Advertisment

ବନ୍ଧା ହେଲେ ମହିଳା ବ୍ଲାକ୍‌ମେଲର୍‌ ! ନେତା, ସିନେ ପ୍ରଯୋଜକଙ୍କୁ କରୁଥିଲେ ବ୍ଲାକ୍‌ମେଲ୍‌

ଜଣେ ମହିଳା ବ୍ଲାକ୍‌ମେଲର୍‌ଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ମହିଳା ଜଣକ ନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ହଡ଼ପ କରୁଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Bhubaneswar Lady Blackmailer

Police Reportedly Arrests A Lady Blackmailer For Allegedly Extorting Money From Politician

Advertisment

କମିଶନରେଟ୍ ପୋଲିସ୍‌ କବ୍‌ଜାରେ ଲେଡି ବ୍ଲାକ୍‌ମେଲର୍‌। ଜଣେ ମହିଳା ବ୍ଲାକ୍‌ମେଲର୍‌ଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସମ୍ପୃକ୍ତ ମହିଳା ଜଣକ ନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ହଡ଼ପ କରୁଥିବା ସୂଚନା ମିଳିଛି। ତାଙ୍କ ଠାରୁ ୨ଟି ପେନ୍‌ଡ୍ରାଇଭ୍‌ ଓ ୨ଟି ମୋବାଇଲ୍ ଜବତ ହୋଇଥିବା ଜଣାପଡ଼ିଛି। ଏଥିରେ କିଛି ଭିଡିଓ, ଫଟୋ ଥିବା ଅନୁମାନ କରାଯାଉଛି। ଉକ୍ତ ମହିଳାଙ୍କୁ ଗିରଫ ନେଇ ଖବର ଲେଖାଯିବା ସୁଦ୍ଧା ଏ ସମ୍ପର୍କରେ ପୋଲିସ୍‌ କୌଣସି ସୂଚନା ଦେଇ ନାହିଁ।

Advertisment

ଗିରଫ ମହିଳା ଜଣକ ବ୍ଲାକ୍‌ମେଲିଂ କଳା ଟଙ୍କାରେ ଅୟସ କରୁଥିବା କୁହାଯାଉଛି। ଆଲିସାନ୍‌ ବଙ୍ଗଳାରେ ରହିବା ସହ ଦାମୀ ଗାଡ଼ି ଓ ସୌଖୀନ ଆସବାବପତ୍ର ରଖିଥିଲେ। BMW, ଟୟୋଟା ଫର୍ଚୁନର, ସୁଜୁକି ସ୍ୱିଫ୍ଟ, ହାର୍ଲି ଡେଭିଡସନ ବାଇକ୍, ମହିନ୍ଦ୍ରା ଏସୟୁଭି ଗାଡ଼ି ଚଢୁଥିଲେ ଲେଡି ବ୍ଲାକ୍‌ମେଲର୍‌। ଏପରିକି ଭୁବନେଶ୍ୱର ମର୍ଯ୍ୟାଦା ସମ୍ପନ୍ନ ସ୍ଥାନରେ କରିଥିବା ନିଜ ଘରକୁ ସେ ଫିଲ୍ମ ଓ ସିରିଏଲ୍ ସୁଟିଂ ପାଇଁ ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି। 

ସୂଚନାଥାଉ କି, କିଛି ଦିନ ପୂର୍ବେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଜଣେ ସିନେ ପ୍ରଯୋଜକ ବ୍ଲାକ୍‌ମେଲ କରୁଥିବା ଅଭିଯୋଗ ଆଣିଥିଲେ। ପୂର୍ବରୁ କିଛି ନେତା ଓ ପ୍ରଯୋଜକଙ୍କୁ ମହିଳା ଜଣକ ବ୍ଲାକ୍‌ମେଲ କରୁଥିବା ଅଭିଯୋଗ ହୋଇଥିଲା। ତେବେ ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଥିବାବେଳେ ଖବର ଲେଖାଯିବା ସୁଦ୍ଧା ମହିଳାଙ୍କୁ ଗିରଫ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। 

Advertisment
Lady Blackmailer Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ