Advertisment

ମମିତା ହତ୍ୟାକାଣ୍ଡ: ଜେସିବି ଓ ସ୍କୁଟିକୁ ଜବତ କଲା ପୋଲିସ

ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ପୋଲିସ। ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି

ଅଦ୍ୟତନ ହୋଇଛି
JCB

JCB

Advertisment

ବଲାଙ୍ଗିର: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ପୋଲିସ। ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି। ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ ଏହି ଜେସିବି ବ୍ୟବହାର କରିଥିଲା। ସେହିପରି ଶବ ପୋଡ଼ିବା ପାଇଁ ଟାୟାର ଆଣିବାକୁ ଏହି ସ୍କୁଟି ବ୍ୟବାହର କରିଥିଲା। ତେବେ ପୋଲିସର ତଦନ୍ତ ପ୍ରକ୍ରୀୟାକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ।

Advertisment

ହତ୍ୟାକାରୀ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା ଥିବାରୁ ତଦନ୍ତ ପ୍ରକ୍ରୀୟା ପ୍ରଭାବିତ ହେଉଥିବା ଆଶଙ୍କା କରାଯାଇଛି, ଯାହାକୁ ନେଇ ସରଗରମ ହୋଇଛି ରାଜନୀତି। ଏସବୁ ଭିତରେ ପୋଲିସ ଗଣମାଧ୍ୟମକୁ ଆଢୁଆଳରେ ରଖି ନିଜର ତଦନ୍ତ ପ୍ରକ୍ରୀୟା ଜାରି ରଖିଛି। ମମିତାକୁ ହତ୍ୟାକରୀ ମହାଲିଙ୍ଗ ସ୍କୁଲ ପଡିଆରେ ଜେ.ସି.ବି ସାହାଯ୍ୟରେ ଗାତ ଖୋଳି ପୋତିଦେଇଥିବା ପୋଲିସ କହିଥିଲା । ଏହା ସହିତ ଗୋବିନ୍ଦ ସାହୁ ନିଜ ସ୍କୁଟିରେ ଶବ ପୋଡିବା ପାଇଁ ଟାୟାର ଆଣିଥିବା ପୋଲିସକୁ କହିଥିଲା । ତେଣୁ ସିନ୍ଧେକେଲା ପୋଲିସ ମହାଲିଙ୍ଗରୁ ଘଟଣାରେ ବ୍ୟବହୃତ ଜେ.ସି.ବି ଏବଂ ଗୋବିନ୍ଦର ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ।

Advertisment

ଜେ.ସି.ବି ଡ୍ରାଇଭର ଗାତ ଖୋଲିବା ଏବଂ ଗାତ ପୋତିବା କାମ କରିଥିଲେ, ମଧ୍ୟ ହତ୍ୟାକାଣ୍ଡ ସଂପର୍କରେ ଜାଣିନଥିବା କହି, ତାକୁ ଛାଡି ଦେଇଥିଲା । ଏପରିକି ଜେ.ସି.ବି ଡ୍ରାଇଭରକୁ ପୋଲିସ ସାକ୍ଷୀ କରିଥିବା ଜଣାପଡିଛି । ଜେ.ସି.ବି ଡ୍ରାଇଭରକୁ ଛାଡି ଦେଇଥିଲେ ମଧ୍ୟ ଜେ.ସି.ବିକୁ ଜବତ କରିଛି ପୋଲିସ । ତେଣୁ ଲୋକଙ୍କ ଭିତରେ ଏବେ ବଡ ପ୍ରଶ୍ନ, ଜେ.ସି.ବି ଦୋଷୀ ହେଲା ଆଉ ଡ୍ରାଇଭର କିପରି ନିର୍ଦ୍ଦୋଷ ହେଲା। ପୋଲିସର ଏପରି ଫଣ୍ଡାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଏନେଇ କିନ୍ତୁ ମୁହଁ ଖୋଲୁନି ସିନ୍ଧେକେଲା ପୋଲିସ।

Odisha Police Accused Gobinda Sahu Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ