Parking Dispute
ପାର୍କିଂ ବ୍ୟବସ୍ଥାକୁ ନେଇ ଅତିଷ୍ଠ ହେଲେ ଯୁବକ । ପଡୋଶୀଙ୍କ ବିରୋଧରେ ଥାନାରେ ଆଣିଲେ ଅଭିଯୋଗ । ହେଲେ ପୁଲିସ ନେଲାନି କୌଣସି କାର୍ଯ୍ୟାନୁଷ୍ଠାନ । ଫଳରେ ଦେହରେ ଲଗାଇଦେଲେ ନିଆଁ । ବାରମ୍ବାର କଳହ ନେଇ ଥାନାରେ ଅଭିଯୋଗ ଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି । ଫଳରେ ୩୫ ବର୍ଷୀୟ ଯୁବକ ଜଣକ ନିଜେ ଥାନାକୁ ଯିବା ସହ ପୋଲିସ୍ ଆଉଟପୋଷ୍ଟରେ ନିଜକୁ ଜାଳିଦେଇଛନ୍ତି ।
ସୂଚନା ଅନୁସାରେ ମଙ୍ଗଳବାର ଦିନ ଏହି ଘଟଣା ଘଟିଛି । ପୋଲିସ ମଧ୍ୟ ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ରୋହିଦାସ ଯାଦବ ନାମକ ଜଣେ ବ୍ୟକ୍ତି ତାଙ୍କ ଘର ନିକଟରେ ପାର୍କିଂକୁ ନେଇ ଅସନ୍ତଷ୍ଟ ଥିଲେ । ତେଣୁ ସେ ଥାନାଏରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ଦାୟର କରିଥିଲା ।
ହେଲେ ଯୁବକ ଜଣକ ସେହି ଘଟଣାକୁ ନେଇ ନିଜ ଦେହରେ ନିଆଁ ଲଗାଇଦେଇଛନ୍ତି । ତାଙ୍କ ବୟସ ୩୪ ବର୍ଷ । ଘଟଣାସ୍ଥଳରେ ପୋଲିସ କର୍ମଚାରୀମାନେ ତାଙ୍କ ଦେହରୁ ନିଆଁ ଲିଭାଇବା ସହ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ପୋଲିସ କହିଛି ।
ଏପରି ଏକ ଘଟଣା ମହାରାଷ୍ଟ୍ରର ପୁଣେ ସହରରୁ ଆସିଛି । ୱାଗୋଲି ଅଞ୍ଚଳର ଥାନା ବାହାରେ ନିଜ ଦେହରେ ଜଣେ ବ୍ୟକ୍ତି ନିଆଁ ଲଗାଇଦେଇଛନ୍ତି । ଘଟଣାକୁ ନେଇ ପୋଲିସ ଏବେ ଜୋରଦାର ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707894373.jpg)