Advertisment

ଉଦ୍ଧାର ହେଲେ ଅପହୃତ ବ୍ୟକ୍ତି, ଚାକିରି ନାଁରେ ଠକୁଥିଲେ

ଚାକିରି ନାଁରେ ଲୋକଙ୍କୁ ଠକୁ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ପୋଲିସ୍‌ ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି।

ଅଦ୍ୟତନ ହୋଇଛି
ଉଦ୍ଧାର ହେଲେ ଅପହୃତ ବ୍ୟକ୍ତି, ଚାକିରି ନାଁରେ ଠକୁଥିଲେ

Man Abducted

Advertisment

ଭୁବନେଶ୍ୱର: ଚାକିରି ନାଁରେ ଲୋକଙ୍କୁ ଠକୁ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ପୋଲିସ୍‌ ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି। ଏହାସହ ୨ ଜଣ ଅପହରଣକାରୀଙ୍କୁ ପୋଲିସ୍‌ ଗିରଫ କରିଛି। ଅପହୃତ ହୋଇଥିବା ବ୍ୟକ୍ତି ହେଲେ ଅନ୍ଧାରୁଆ ଅଞ୍ଚଳର ସଦାନନ୍ଦ ବେହେରା।   

Advertisment

ସୂଚନା ଅନୁସାରେ, ସଦାନନ୍ଦ ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା। ୨ ଜଣ ବ୍ୟକ୍ତିଙ୍କୁ ଚାକିରି ଦେବା ନାଁରେ ସେ ସାଢ଼େ ୩ ଲକ୍ଷ ଟଙ୍କା ଠକି ନେଇଥିଲେ। ୨ ବର୍ଷ ପରେ ଟଙ୍କା କି ଚାକିରି ନ ଦେବାରୁ ସଦାନନ୍ଦଙ୍କୁ ପୁରୀ ଅଞ୍ଚଳର ପ୍ରମୋଦ ମହାନ୍ତି ଓ ନୟାଗଡ଼ର ସନ୍ତୋଷ ପଟ୍ଟନାୟକ ଗତ ୯ ତାରିଖରେ ଅପହରଣ କରି ନେଇଥିଲେ। ଏହାପରେ ସଦାନନ୍ଦଙ୍କ ପତ୍ନୀଙ୍କୁ ଫୋନ୍‌ କରି ଅପହରଣକାରୀ ୪ ଲକ୍ଷରୁ ଅଧକ ଟଙ୍କା ମାଗିଥିଲେ। ଏନେଇ ସଦାନନ୍ଦଙ୍କ ପତ୍ନୀ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Advertisment

ଅପହରଣକାରୀ ସଦାନନ୍ଦଙ୍କ ପତ୍ନୀଙ୍କୁ କଲ୍‌ କରିଥିବା ଫୋନ୍‌ ନମ୍ବରକୁ ଟ୍ରାକ୍‌ କରି ପୋଲିସ ଖୋର୍ଦ୍ଧାର ଏକ ଫାର୍ମ ହାଉସରେ ଗତକାଲି ଚଢ଼ାଉ କରି ସଦାନନ୍ଦଙ୍କୁ ଉଦ୍ଧାର କରିବା ସହ ପ୍ରମୋଦ ଓ ସନ୍ତୋଷଙ୍କୁ ଗିରଫ କରିଥିଲେ। ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। ଏହାସହ ସଦାନନ୍ଦଙ୍କୁ ଠକେଇ ଅଭିଯୋଗରେ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

Odisha Abduction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ