Advertisment

'ଦୁଷ୍ମନ୍ତଙ୍କ ମା'ଙ୍କୁ ଧମକ ଦେଉଛି ପୋଲିସ'

ଜଗତସିଂହପୁରରେ ଦୁଷ୍ମନ୍ତଙ୍କ ମାଆ ଦେଇଥିବା ରିପୋର୍ଟକୁ ସେଠାରେ ରେଜିଷ୍ଟର କରାଯାଇ ପଏଣ୍ଟ ଅଫ୍ ଜୁରିସଡିକସନ୍‌ରେ କଟକକୁ ଫରୱାର୍ଡ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ଆଗରୁ ଦୁଷ୍ମନ୍ତଙ୍କ ମାଆ ସିଧା ସିଧା ଚିକିତ୍ସାରେ ତ୍ରୁଟି ଓ ବ୍ୟବସ୍ଥାର ବିଚିତ୍ର ସ୍ଥିତି ଆଡ଼କୁ ଅଙ୍ଗୁଳି ଉଠାଇବା ସହ କାହା ସହ ତାଙ୍କ ପୁଅ ଭୁବନେଶ୍ୱରକୁ ଯାଇଥିଲା, ଏନେଇ ଥାନାରେ ଏତଲା ଦେଇଥିଲେ।

 dusmanta death case

Mother Of dusmanta

Advertisment

ଜଗତସିଂହପୁର: ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ୪ ଦିନ ବିତିଛି। ଏଭଳି ସ୍ଥିତିରେ ଆଜି ତାଙ୍କ ମାଆ କୁଜଙ୍ଗ ପୋଲିସ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ ଅଭିଯୋଗ କରିଛନ୍ତି ଯେ, ଫୋନରେ କୁଜଙ୍ଗ ପୋଲିସ ତାଙ୍କୁ ଗାଳି କରିବା ସହ ଧମକ ଦେଇଛି। ତେଣୁ ପୋଲିସ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ତାଙ୍କ ମାଆ ବାସନ୍ତୀ ଦାସଙ୍କୁ ଫୋନ କରି ଖରାପ ଭାଷାରେ ଧମକ ଦିଆଯାଉଥିବା ନେଇ ଏକ ଅଡିଓ ଭାଇରାଲ୍ ହେଉଛି।

Advertisment

ସେପଟେ ଏହା ଉପରେ ପ୍ରତିକ୍ରିୟା ରଖି ତିର୍ତ୍ତୋଲ ଏସଡିପିଓ କହିଛନ୍ତି, କେଉଁ ନମ୍ବରରୁ ଦୁଷ୍ମନ୍ତଙ୍କ ମାଆକୁ ଫୋନ କରାଯାଇ ଧମକ ଦିଆଯାଇଛି, ତାର ଯାଞ୍ଚ କରାଯିବ। ସେପଟେ ଜଗତସିଂହପୁରରେ ଦୁଷ୍ମନ୍ତଙ୍କ ମାଆ ଦେଇଥିବା ରିପୋର୍ଟକୁ ସେଠାରେ ରେଜିଷ୍ଟର କରାଯାଇ ପଏଣ୍ଟ ଅଫ୍ ଜୁରିସଡିକସନ୍‌ରେ କଟକକୁ ଫରୱାର୍ଡ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।

ଆଗରୁ ଦୁଷ୍ମନ୍ତଙ୍କ ମାଆ ସିଧା ସିଧା ଚିକିତ୍ସାରେ ତ୍ରୁଟି ଓ ବ୍ୟବସ୍ଥାର ବିଚିତ୍ର ସ୍ଥିତି ଆଡ଼କୁ ଅଙ୍ଗୁଳି ଉଠାଇବା ସହ କାହା ସହ ତାଙ୍କ ପୁଅ ଭୁବନେଶ୍ୱରକୁ ଯାଇଥିଲା, ଏନେଇ ଥାନାରେ ଏତଲା ଦେଇଥିଲେ। କେହି ଜଣେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ୱର ଡାକି ନେଇଥିବା ଅଭିଯୋଗ କରିଥିଲେ। ଭୁବନେଶ୍ୱର ନେଇ ହାତ କାଟିବା ସହ ବିଷ ପିଆଇଥିବା ଅଭିଯୋଗ କରିଥିଲେ। କୁଜଙ୍ଗ ଥାନାରେ ଏତଲା ହୋଇଥିଲା, ପରେ କମିଶନରେଟ ପୋଲିସକୁ ଟ୍ରାନ୍ସଫର କରାଯିବା ନେଇ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଥିଲେ।

Advertisment
Dushmant Das Suicide And Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ