Advertisment

ସରକାରୀ ଚାକିରି କରି କୋଟି କୋଟି ଟଙ୍କା ରଖିଥିଲେ, ଓଡ଼ିଆ ଫିଲ୍ମ କରିବାର ବି ସ୍ୱପ୍ନ ଦେଖୁଥିଲେ

ସରକାରୀ ବାବୁଙ୍କୁ ଭିଜିଲାନ୍ସ ଯେତେ ଘାଂଟୁଛି ସେତେ ତଥ୍ୟ ପାଉଛି। ଗୋଟିଏ ପରେ ଗୋଟିଏ ଲିଙ୍କ୍‌ର ଖୋଲୁଛି ଗୁମର

ଅଦ୍ୟତନ ହୋଇଛି
 OPHCW deputy manager Pratap Samal

OPHCW deputy manager Pratap Samal

Advertisment

ଭୁବନେଶ୍ୱର: କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କ ରହିଛି ଓଲିଉଡ୍ ଲିଙ୍କ୍। ଓଡ଼ିଆ ଫିଲ୍ମ ବନାଇବାକୁ ଯୋଜନା ରଖିଥିଲେ ପ୍ରତାପ ସାମଲ। ଏବେ ଏନେଇ ସୂଚନା ଦେଇଛି ଭିଜିଲାନ୍ସ । ଗିରଫ ପୋଲିସ୍ ହାଇସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଫିଲ୍ମ ପ୍ଲାନ କରିଥିବା ସୂଚନା ମିଳିଛି। ସିନେମା ନିର୍ମାଣ ପାଇଁ ଚୁକ୍ତି ମଧ୍ୟ ହୋଇଥିଲା। ହେଲେ ତାପୂର୍ବରୁ ଭିଜିଲାନ୍ସ ଆଗରେ ଖୋଲି ଯାଇଥିଲା ସମ୍ପତ୍ତିର ଗୁମର। ପ୍ରାୟ ୧୫ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ ହେବା ପରେ ଗତକାଲି ପ୍ରତାପଙ୍କୁ ଗିରଫ କରିଛି ଭିଜିଲାନ୍ସ।

Advertisment

ତେବେ ଏହାରି ମଧ୍ୟରେ ପ୍ରତାପଙ୍କ ପୂରିଗଲା ପାପର ଘଡ଼ା । ଭୁଲ୍ ହୋଇଗଲା ପୋଲିସ୍ ହାଉସିଂ କର୍ପୋରେସନ୍ ଏଷ୍ଟିମେଟରଙ୍କ ଏଷ୍ଟିମେଟ୍ । ବନ୍ଧା ହୋଇଛନ୍ତି କୋଟିପତି ସରକାରୀ ବାବୁ ପ୍ରତାପ ସାମଲ । ପ୍ରାୟ ୧୫ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ ହେବା ପରେ, ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର୍ କର୍ପୋରେସନ୍‌ର ଡେପୁଟି ମ୍ୟାନେଜରଙ୍କୁ ଗିରଫ କରିସାରିଛି ଭିଜିଲାନ୍ସ । ତାଙ୍କ ପତ୍ନୀଙ୍କ ନାଁରେ ବି ହୋଇଛି କେସ୍ । ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ସବୁଠୁ ବଡ଼ ଆୟ ବହିର୍ଭୂତ ସଂପତ୍ତି ଧରପଗଡ଼ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ପ୍ରାୟ ୧୫ କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ ହେବା ପରେ, ପ୍ରତାପଙ୍କୁ ଗିରଫ କରିବା ସହ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ କରିଛି ଭିଜିଲାନ୍ସ । ପ୍ରାୟ ସାଢ଼େ ୩ କୋଟି ଟଙ୍କାର ୨୫ଟି ପ୍ଲଟ୍, ଭୁବନେଶ୍ୱର ଓ ଭଦ୍ରକରେ ଏକାଧିକ ଆଲିଶାନ୍ କୋଠା ଓ ଫ୍ଲାଟ୍ ଏବଂ ବ୍ୟାଙ୍କ୍ ବାଲାନ୍ସକୁ ମିଶାଇ ପ୍ରତାପଙ୍କ ମୋଟ ସଂପତ୍ତିର ମୂଲ୍ୟ ୧୬ କୋଟି ୩୦ ଲକ୍ଷରୁ ଅଧିକ । ସେଥିରୁ ୧୪ କୋଟି ୮୭ ଲକ୍ଷ ଆୟ ବହିର୍ଭୁତ । ଆୟଠୁ ପ୍ରାୟ ୧ହଜାର ୨୧ ପ୍ରତିଶତ ଅଧିକ ସଂପତ୍ତି ଠୁଳ କରିଛନ୍ତି ଏହି କୁବେର ବାବୁ ।

Advertisment
OPHCW Pratap Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ