Advertisment

MKCG ମେଡିକାଲ କଲେଜରେ ରାଗିଂ; ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ସିନିୟରଙ୍କ ନିସ୍ତୁକ ମାଡ଼

ବ୍ରହ୍ମପୁର MKCG ମେଡିକାଲ କଲେଜରେ ରାଗିଂ କଳଙ୍କ। ସିନିୟର ଢାକ୍ତରୀଛାତ୍ରଙ୍କ ମାଡ଼ରେ ଆହତ ଜୁନିୟର ଡାକ୍ତରୀ ଛାତ୍ର। କ୍ୟାମ୍ପସରେ ରାଗିଂ ଭଳି କୁତ୍ସିତ ଆଚରଣକୁ ରୋକିବା ପାଇଁ ୟୁଜିସିର କଡ଼ା ଗାଇଡ୍ ଲାଇନ୍ ସତ୍ତ୍ୱେ MKCG ପରି ଆଗ ଧାଡ଼ିର ମେଡିକାଲ କଲେଜରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ।

undefined

Ragging

Advertisment

ଉଚ୍ଚ ଶିକ୍ଷାନୁଷ୍ଠାନରୁ ଆସିଲା ପୁଣି ରାଗିଂର ସାଂଘାତିକ ଅଭିଯୋଗ। ଏଥର ଘଟଣା ଘଟିଛି ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜରେ। ଏମବିବିଏସ ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କୁ ଦୁଇ ସିନିୟର ଛାତ୍ର ମାଡ଼ ମାରି ଆହତ କରିଥିବା ନେଇ ଥାନାରେ ଅଭିଯୋଗ ପରେ ଉଦବେଗ ସୃଷ୍ଟି ହୋଇଛି। ଆଣ୍ଟି ରାଗିଂ ସେଲ୍ ପକ୍ଷରୁ ଘଟଣାର ତଦନ୍ତ ଚାଲିଥିବା ଏମକେସିଜି କର୍ତ୍ତୃପକ୍ଷ କହିଥିଲା ବେଳେ ରିପୋର୍ଟ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏମଇଟିଙ୍କ ପକ୍ଷରୁ କୁହାଯାଇଛି।

Advertisment

ବ୍ରହ୍ମପୁର MKCG ମେଡିକାଲ କଲେଜରେ ରାଗିଂ କଳଙ୍କ। ସିନିୟର ଢାକ୍ତରୀଛାତ୍ରଙ୍କ ମାଡ଼ରେ ଆହତ ଜୁନିୟର ଡାକ୍ତରୀ ଛାତ୍ର। କ୍ୟାମ୍ପସରେ ରାଗିଂ ଭଳି କୁତ୍ସିତ ଆଚରଣକୁ ରୋକିବା ପାଇଁ ୟୁଜିସିର କଡ଼ା ଗାଇଡ୍ ଲାଇନ୍ ସତ୍ତ୍ୱେ MKCG ପରି ଆଗ ଧାଡ଼ିର ମେଡିକାଲ କଲେଜରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ।

ରାଗିଂର ଶିକାର ହୋଇଥିବା ଏମବିବିଏସ୍ ଦ୍ୱିତୀୟ ବର୍ଷର ଛାତ୍ର ଜଣକ ବାଲେଶ୍ୱର ସୁନାହାଟ ଅଞ୍ଚଳର। ଗତ ୯ ତାରିଖ ଅର୍ଥାତ୍ ଶୁକ୍ରବାର ରାତିରେ ଘଟିଛି ଏ ଘଟଣା। ବୈଦ୍ୟନାଥପୁର ଥାନାରେ ଏନେଇ ହୋଇଥିବା ଅଭିଯୋଗ ଅନୁଯାୟୀ, ଏମକେସିଜି କ୍ୟାଂପସରେ ହେଉଥିବା ଏକ ବ୍ୟାଣ୍ଡପାର୍ଟି ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ବିନା କାରଣରେ ଚତୁର୍ଥ ବର୍ଷର ଦୁଇ ଜଣ ଛାତ୍ର ତାଙ୍କୁ ନିସ୍ତୁକ ପିଟିଥିଲେ।

Advertisment

ଫଳରେ ତାଙ୍କ ମୁହଁ, ଆଖି ଓ କାନ ଓ କପାଳରେ ଗୁରୁତର ଆଘାତ ଲାଗିଥିଲା। ଏମିତିକି କିଛି ସମୟ ପାଇଁ ସେ ଚେତାଶୂନ୍ୟ ହୋଇ ଯାଇଥିଲେ। ଆଉ ଇଏ ହେଉଛି ଘଟଣାକୁ ନେଇ ଏମକେସିଜି କର୍ତ୍ତୃପକ୍ଷ, ବ୍ରହ୍ମପୁର ଏସପି ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ପୀଡ଼ିତ ଛାତ୍ରଙ୍କ ବାପାଙ୍କ ଟୁଇଟ୍। ଖାଲି ମା଼ଡ଼ ନୁହେଁ, ପୋଲିସରୁ ମାମଲା ପ୍ରତ୍ୟାହାର କରିବାକୁ ତାଙ୍କ ପୁଅ ଉପରେ ଚାପ ପଡ଼ୁଥିବା ଅଭିଯୋଗ କରିବା ସହ ସେ ତୁରନ୍ତ ନ୍ୟାୟ ପାଇଁ ଦାବି କରିଛନ୍ତି।

ଏମକେସିଜି ମେଡିକାଲ କଲେଜରେ ରାଗିଂର ଏଭଳି ଅଭିଯୋଗ ପରେ ତତ୍ପର ହୋଇପଡ଼ିଛନ୍ତି ଏମକେସିଜି କର୍ତ୍ତୃପକ୍ଷ। ଆଣ୍ଟି ରାଗିଂ ସେଲ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେଡିକାଲ କଲେଜ୍ ଅଧ୍ୟକ୍ଷ। ସେପଟେ ଡିଏମ୍ଇଟି ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇଛି। ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ତଦନ୍ତ ଆଧାରରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment
Ragging MKCG Medical College And Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ