Advertisment

ସାତ ଦିନିଆ ରିମାଣ୍ତରେ ଯିବେ ରସିକିଆ ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ !

ଦ୍ୱିତୀୟ ପତ୍ନୀ ରମେଶଙ୍କ ଅର୍ଥ କାରବାର ବୁଝୁଥିବାରୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି ମହିଳା ଥାନା । ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି ।

Fake Doctor Second Wife

Fake Doctor Second Wife

Advertisment

ରିମାଣ୍ଡରେ ଯିବେ ରସିକିଆ ଡାକ୍ତରଙ୍କ ଦ୍ନିତୀୟ ପତ୍ନୀ । ରସିକିଆ ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ ପୋଲିସ । ଦ୍ୱିତୀୟ ପତ୍ନୀ ଡାକ୍ତର କମଳା ସ୍ୱାଇଁଙ୍କୁ ରିମାଣ୍ଡରେ ନେଇପାରେ ଭୁବନେଶ୍ୱର ମହିଳା ଥାନା ।

Advertisment

ଦ୍ୱିତୀୟ ପତ୍ନୀ ରମେଶଙ୍କ ଅର୍ଥ କାରବାର ବୁଝୁଥିବାରୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି ମହିଳା ଥାନା । ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି । ଗତକାଲି ବହୁପତ୍ନୀକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ତରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ୍‌ର ଟିମ୍ । ଡାକ୍ତର ପତ୍ନୀ କମଳା ଗୁଜରାଟର ଜାମନଗରରେ କାମ କରୁଥିଲେ । ରମେଶଙ୍କ କାରନାମା ପ୍ରଘଟ ପରଠୁ ଫେରାର ଥିଲେ ଡାକ୍ତର ପତ୍ନୀ କମଳା ।

୧୯ ମହିଳାଙ୍କ ସ୍ୱାମୀ ରମେଶ ୧୯୮୨ ମସିହାରେ କରିଥିଲେ ପ୍ରଥମ ବିବାହ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି। କମଳାଙ୍କ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲେ । ରମେଶ ନିଜ ଦ୍ୱିତୀୟ ପତ୍ନୀ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ।

Advertisment

ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା। କେବଳ କମଳା ନୁହନ୍ତି, ରମେଶଙ୍କ ଏହି ଅପରାଧରେ ତାଙ୍କ ଭଉଣୀ ଓ ଡ୍ରାଇଭର ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ। ଏଥିସହ ରମେଶ ଲୁଟୁଥିବା ସୁନାଗହଣା, ଟଙ୍କାରେ ସେମାନେ ବି ବସାଉଥିଲେ ଭାଗ ।

ରମେଶ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲେ। କେତେବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲେ ରମଣୀରଞ୍ଜନ। ପରିଚୟ ବଦଳାଇ ଜଣେ ପରେ ଜଣେ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ । ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲେ। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲେ। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲେ।

Advertisment

ମହିଳାଙ୍କୁ ପ୍ରେମ୍‌ ଜାଲରେ ଫସାଇବା ପାଇଁ ସେ ଡ୍ରାମା କରୁଥିଲେ। କେତେବେଳେ ମିଛି ମିଛିକା କାନ୍ଦୁଥିଲେ ତ ଆଉ କେତେବେଳେ ଶରୀର ଅସୁସ୍ଥ ରହିଛି ବୋଲି ଅଭିନୟ କରୁଥିଲେ। ଯାହାକୁ ସହଜରେ ବିଶ୍ୱାସ କରିନେଉଥିଲେ ଅସହାୟ, ବିଧବା, ସ୍ୱାମୀ ପରିତ୍ୟକ୍ତା ମହିଳାମାନେ। ଆଉ ତାପରେ ସେମାନଙ୍କୁ ବିବାହ କରି ଅୟସ୍‌ କରୁଥିଲେ ରମେଶ।

Fake Doctor Second Wife On Remand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ