remand
ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କୁ ରିମାଣ୍ଡ ଅନୁମତି । ନକଲି ଡାକ୍ତର ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ରିମାଣ୍ଡରେ ଯିବାକୁ ଅନୁମତି ଦେଲେ ଭୁବନେଶ୍ୱର SDJM କୋର୍ଟ । ୭ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିଲା ତେବେ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି । ସେହିରପି ରମେଶକୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଇ ନାହାନ୍ତି କୋର୍ଟ ।
ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳାଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା କମିଶନରେଟ୍ ପୋଲିସର ଟିମ୍ । ଡାକ୍ତର ପତ୍ନୀ କମଳା ଗୁଜରାଟର ଜାମନଗରରେ କାମ କରୁଥିଲେ ରମେଶଙ୍କ କାରନାମା ପ୍ରଘଟ ପରଠୁ ଫେରାର ଥିଲେ ଡାକ୍ତର ପତ୍ନୀ କମଳା ।
୧୯ ମହିଳାଙ୍କ ସ୍ୱାମୀ ରମେଶ ୧୯୮୨ ମସିହାରେ କରିଥିଲେ ପ୍ରଥମ ବିବାହ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର । ୨୦୦୨ ମସିହାରେ ସେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି। କମଳାଙ୍କ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲେ । ରମେଶ ନିଜ ଦ୍ୱିତୀୟ ପତ୍ନୀ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ।
ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା । କେବଳ କମଳା ନୁହନ୍ତି, ରମେଶଙ୍କ ଏହି ଅପରାଧରେ ତାଙ୍କ ଭଉଣୀ ଓ ଡ୍ରାଇଭର ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ। ହେଲେ ସବୁଦିନ ଚୋର ଘର ଅନ୍ଧାର ନଥାଏ ପରି ଜଣକ ପରେ ଜଣକୁ ପୋଲିସ୍ ଗିରଫ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/remand_1649312255.jpg)