Advertisment

ଟଙ୍କା ସାରିଦେଲା ସମ୍ପର୍କ! ପୁଅ ପାଲଟିଲା ପିତୃହନ୍ତା, ଋଣ ଭାରରେ ବୁଡ଼ି ଥିବାରୁ ଚରମ ନିଷ୍ପତ୍ତି

ସାମାନ୍ୟ ଟଙ୍କା ପାଇଁ ରକ୍ତ ସଂପର୍କରେ ରକ୍ତର ଛିଟା । ପୁଅ ପାଲଟିଗଲା ପିତୃହନ୍ତା ।

undefined

Odisha Crime

Advertisment

ସାମାନ୍ୟ ଟଙ୍କା ପାଇଁ ରକ୍ତ ସଂପର୍କରେ ରକ୍ତର ଛିଟା । ପୁଅ ପାଲଟିଗଲା ପିତୃହନ୍ତା । ପ୍ରଫେସର ପୁଅର ଛୁରା ମାଡ଼ରେ ଚାଲିଗଲା ବୃଦ୍ଧ ବାପାଙ୍କ ଜୀବନ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଆଜି ଭୋରରୁ ଘଟିଛି ଏଭଳି ଜଘନ୍ୟ ଅପରାଧ । ଋଣ ବୋଝରେ ବୁଡିଥିବା ପୁଅ, ବାପାଙ୍କଠାରୁ ଟଙ୍କା ଆଶା ରଖି ନିରାଶ ହେବାରୁ ଶେଷରେ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ କହିଛି ।

Advertisment

ଯେତେ କହିଲେ ବି ଘୃଣ୍ୟ, ଜଘନ୍ୟ, ନିନ୍ଦନୀୟ । ସାମାନ୍ୟ ଟଙ୍କା ପାଇଁ ଉଚ୍ଚ ଶିକ୍ଷିତ ଏବଂ ସମାଜରେ ପ୍ରତିଷ୍ଠିତ ପୁଅ ସାଜିଲା ବାପାଙ୍କ ହତ୍ୟାକାରୀ । ରାଜଧାନୀର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଆଜି ଭୋରରୁ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ପ୍ରଫେସର ପୁଅର ଛୁରା ମାଡ଼ରେ ଆଖି ବୁଜିଛନ୍ତି ୬୮ ବର୍ଷୀୟ ନାଲକୋର ଅବସରପ୍ରାପ୍ତ ଅଫିସର ସୁନୀଲ ଚୌଧୁରୀ ।

ସମୟ ଭୋର୍ ପ୍ରାୟ ୪ଟା । ରଙ୍ଗମାଟିଆ ସ୍ଥିତ DHPL ଆପାର୍ଟମେଣ୍ଟର ଫାଷ୍ଟ ଫ୍ଲୋରରେ ରହୁଥିବା ସୁନୀଲ ଚୌଧୁରୀଙ୍କ ଘରୁ ଫୋନ୍ ଯାଇଥିଲା ସେମାନଙ୍କ ନିତିଦିନ ଦେଖାଶୁଣା କରୁଥିବା ସ୍ଥାନୀୟ ଆଲୋକ ବେହେରାଙ୍କ ନିକଟକୁ । ସେ ତତକ୍ଷଣାତ ଆସି ଦେଖିବା ବେଳକୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଖଟ ଉପରେ ଲୋଟିଥିଲା ସୁନୀଲଙ୍କ ଶରୀର ।

Advertisment

ଆଉ ତାଙ୍କ ନିକଟରେ ଛିଡା ହୋଇଥିଲେ ହାତରେ ରକ୍ତାକ୍ତ ଛୁରୀ ଧରିଥିବା ପୁଅ ଅନିରୁଦ୍ଧ । ପରେ ତୁରନ୍ତ ପଡ଼ୋଶୀଙ୍କୁ ଡାକି ପରେ ପୋଲିସକୁ ଫୋନ କରିଥିଲେ ଆଲୋକ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ମଞ୍ଚେଶ୍ୱର ପୋଲିସ । ପରେ ଡିସିପି ଓ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ପ୍ରାଥମିକ ତଦନ୍ତ ପରେ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛି ପୋଲିସ । ଭୁବନେଶ୍ୱର ଡିସିପି କହିଛନ୍ତି, ଅଭିଯୁକ୍ତ ଅନିରୁଦ୍ଧ ରାଜଧାନୀର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଆଇନ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ । ତେବେ ଅନିରୁଦ୍ଧ ଋଣ ଭାରରେ ଥିବାରୁ ବାପାଙ୍କଠାରୁ ୨୫ ଲକ୍ଷ ଟଙ୍କା ଚାହୁଁଥିଲେ ।

Advertisment

କିନ୍ତୁ ବାପା ସୁନୀଲ ଏଥିରେ ରାଜି ନହେବାରୁ, ଉପକ୍ଷିପ୍ତ ହୋଇ ଫଳକଟା ଛୁରୀରେ ମାଆର ଆଖି ଆଗରେ ହିଁ ବାପାଙ୍କୁ ହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥିଲା । ଅଭିଯୁକ୍ତ ଅନିରୁଦ୍ଧ JNUରୁ ଆଇନରେ ଡିଗ୍ରୀ ହାସଲ ପରେ ଭୁବନେଶ୍ୱର ପ୍ରତିଷ୍ଠିତ ବିଶ୍ୱ ବିଦ୍ୟାଳୟରେ ଚାକିରି କରୁଥିଲା । ହେଲେ ସାମାନ୍ୟ ଟଙ୍କା ପାଇଁ ନିଜ ହାତରେ ନିଜ ବାପାଙ୍କ ଜୀବନ ନେବାକୁ କେମିତି ପଛାଇଲାନି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମାନସିକ ଦୁଶ୍ଚିନ୍ତାରୁ ହେଉ କି କେଉଁ ବିଷମ ପରିସ୍ଥିତିର ତାଡନା ହେଉ, ପୁଅକୁ ମଣିଷ କରି ସମାଜରେ ପ୍ରତିଷ୍ଠିତ କରିଥିବା ପରେ ସେଇ ପୁଅ ଏବେ ପିତୃଋଣ ସୁଝିବା ବଦଳରେ ପିତୃହନ୍ତା ପାଲଟି ଯାଇଥିବାରୁ ଏବେ ଜେଲର ଚାରିକାନ୍ଥ ପାଲଟିଛି ତାର ଶେଷ ଠିକଣା ।

Crime Father
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ