ଟଙ୍କା ଧାର ଆଣି ଶୁଝିପାରିଲେନି ବୋଲି...ସ୍ୱାମୀ ବେକରେ ଭୁଜାଲି ଲଗାଇ ସ୍ତ୍ରୀ ସହ ଦୁଷ୍କର୍ମ

ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଚଳିତ ବର୍ଷ ଫେବ୍ରୁଆରୀ ମାସର ବୋଲି ଜଣାପଡ଼ିଛି । ଆଉ ଅଭିଯୁକ୍ତକୁ ଏବେ ଗିରଫ କରାଯାଇଛି ।

Crime Against Women

ସ୍ୱାମୀର ଆଖି ସାମ୍ନାରେ ସ୍ତ୍ରୀ ସହ ଦୁଷ୍କର୍ମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ମହାରାଷ୍ଟ୍ର ପୁଣେରେ । ଜଣେ ବ୍ୟକ୍ତି ପୀଡ଼ତାଙ୍କ ସ୍ୱାମୀକୁ କୌଣସି ଏକ କାରଣ ପାଇଁ ଟଙ୍କା ଧାର ଦେଇଥିଲେ । ଆଉ କହିଥିଲେ କିସ୍ତିରେ ଶୁଝିବେ । କିନ୍ତୁ ଆର୍ଥିକ ଅନଟନ ଯୋଗୁଁ ବ୍ୟକ୍ତି ଜଣକ ସଠିକ୍‌ ସମୟରେ ଟଙ୍କା ଫେରାଇ ପାରିନଥିଲେ । ଆଉ ଏହି ରାଗରେ ଟଙ୍କା ନେଇଥିବା ପତ୍ନୀଙ୍କ ସହ ଦୁଷ୍କର୍ମ କରିଥିଲେ ଟଙ୍କା ଧାର ଦେଇଥିବା ବ୍ୟକ୍ତି ।

ଆପଣ ଏଘଟଣା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ବି ଏହା ସତ । କାରଣ ପୁଣେରେ ଏଭଳି ଏକ ଘଟଣା ଘଟିଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ ଏହି ଘଟଣାରେ ଅଭିଯୁକ୍ତକୁ ପୋଲିସ ଗିରଫ ମଧ୍ୟ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାଟି ଚଳିତ ବର୍ଷ ଫେବ୍ରୁଆରୀ ମାସର ବୋଲି ଜଣାପଡ଼ିଛି । ଆଉ ଅଭିଯୁକ୍ତକୁ ଏବେ ଗିରଫ କରାଯାଇଛି ।

ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ବ୍ୟକ୍ତି ଜଣଙ୍କ ବୟସ ୪୭ ହେବ । ସେ ପ୍ରଥମେ ଟଙ୍କା ମାଗିବା ପାଇଁ ଉକ୍ତ ବ୍ୟକ୍ତିଙ୍କ ଘରକୁ ଆସିଥିଲେ । କିନ୍ତୁ ଧାର ନେଇଥିବା ବ୍ୟକ୍ତି ଜଣଙ୍କ ଏବେ ଟଙ୍କା ଦେଇପାରିବେ ନାହିଁ କହିବା ସହ କାକୁତି ମିନତି ହୋଇ ଆଉ କିଛି ସମୟ ମାଗିଥିଲେ । କିନ୍ତୁ ଟଙ୍କା ଧାର ଦେଇଥିବା ବ୍ୟକ୍ତି କିଛି ଶୁଣିନଥିଲେ । ସତେ ଯେମିତି ସେ ନିର୍ଦୟ ହୋଇପଡ଼ିଥିଲେ । କାରଣ ତାଙ୍କ ନଜର କିଛି ଭିନ୍ନ ଦିଗରେ ଥିଲା । ତାଙ୍କ ନଜର ଥିଲା ଟଙ୍କା ଧାର ନେଇଥିବା ବ୍ୟକ୍ତିଙ୍କ ପତ୍ନୀ ଉପରେ ।

ତେଣୁ ଟଙ୍କା ଫେରି ପାଇନଥିବାରୁ ରାଗରେ ଏକ ଭୁଜାଲି ବାହାର କରି ସେ ଉକ୍ତ ବ୍ୟକ୍ତିଙ୍କ ବେକରେ ଲଗାଇଥିଲେ । ଆଉ ନାନା ଧମକ ଦେଇଥିଲେ । ଶେଷରେ ସ୍ୱାମୀର ଆଖି ଆଗରେ ତାଙ୍କ ପତ୍ନୀଙ୍କ ସହ ସେ ଦୁଷ୍କର୍ମ କରିଥିଲେ ।

ତେବେ ଏହି ଘଟଣାରେ ଏକ ଛୋଟିଆ ଟ୍ୱିଷ୍ଟ ରହିଛି । ସେତେବେଳେ ଭୟରେ ବ୍ୟକ୍ତି ଜଣ ନିଜ ପତ୍ନୀଙ୍କ ସହ ହେଉଥିବା ଦୁଷ୍କର୍ମକୁ ବିରୋଧ କରିପାରିନଥିଲେ । ହେଲେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କଲା ବେଳେ ପୁରା ଘଟଣାର ଭିଡିଓ ରେକର୍ଡ କରିଥିଲେ । ନିଜ ମୋବାଇଲ କ୍ୟାମେରାରେ ସବୁ କିଛି ସେ ରେକର୍ଡ କରିନେଇଥିଲେ । ପରେ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ । ଯାହାକୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ତେବେ ପୋଲିସର କହିବାନୁଯାୟୀ ଏହି ଘଟଣାରେ ଆହୁରି ଅନେକ କିଛି ପର୍ଦ୍ଦାଫାସ୍‌ ହେବାକୁ ବାକି ରହିଛି । କାରଣ ପୁରା ଘଟଣାକୁ ଦେଖିଲେ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ତେଣୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।