Advertisment

ରେଶମ ସହରରେ ବଢୁଛି ବିଷ ବେପାର; ଏବେ ମୁଣ୍ଡ ଟେକିଛି ନକଲି ଗୁଟଖା...

ରେଡ୍ ପରେ ରେଡ୍ ହେଉଛି, ନକଲି ସାମଗ୍ରୀରେ ଲାଗିପାରୁନି ରୋକ୍ । ଘିଅ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡଠୁଁ ନେଇ ତେଲରେ ଅପମିଶ୍ରଣ । ଏବେ ମୁଣ୍ଡ ଟେକିଛି ବେଆଇନ ଗୁଟଖା ବେପାର ।

ଅଦ୍ୟତନ ହୋଇଛି
 Police Raids

Police Raids

Advertisment

ବ୍ରହ୍ମପୁର ସହରରେ କାୟା ମେଲାଉଛି ନକଲି ସାମଗ୍ରୀ। ପ୍ରାୟ ସମୟରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ସାମଗ୍ରୀ । ଖାଦ୍ୟ ସାମଗ୍ରୀଠୁ ନେଇ ଗାଡିର ଇଂଜିନ ଅଏଲ୍‌ ଯାଏ । ସବୁଠି ଲମ୍ବିଛି ନକଲି, ଅପମିଶ୍ରିତ ସାମଗ୍ରୀର ଚେର । ଶସ୍ତା ପାଇଁ ହିନସ୍ତା ହେଉଛନ୍ତି ଉପଭୋକ୍ତା। ଏବେ ପୁଣିଥରେ ବେଆଇନ ଗୁଟଖା ବେପାର ଧରିଛି ପୋଲିସ । ରେଡ୍ ବେଳେ ବିପୁଳ ବେଆଇନ ଗୁଟଖା ସହ ୩ଟି ବଡ ଗୋଦାମରେ ବି ରେଡ୍ ହୋଇଛି। 

Advertisment

ରେଶମ ସହରରେ ବଢୁଛି ବିଷ ବେପାର । ରେଡ୍ ପରେ ରେଡ୍ ହେଉଛି, ନକଲି ସାମଗ୍ରୀରେ ଲାଗିପାରୁନି ରୋକ୍ । ଘିଅ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡଠୁଁ ନେଇ ତେଲରେ ଅପମିଶ୍ରଣ । ଏବେ ମୁଣ୍ଡ ଟେକିଛି ବେଆଇନ ଗୁଟଖା ବେପାର । ଅପମିଶ୍ରିତ କାରବାରରେ ମୁନାଫା କମାଉଛନ୍ତି ଲାଭଖୋର ବେପାରୀ । ନକଲି ଘିଅ, ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ପରେ ଏବେ ବେଆଇନ ଗୁଟଖା ବେପାର। ବ୍ରହ୍ମପୁର ସହର ଉପକଣ୍ଠ ବାଉଁଶିଆପଲ୍ଲୀରେ ଠାବ ହୋଇଛି ଗୁଟଖା ବେପାରର ସାମ୍ରାଜ୍ୟ। ୩ ମହଲା ଘରେ ଚାଲୁଥିଲା ବିଷ କାରବାର। ଭିତରେ ବସ୍ତା ବସ୍ତା ବିଭିନ୍ନ ବ୍ରାଣ୍ଡର ପାନ ମସଲା ଓ ଗୁଟଖା। ରେଡ୍ ବେଳେ ପୋଲିସ ଯାହା ଦେଖିଲା, ଆଖି ତରାଟିଲା ଭଳି। କେବଳ ଗୋଟିଏ ଫ୍ୟାକ୍ଟ୍ରି ନୁହେଁ, ଆଖପାଖରେ ରହିଛି ୩ଟି ଗୋଦାମ। ସବୁଠି ଶହଶହ ବସ୍ତା ବେଆଇନ ଗୁଟଖା। ଏଗୁଡିକୁ ରାଜ୍ୟ ତଥା ବାହାରକୁ ବିକ୍ରି ପାଇଁ ପ୍ରତିଦିନ ପଠାଯାଉଥିଲା ବୋଲି ଜଣାପଡିଛି। 

ଜିଏସଟି, ଫୁଡ ସେଫଟି ନମ୍ବରରେ ବି ବଡ ଧରଣର ଜାଲିଆତି କରିଥିଲେ କଂପାନୀ ମାଲିକ ନରେନ୍ଦ୍ର ସାହୁ। ଏହାସହ କୌଣସି ପ୍ୟାକେଟରେ ମାନୁଫ୍ୟାକଚରିଂ ତାରିଖ ବ୍ୟାଚ୍ ନମ୍ବର ନଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ଏନେଇ ଗୋଟିଏ ମୁଖ୍ୟ ୟୁନିଟ୍ ସହ ୩ଟି ଗୋଦାମରେ ରେଡ୍ କରି କାଗଜପତ୍ର ଯାଂଚ କରିଛି ପୋଲିସ, ନରେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଆଗକୁ ଏଭଳି ଘଟଣା ନେଇ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଏଏସପି। 

Advertisment

ରୋକ୍ ଲାଗିପାରୁନି ନକଲି ବେପାର ଉପରେ। ଆଗକୁ ସ୍ବାସ୍ଥ୍ୟ ବିଭାଗ, ଜିଏସଟି,ଏକ୍ସାଇଜ୍ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ନେଉଛି, ଦେଖିବା ବାକି ରହିଲା।

Duolicate Tobacco Tobacco Fake Tobacco Police Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ