Advertisment

ଭୁବନେଶ୍ୱରରେ ଚାଲିଥିଲା ରେଭ୍‌ ପାର୍ଟି ! ଚଢ଼ାଉ କରି ୨ଜଣକୁ ଗିରଫ୍‌ କଲା ପୋଲିସ୍‌

ପାର୍ଟିରେ ବହୁ ବଡ଼ବଡ଼ିଆ ଥିବା ଜଣାପଡ଼ିଛି

Special story

Special story

Advertisment

ବଡ଼ ବଡ଼ ସହର ପରି ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା ରେଭ୍ ପାର୍ଟି । ରାତି ଅଧରେ ଜମିଥିଲା ରଙ୍ଗୀନ୍ ଆସନ୍ । ମଦ ନିଶାରେ ଚୁର୍‌ ଥିଲେ ଅନେକ ଲୋକ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଆଉ ପୋଲିସ୍ ଅତର୍କିତ ଚଢାଉ କରି ୨ଜଣଙ୍କୁ ଗିରଫ କରିଛି ।

Advertisment

ସୂଚନା ଅନୁସାରେ ଚନ୍ଦକା ମେଣ୍ଢାଶାଳ ସ୍ଥିତ ଏକ ଘରୋଇ ରିସର୍ଟରେ ବିଳମ୍ବିତ ରାତି ଯାଏଁ ଚାଲୁଥିଲା ପାର୍ଟି । ନିଶା ସେବନ ଚାଲିଥିବା ଖବର ପାଇ ଚନ୍ଦକା ପୋଲିସ ଚଢାଉ କରିଥିଲା । ପାର୍ଟିରେ ବହୁ ବଡ଼ବଡ଼ିଆ ଥିବା ଜଣାପଡ଼ିଛି । ବିନା ଅନୁମତିରେ ବିଳମ୍ବିତ ରାତି ଯାଏ ଚାଲିଥିଲା ଏହି ପାର୍ଟି । ଆଉ ଏହି ଘଟଣାରେ ରିସର୍ଟର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ ।

ସେଠାରୁ ୨୦ ଲିଟର ବିଅର ଓ ନିଶା ସାମଗ୍ରୀ ଜବତ କରାଯାଇଛି ।   

Rave Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ