Advertisment

ମନ୍ତ୍ରୀ ନବ ଦାସ ହତ୍ୟା ପରଠୁ ହୁଲସ୍ତୁଲ୍ ପାୱାର କରିଡର୍

କାହିଁକି ଆର୍ଥିକ କାରବାର ଦିଗ ଉପରେ ଫୋକସ୍ କରିଛି ତଦନ୍ତକାରୀ ସଂସ୍ଥା ?

ଅଦ୍ୟତନ ହୋଇଛି
undefined

politics heats up in odisha after naba das death

Advertisment

ମନ୍ତ୍ରୀ ନବ ଦାସ ହତ୍ୟା ପରଠୁ ହୁଲସ୍ତୁଲ୍ ପାୱାର କରିଡର୍...ଧାଁ ଧପଡ଼ ରାଜ୍ୟ ପୋଲିସର ଟପ୍ ଅଫିସର। କେତେବେଳେ ଡିଜିପିଙ୍କ କ୍ୟାମ୍ପ ଅଫିସରେ ହାଜର ହେଉଛନ୍ତି ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ତ କେତେବେଳେ ପହଞ୍ଚୁଛନ୍ତି ଡିଆଇଜି, ଆଇନଶୃଙ୍ଖଳା ଏଡିଜି। ଦିନ ତମାମ ଘନ ଘନ ବୈଠକ, ଆଲୋଚନା ପର୍ଯ୍ୟାଲୋଚନା। ହେଲେ କାହିଁକି ? କୌଣସି ପୋଲିସ ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ଆଗକୁ ରାଷ୍ଟ୍ରପତି ଆସିବାର କାର୍ଯ୍ୟକ୍ରମ ଥିବାରୁ ଏଭଳି ଧାଁ ଦୌଡ଼ ବୋଲି କୁହାଯାଉଥିଲେ ବି ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ସଂପର୍କିତ ଆଲୋଚନାକୁ ଯେ ବାଦ୍ ଦିଆଯାଇଥିବ, ସହଜରେ ହଜମ ହେଉନି।

Advertisment

ଆଉ ଏପଟେ ମାମଲାର ତଦନ୍ତର ତତ୍ତ୍ବାବଧାନ ଦାୟିତ୍ବରେ ଥିବା ଜଷ୍ଟିସ ଜେ.ପି. ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ଜଷ୍ଟିସ ଦାସଙ୍କ କଟକ ଘରକୁ
ଯାଇ ବୋଥ୍ରା ତଦନ୍ତର ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି। ତେବେ ଜଷ୍ଟିସ ଦାସ କହିଛନ୍ତି, ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହ ଗ୍ରାଉଣ୍ଡ ଜିରୋକୁ ଯିବି।

ତେଣେ ଜାରି ରହିଛି କ୍ରାଇମବ୍ରାଞ୍ଚ ତଦନ୍ତ। ପୋଲିସ ASI ଭାବେ ଚାକିରୀ କରିଥିବା ଗୋପାଳକୃଷ୍ଣ ଦାସର ଆର୍ଥିକ ସାମ୍ରାଜ୍ୟ ଉପରେ ଆଖି ପକାଇଛି
କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚ ଡିଏସ୍ପି ଶିଶିର ମିଶ୍ରଙ୍କ ତତ୍ବାବଧାନରେ ଏକ ଟିମ୍ ବ୍ରହ୍ମପୁର ବଡ଼ ମେଡ଼ିକାଲ କ୍ୟାମ୍ପସରେ ଥିବା ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇ
ଗୋପାଳର ଆର୍ଥିକ କାରବାରର ଯାଞ୍ଚ କରିଛି। ଏହାସହ ବ୍ରହ୍ମପୁର ଶିଳ୍ପାଞ୍ଚଳରେ ରହୁଥିବା ଗୋପାଳଙ୍କ ପତ୍ନୀ ଏବଂ ପୁତୁରାକୁ କ୍ରାଇମବ୍ରାଞ୍ଚ ଆର୍ଥିକ ଦିଗ ସଂପର୍କରେ
ପଚରାଉଚରା କରିଛି। ଏପିରିକି ଆଖପାଖ ବ୍ୟକ୍ତି ଏବଂ ପଡ଼ୋଶୀଙ୍କଠୁ ତଥ୍ୟ ସଂଗ୍ରହ କରିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ ପି ଆଣ୍ଡ କୋ।

Advertisment

ତେବେ କାହିଁକି ଆର୍ଥିକ କାରବାର ଦିଗ ଉପରେ ଫୋକସ୍ କରିଛି ତଦନ୍ତକାରୀ ସଂସ୍ଥା ? ଗତକାଲି ବ୍ରଜରାଜନଗର କ୍ବାର୍ଟରରୁ ମିଳିଥିବା ଏକ ରହସ୍ୟଜନକ ଡାଏରୀରେ ରହିଛି କି ଆର୍ଥିକ କାରବାରର ହିସାବ ? ସେଥିରୁ କିଛି ଗୁରୁତ୍ବପୂର୍ଣ୍ଣ ସୁରାଗ ପାଇବା ପରେ ଆର୍ଥିକ ଦିଗକୁ ଖୋଳତାଡ଼ କରୁଛି କି କ୍ରାଇମବ୍ରାଞ୍ଚ ? ତାକୁ ନେଇ ଲାଗିରହିଛି ନାନା ଚର୍ଚ୍ଚା।

ଜାନୁୟାରୀ ୨୯ରୁ ଫେବୃୟାରୀ ୪। ରାଜ୍ୟର ପାୱାରଫୁଲ୍ ମିନିଷ୍ଟର ନବ ଦାସଙ୍କୁ ପଏଣ୍ଟ ବ୍ଲାଙ୍କରେ ଗୁଳିକାଣ୍ଡକୁ ସପ୍ତାହେ ପୁରିବାକୁ ଯାଉଛି। ଅଥଚ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ଆସିପାରୁନି। ଯେତିକି ତଦନ୍ତ ଆଗକୁ ବଢ଼ିଚାଲୁଛି, ସେତିକି ନୂଆ ନୂଆ ଥିଓରୀ ସାମ୍ନାକୁ ଆସୁଥିବାରୁ ଆଜିଠୁ ପୁଣି ଗୋପାଳକୁ ୪ ଦିନିଆ
ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା। ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା, କୋର୍ଟ ଆଉ ୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ। ତେବେ ପୁଣି ଥରେ ୪ ଦିନିଆ ରିମାଣ୍ଡରେ ଯାଉଥିବା ଗୋପାଳ ଆଗକୁ କେଉଁ ତଥ୍ୟ ଉଗାଳୁଛି ଏବଂ କ୍ରାଇମବ୍ରାଞ୍ଚ କେତେ ସତ ସାମ୍ନାକୁ ଆସୁଛି, ତାକୁ ଅପେକ୍ଷା। 

Advertisment
Naba Das Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ