Advertisment

ଚୋରି କରି ଆଣି ପୋଖରୀ ଭିତରେ ଲୁଚାଇଥିଲେ ବାଇକ୍, ଧରାପଡ଼ିବା ପରେ...

ପୋଖରୀ ଭିତରୁ ମିଳିଲା ଚୋରା ବାଇକ୍‌। ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୮ଟି ଚୋରା ବାଇକ୍‌ ପୋଖରୀ ଭିତରୁ ମିଳିଛି।

Police Recover 8 Stolen Bikes From A Pond

Police Recover 8 Stolen Bikes From A Pond

Advertisment

ପୋଖରୀ ଭିତରୁ ମିଳିଲା ଚୋରା ବାଇକ୍‌। ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୮ଟି ଚୋରା ବାଇକ୍‌ ପୋଖରୀ ଭିତରୁ ମିଳିଛି। ଏହି ଘଟଣାରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ପୋଲିସ୍‌ ବାଇକ୍ ଚୋରଙ୍କ ସହ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Advertisment

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ମାର୍ଶାଘାଇ ଥାନା ଅନ୍ତର୍ଗତ ବଡ଼ପାଳଗଡା, ହଳଦିଆଗୋଡା ଏବଂ ନୂଆପଡା ବଜାରରୁ ବାଇକ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆସିବା ପରେ ପୋଲିସ୍‌ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିଲା। ନୂଆପଡା ବଜାରର ଏକ କବାଡ଼ି ଦୋକାନରୁ ଏବଂ ନିକଟସ୍ଥ ଏକ ପୋଖରୀରୁ ୮ଟି ବାଇକ୍ ଜବତ କରିଥିଲା। ଏହାସହ ଚୋରା ବାଇକ୍ କିଣିବା ଅଭିଯୋଗରେ କବାଡ଼ି ଦୋକାନ ମାଲିକଙ୍କୁ ପୋଲିସ୍‌ ଗିରଫ କରିଥିଲା। ପରେ ୨ ବାଇକ୍ ଚୋରଙ୍କୁ ଧରିବାକୁ ମାର୍ଶାଘାଇ ପୋଲିସ ସକ୍ଷମ ହୋଇଥିଲା।

ଧରାପଡ଼ିଥିବା ୨ ବାଇକ୍‌ ଚୋର ହେଲେ- କେନ୍ଦ୍ରାପଡା ଟାଉନ ଥାନା ରଣପଡାର ସେକ୍ ଜାହିର, ଦିଲ୍ଲାରପୁରର ମିର ସାଦାମ୍। ପୋଲିସ୍‌ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ଚୋରା ବାଇକ୍ କିଣିବା ଅଭିଯୋଗରେ ପାଟକୁରା ଥାନା ଅନ୍ତର୍ଗତ ନୂଆପଡା ବଜାରର ସେକ୍ ରଜକ୍‌ଙ୍କୁ ମଧ୍ୟ ପୋଲିସ୍‌ ଗିରପ କରି କୋର୍ଟ ଚାଲାଣ କରିଛି।  

Advertisment
Theft Theft Cases Stolen Bikes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ