ମହିଳା ସାମ୍ବାଦିକଙ୍କୁ ମାଡ଼ ମାମଲା; ଟୁଟୁ ନାୟକଙ୍କୁ ଥାନାକୁ ଆଣିଲା ପୋଲିସ

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଲା ପୋଲିସ ।

Tutu nayak

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଲା ପୋଲିସ । ଏନେଇ ସୂଚନା ଦେଲେ ଖାରବେଳନଗର ଥାନା ପୋଲିସ । ଆମେ ତାଙ୍କୁ ପଚରାଉଚରା କରୁଛୁ କହିଲେ ଥାନା ଅଧିକାରୀ । ସେ ଆସି ନାହାନ୍ତି, ଆମେ ତାଙ୍କୁ ଆଣିଛୁ ବୋଲି କହିଲେ ।

କାର୍ଯ୍ୟରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସିନେ ପ୍ରଯୋଜକ ସଂଜୟ ନାୟକ ମାଡ଼ ମାରିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ। ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରାଯାଇଛି । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି।

ସେପଟେ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଭୁବନେଶ୍ୱର ଡିସିପିଙ୍କୁ ଭେଟିଛି ଓଡ଼ିଶା ୱିମେନ୍ ଆଣ୍ଡ ମିଡିଆ । ଏଥିସହ ମହିଳା ସାମ୍ବାଦିକାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବାକୁ ସଂଘ ଡିସିପିଙ୍କୁ ନିବେଦନ କରିଛି ।