Advertisment

ମଡିଫାଏଡ୍ ସାଇଲେନ୍ସର ବିକ୍ରି କରୁଥିଲେ, ହୋଇଯାଆନ୍ତୁ ସାବଧାନ !

ବିନା ଆରଟିଓ ଅନୁମତିରେ ମୋଡିଫାଏଡ କରିବା ଅପରାଧ ଅଟେ।

ଅଦ୍ୟତନ ହୋଇଛି
modified Silencer

modified Silencer

Advertisment

ଭୁବନେଶ୍ୱର(ଆଲୋକ ମହାନ୍ତି): ବାଇକ୍‌ରେ ମଡିଫାଏଡ୍ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ କଲେ ବା ଏଭଳି ସାଇଲେନ୍ସର ବ୍ରିକ୍ରି କରୁଥିବା ଦୋକାନୀ ସାବଧାନ। ଏଭଳି ଶବ୍ଦ ପ୍ରଦୂଷଣ କରିବା ମାମଲାରେ କମିଶନରେଟ ପୋଲିସ କଠୋର ହୋଇଛି। ବିଭିନ୍ନ ସ୍ଥାନରେ ବାଇକ୍ ଯାଞ୍ଚ ପରେ ଏବେ ସିଧା ଏଭଳି ସାଇଲେନ୍ସର ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ କରିଛି ପୋଲିସ।

Advertisment

କଟକ ରୋଡ୍‌ରେ ଏଭଳି ମଡିଫାଏଡ୍ ବାଇକ୍ ସାଇଲେଲ୍ସର ବିକ୍ରି କରୁଥିବା ବଭିନ୍ନ ଶୋରୁମ ଉପରେ ଚଢାଉ ହୋଇଛି। ମଡିଫାଏଡ୍ ସାଇଲେନ୍ସର ଲଗାଇ ଶବ୍ଦ ପ୍ରଦୂଷଣ ଉପରେ କଟକଣା ଲାଗିଥିବା ବେଳେ ଏଭଳି ସାଇଲେନ୍ସର ବିକ୍ରି କରୁଥିବା ଶୋରୁମ ଉପରେ ଚଢାଉ ଚାଲିଛି। ଭୁବନେଶ୍ୱରରେ ପୋଲିସ ୫ରୁ ୬ଟି ଟିମ୍ ଗଠନ କରି ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଧଉଳି ଭଳି ସ୍ଥାନରେ ଚଢାଉ କରିଛି। 

ସାଧାରଣତଃ ଏମାନଙ୍କ ଠାରୁ ସାଇଲେନ୍ସର କିଣି ଗ୍ୟାରେଜ୍‌ରେ ମୋଡିଫାଏଡ କରିଥାନ୍ତି। ତେବେ ଏହାକୁ କିଭଳି ରୋକାଯାଇପାରିବ, ଏନେଇ ପୋଲିସ ପକ୍ଷରୁ ବ୍ୟାପକ ଅଭିଯୋନ ଆରମ୍ଭ କରାଯାଇଛି। ଚଢଉରେ କଟକ ରୋଡ୍‌ର ଏକ ସୋ ରୁମ୍‌ରେ ଚଢଉ କରାଯାଇ ମୋଡିଫାଏଡ ସାଇଲେନ୍ସର ଜବତ ହୋଇଛି। ତେବେ ଜବତ ସାଇଲେନ୍ସର ଆନୁମାନିକ ମୂଲ୍ୟ ୫ହଜାରରୁ ୧୦ହଜାର ପର୍ଯ୍ୟନ୍ତ ହେବ। ବିଶେଷ କରି ଅନେକ ଯୁବପିଢିର ପିଲାମାନେ ଏହାକୁ କିଣିବାକୁ ପସନ୍ଦ କରୁଛନ୍ତି। 

Advertisment

ଏନେଇ ଚଢଉରେ ସାମିଲ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମୋଡିଫାଏଡ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ କରୁଛନ୍ତି। ଯାହା ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି। ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଯୋଗୁଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବିନା ଆରଟିଓ ଅନୁମତିରେ ମୋଡିଫାଏଡ କରିବା ଅପରାଧ ଅଟେ। ସେଥିପାଇଁ ମୂଳରୁ ଦୋକାନରେ ଏଭଳି ପାର୍ଟସ ସିଜ୍‌ କରାଗଲେ ଗାଡି ଚାଳକମାନେ କିଣିପାରିବେ ନାହିଁ ଓ ଲଗାଇପାରିବେ ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ