Advertisment

ଷ୍ଟାର କଳି ବିବାଦରେ ନୂଆ ମୋଡ଼: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି

ହାଇକୋର୍ଟଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ଥିବା କହିଛନ୍ତି ପ୍ରକୃତି ମିଶ୍ର।

ଅଦ୍ୟତନ ହୋଇଛି
undefined

Prakruti Mishra

Advertisment

ହାଇକୋର୍ଟରେ ତୃପ୍ତି-ପ୍ରକୃତି ଓ ବାବୁସାନ ମାମଲା। ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟଳୟକୁ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଗତ ଜୁଲାଇ ୨୩ ତାରିଖରେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ପ୍ରକୃତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଉପରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରତିବାଦରେ ଆଜି ହାଇକୋର୍ଟରେ ମାମଲା ଦାଏର କରିଛନ୍ତି ପ୍ରକୃତି। ପ୍ରକୃତିଙ୍କ ଅଭିଯୋଗ, ତାଙ୍କ ଏତଲା ଉପରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପୋଲିସ।

Advertisment

ସେପଟେ ପ୍ରକୃତିଙ୍କ ଏତଲାରେ ଅଭିଯୁକ୍ତ ଥିବା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ, ତୃପ୍ତୀଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ପୋଲିସ ଉଚିତ ଦଫା ଲଗାଇନଥିବା ଅଭିଯୋଗ ଆଣିଛନ୍ତି ପ୍ରକୃତିଙ୍କ ଓକିଲ। ତେଣୁ ମାମଲାରେ ରାଜ୍ୟ ଗୃହ ସଚିବ ଓ ଖାରବେଳନଗର IICଙ୍କୁ ପକ୍ଷଭୁକ୍ତ କରାଯାଇଛି। ତାସହ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ଘଟଣାର ତଦନ୍ତ କରାଇବାକୁ ଆବେଦନ ହୋଇଛି। ତେଣେ ହାଇକୋର୍ଟଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ଥିବା କହିଛନ୍ତି ପ୍ରକୃତି ମିଶ୍ର।

ତୃପ୍ତୀ-ପ୍ରକୃତି-ବାବୁସାନଙ୍କ ମଧ୍ୟରେ ଥିବା ପୁରୁଣା ପାରିବାରିକ ବିବାଦ ଗତ ଜୁଲାଇ ୨୩ ତାରିଖରେ ବିସ୍ପୋରକ ରୂପ ନେଇଥିଲା। ବାବୁସାନ୍ ଓ ପ୍ରକୃତି ଭୁବନେଶ୍ୱର ସତ୍ୟନଗରସ୍ଥିତ ଏକ ଗେଷ୍ଟ ହାଉସରୁ ସକାଳୁ ସକାଳୁ ଏୟାରପୋର୍ଟ ବାହାରିବା ରାସ୍ତାରେ ପୂର୍ବରୁ ଜଗି ରହିଥିଲେ ପତ୍ନୀ ତୃପ୍ତୀ ଶତପଥୀ। ନିଜ ବାପା ଓ ଆଉ କିଛି ସହଯୋଗୀଙ୍କ ସହ ମିଶି ବାବୁସାନଙ୍କ ଗାଡ଼ିକୁ ଅଟକାଇ ତାଙ୍କ ସହ ପ୍ରଥମେ ଯୁକ୍ତିତର୍କ ଓ ପରେ ଆକ୍ରମଣ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା।

Advertisment

ପରେ ଗାଡ଼ି ଭିତରେ ଥିବା ପ୍ରକୃତି, ସ୍ୱାମୀ-ସ୍ତ୍ରୀଙ୍କ କଳିରେ ହସ୍ତକ୍ଷେପ କରିବା ମାତ୍ରେ ପ୍ରକୃତିଙ୍କୁ ବି ଛାଡ଼ି ନଥିଲେ ତୃପ୍ତି। ପ୍ରକୃତି ତାଙ୍କ ଘର ଭାଙ୍ଗିଥିବା କହି ତୃପ୍ତି ତାଙ୍କୁ ପିଛା କରୁଥିବାର ଦୃଶ୍ୟ ଭାଇରାଲ ହୋଇଥିଲା। ପରେ ଏ ଘଟଣାକୁ ନେଇ ସେହିଦିନ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତି, ପରେ ବାବୁସାନଙ୍କ ପତ୍ନୀ ତୃପ୍ତି ବି ପାଲଟା ଏତଲା ଦେଇଥିଲେ। ପୋଲିସ୍ ଉଭୟ ପକ୍ଷଙ୍କୁ ପଚରାଉଚୁରା ପରେ ମାମଲା ଆଉ ଆଗକୁ ବଢ଼ିନାହିଁ। ତେବେ ମାମଲାରେ ଏଯାଏଁ ତୃପ୍ତିଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିମ୍ବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ: ଗୌତମ ପଣ୍ଡା

ବାବୁଶାନ-ତୃପ୍ତି-ପ୍ରକୃତି ବିବାଦରେ ନୂଅା ମୋଡ଼ 
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର 
ଜୁଲାଇ ୨୩ ଏତଲା ନେଇ କାଯର୍ୟାନୁଷ୍ଠାନ ନାହିଁ
ଏତଲା ଅାଧାରରେ ପୋଲିସ କାଯର୍ୟାନୁଷ୍ଠାନ ନେଉନି
ତୃପ୍ତି ଓ ତାଙ୍କ ବାପାଙ୍କ ନାଁରେ ଦିଅାଯାଇଥିଲା ଏତଲା  

Advertisment
High Court Prakruti Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ