Night Clubs Raid
ପଦାକୁ ଆସିଲା ରାତି ତମାମ ରାଜଧନୀରେ କେମିତି ଚାଲୁଛି ବାର ଆଉ ପବ୍ । ରାତିଅଧିଆ ରେଡ୍ କରି ନିୟମ ଉଲଂଘନକାରୀ ବାର ଗୁଡିକରେ ଚଢାଉ କରିଛି ପୋଲିସ । ଚନ୍ଦ୍ରଶେଖରପୁର ପଟିଆ ଅଞ୍ଚଳରେ ଥିବା ପ୍ରାୟ ନାଇଟ କ୍ଲବ ଓ ପବ ରାତି ପ୍ରାୟ ୨ ଟା ୩୦ ପର୍ଯ୍ୟନ୍ତ ଖୋଲା ରହୁଥିବା ପୋଲିସ ନଜରକୁ ଆସିଛି । ଏମ୍ବାସି ସହ ମିଡଲଟନ, ବିବିଆଇ ମଧ୍ୟ ରାତି ସାଢେ଼ ୨ ଟା ପର୍ଯ୍ୟନ୍ତ ଖୋଲା ରଖୁଥିବା ପୋଲିସର ନଜରକୁ ଆସିଛି ।
ଶନିବାର ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସର ସ୍ପେଶାଲ୍ ଟିମ୍ ରାଜଧାନୀର ଚନ୍ଦ୍ରଶେଖରପୁର, ପଟିଆ, କଟକ ରୋଡ, ମଞ୍ଚେଶ୍ୱର, ଇନଫୋଷିଟୀ ଅଞ୍ଚଳରେ ଥିବା ସମସ୍ତ ବାର, ନାଇଟ କ୍ଳବ୍, ପବ ଉପରେ ଚଢ଼ାଉ କରାଯାଇଛି । ଟିମ୍ ରିପୋର୍ଟ ଆଧାରରେ ଖୁବଶୀଘ୍ର ସଂପୃକ୍ତ ବାର ମାନଙ୍କ ବିରୋଧରେ ଚଢାଉ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697340371.jpg)