Advertisment

କୋଲକାତାରୁ ଧରାପଡ଼ିଲା ଚିଟ୍‌ଫଣ୍ଡ ଠକ, ୧୫ କୋଟି ଟଙ୍କା ନେଇ ଫେରାର ଥିଲେ

କୋଲକାତାରୁ ଧରାପଡ଼ିଲା ଚିଟ୍‌ଫଣ୍ଡ ଠକ। ୧୫ କୋଟି ଟଙ୍କା ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ମାସ୍‌ ଇନଫ୍ରା ରିଆଲିଟି ଲିମିଟେଡ୍‌ର ନିର୍ଦ୍ଦେଶକ ତପନ କୁମାର ସାମନ୍ତ ଗିରଫ ହୋଇଛନ୍ତି।

ଅଦ୍ୟତନ ହୋଇଛି
Ponzi Firm Director Arrested From Kolkata

Ponzi Firm Director Arrested From Kolkata

Advertisment

କୋଲକାତାରୁ ଧରାପଡ଼ିଲା ଚିଟ୍‌ଫଣ୍ଡ ଠକ। ୧୫ କୋଟି ଟଙ୍କା ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ମାସ୍‌ ଇନଫ୍ରା ରିଆଲିଟି ଲିମିଟେଡ୍‌ର ନିର୍ଦ୍ଦେଶକ ତପନ କୁମାର ସାମନ୍ତ ଗିରଫ ହୋଇଛନ୍ତି। କୋଲକାତା ନରେନ୍ଦ୍ରପୁର ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତପନ କୁମାରଙ୍କୁ ଗିରଫ କରିଛି। ଚିଟ୍‌ଫଣ୍ଡ ଠକେଇ ଘଟଣାକୁ ନେଇ ତପନ ଫେରାର ଥିଲେ।

Advertisment

ଆଜି ତପନଙ୍କୁ ଟ୍ରାନଜିଟ ରିମାଣ୍ଡରେ ଆଣି ବାଲେଶ୍ୱର କୋର୍ଟରେ ହାଜର କରାଯିବ। ଜମାକାରୀଙ୍କୁ ବିଭିନ୍ନ ସ୍କିମରେ ଅଧିକ ଲାଭ ଦେବାର ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଲୁଟୁଥିଲା ସଂସ୍ଥା। ପୂର୍ବରୁ ସଂସ୍ଥାର ଏମ୍‌ଡି ଗିରଫ ହୋଇ ଜେଲରେ ଅଛନ୍ତି।

୨୦୧୦ରେ ସଂସ୍ଥାର ନାଁ ମାସ୍‌ ଇନଫ୍ରା ରିଆଲିଟି ଲିମିଟେଡ ଥିବାବେଳେ ୨୦୧୨ରେ ନାଁ ପରିବର୍ତ୍ତନ କରି ହ୍ୟୁମାନ ୱେଲ୍‌ଫେୟାର କ୍ରେଡିଟ ଆଣ୍ଡ୍‌ ଥ୍ରିଫ୍ଟ କୋ-ଅପରେଟିଭ ସୋସାଇଟି ରଖାଯାଇଥିଲା। ତେବେ କମ୍ପାନୀର ଏକାଧିକ ନିର୍ଦ୍ଦେଶକ ଥିବାବେଳେ ସେମାନେ ଫେରାର ଅଛନ୍ତି। ୨୦୧୦ରେ ସଂସ୍ଥା ସ୍ଥାପନ କରାଯାଇ ଥିବାବେଳେ, ବାଲେଶ୍ୱର ଏବଂ କୋଲକାତାର ଚବିଶ ପ୍ରଗଣାରେ ଶାଖା ଖୋଲିଥିଲା। 

Advertisment
Chit Fund Scam Odisha EOW Rs 15 Crore Ponzi Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ