Advertisment

ଜେଲ୍‌ରୁ ପାରୋଲରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା !

ଜେଲ୍‌ରୁ ପାରୋଲରେ ଆସିଥିବା ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୧୨ ବର୍ଷ ଜେଲ୍‌ରେ ରହିବା ପରେ ସେ ୪ ମାସ ପାଇଁ ପାରୋଲରେ ଆସିଥିଲେ।

Newly Married Woman Found Dead

Prisoner on parole found dead

Advertisment

ସାଲେପୁର: ଜେଲ୍‌ରୁ ପାରୋଲରେ ଆସିଥିବା ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ବରାହିପୁର ଗାଁରୁ ଏଭଳି ଅଭିଯୋଗ ଆସିଛି। ଗାଁର ରାଜ କିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗତ ୨୦୦୮ ନଭେମ୍ବରରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଚୌଦ୍ୱାର ଜେଲ୍‌ରେ ଆଜୀବନ ସଜ୍ଜା କାଟୁଥିଲେ।

Advertisment

୧୨ ବର୍ଷ ଜେଲ୍‌ରେ ରହିବା ପରେ ସେ ୪ ମାସ ପାଇଁ ପାରୋଲରେ ଆସିଥିଲେ। ଏହାପରେ ସେ ଆଉ ଜେଲ୍‌ ଯିବାକୁ ଚାହୁଁ ନଥିଲେ। ଏଥିପାଇଁ ପାରୋଲ ସରିବା ପୂର୍ବ ଦିନ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।  ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

Advertisment

ଘଟଣାକୁ ନେଇ ରାଜ କିଶୋରଙ୍କ ଝିଅ କହିଛନ୍ତି, ‘ପାରୋଲରେ ଆସିବା ପରଠୁ ସେ ଆଉ ଜେଲ୍‌ ଯିବାକୁ ଚାହୁଁ ନଥିଲେ। ପାରୋଲ ସରିବା ପୂର୍ବ ଦିନ ଯେମିତି ସେ ଜାଣିଲେ ପୁଣିଥରେ ଜେଲ୍‌କୁ ଯିବାକୁ ପଡ଼ିବ ବୋଲି ଏଭଳି ଚରମ ପଦକ୍ଷେପ ନେଇଛନ୍ତି।’

ଅନ୍ୟପକ୍ଷେ, ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଚଳାଇଛି। 

Advertisment
Prisoner Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ