Police Wrongly Arrested An Old Man
ଜଣଙ୍କ ନାଁରେ ୱାରେଣ୍ଟ , ଆଉ ଜଣଙ୍କୁ ଉଠାଇ ନେଲା ପୋଲିସ୍। ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସ୍ପିଙ୍କ ଦ୍ୱାରସ୍ଥ ହେବେ ଦିବ୍ୟାଙ୍ଗ ବୃଦ୍ଧ। ଅଭିଯୁକ୍ତ ନ ହୋଇବି ବଳପୂର୍ବକ ଭାବେ ପୋଲିସ୍ ଘରୁ ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୨୯ ବର୍ଷ ତଳର ଏକ ପୁରୁଣା ମାମଲାରେ କୋର୍ଟ ପକ୍ଷରୁ ଜାରି ହୋଇଥିବା ୱାରେଣ୍ଟ ବଳରେ ତାଙ୍କୁ ବଳପୂର୍ବକ ଘରୁ ଉଠାଇ ଆଣିଥିବା ବେଳେ ଥାନାରେ ଦସ୍ତଖତ କରିବା ସମୟରେ କାଗଜପତ୍ର ଯାଞ୍ଚ କଲାବେଳେ ସେ ନୁହଁନ୍ତି ବୋଲି ଜଣା ପଡ଼ିଥିଲା।
ଏହି ଘଟଣାରେ ତାଙ୍କର ସମ୍ମାନ ହାନି ହୋଇଥିବା ଦର୍ଶାଇ ସମ୍ପୃକ୍ତ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୃଦ୍ଧ ଜଣକ ନିବେଦନ କରିଛନ୍ତି। ମାତ୍ର ଏସ୍ପିଙ୍କ ପକ୍ଷରୁ ଏଯାବତ୍ କୌଣସି ନ୍ୟାୟ ପାଇନଥିବାରୁ ଆସନ୍ତା ୧୫ ଦିନ ମଧ୍ୟରେ ନ୍ୟାୟ ନମିଳିଲେ ଭିନ୍ନକ୍ଷମ ସୁରକ୍ଷା ମଞ୍ଚର ସହଯୋଗରେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ସମ୍ପୃକ୍ତ ବୃଦ୍ଧ ଚେତାବନୀ ଦେଇଛନ୍ତି।
ସୂଚନା ଅନୁସାରେ, ବନ୍ତ ଥାନାର ୧୯୯୩ ମସିହାର ଏକ ପୁରୁଣା କେଶ ନମ୍ବର ୧୩୩ ମୂଳେ ପୋଲିସ୍ ଘରୁ କାର୍ତ୍ତିକ ଚନ୍ଦ୍ର ଜେନାଙ୍କୁ ବଳପୂର୍ବକ ଉଠେଇ ଆଣିଥିଲେ। ମାତ୍ର କୋର୍ଟ ଚାଲାଣ ପୂର୍ବରୁ ଥାନାରେ ଅଭିଯୁକ୍ତ ଭାବେ ଦସ୍ତଖତ କରିବା ସମୟରେ କାଗଜପତ୍ର ଯାଞ୍ଚ କରାଯିବା ବେଳେ ଉକ୍ତ ମାମଲାର ଅଭିଯୁକ୍ତ ସ୍ଥାନୀୟ ଚାଇଁପୁର ଗାଁର କାର୍ତ୍ତିକ ଜେନା ବୋଲି ଜଣା ପଡ଼ିଥିଲା। ଆଇଆଇସିଙ୍କ ହସ୍ତକ୍ଷେପରେ ବୃଦ୍ଧଙ୍କୁ ଛାଡ଼ି ଦିଆ ଯାଇଥିଲା। ତେବେ ଶହେ ଦୋଷୀ ବରଂ ଖସି ଯାଆନ୍ତୁ ହେଲେ ନିର୍ଦ୍ଦୋଷ ଦଣ୍ଡ ନପାଉ ଏପରି ଭାରତୀୟ ଆଇନ ବ୍ୟବସ୍ଥା ହୋଇଥିବା ବେଳେ ବନ୍ତ ପୋଲିସ ନଜାଣି ୱାରେଣ୍ଟ ନଦେଖି ଦିବ୍ୟାଙ୍ଗ କାର୍ତ୍ତିକଙ୍କୁ ଥାନାକୁ ଆଣିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1657890903.jpg)