ଜନିତ ନିର୍ଯାତନା ଦେଉଛନ୍ତି । ଟଙ୍କା, ସୁନା, ରୂପା ଆଦି ବାପ ଘରୁ ଆଣିବା ପାଇଁ ବାଧ୍ୟ କରୁଛନ୍ତି । ଏହାପରେ ଦ୍ୱିତୀୟ ଥର ଅଭିଯୋଗ କରିଥିଲେ ଯେ, ପେଟରେ ଛୁଆ ରହିବା ପାଇଁ ମଣିଷ ହାଡ଼ ଗୁଣ୍ଡ ଖାଇବାକୁ ବାଧ୍ୟ କରିଛନ୍ତି ଶାଶୁ ଘର ଲୋକ । ଦୁଇଟି ଘଟଣାରେ ପୋଲିସ ପୃଥକ ପୃଥକ ମାମଲା ରୁଜୁ କରିଛି ।

ସ୍ଥାନୀୟ ଡିସିପି କହିଛନ୍ତି ଯେ, ମହିଳାଙ୍କୁ ମହାରାଷ୍ଟ୍ରର କୌଣସି ଏକ ନିର୍ଜନ ସ୍ଥାନକୁ ନିଆଯାଇଥିଲା । ସେଠାରେ ଏକ ଝରଣା ତଳେ ତାଙ୍କୁ ବସାଯାଇଥିଲା । ଆଉ ସେହିଠାରେ ହିଁ ତାଙ୍କୁ ମଣିଷ ହାଡ଼ ଗୁଣ୍ଡ ଖାଇବାକୁ କୁହାଯାଇଥିଲା ।

Advertisment
Superstition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ