Advertisment

କୁଆଡ଼େ ଗଲେ ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ୍‌ ସନ୍ତୋଷ ? ନୋଟିସ୍‌ ପଠାଇଲା ପୋଲିସ୍‌

ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ରଙ୍କୁ ନୋଟିସ୍‌ ଜାରି କରାଯାଇଛି। ଲିଭ୍ ଇନ୍‌ ରିଲେସନସିପ୍‌ରେ ଥିବା ବୟଫ୍ରେଣ୍ଡ୍‌ ସନ୍ତୋଷଙ୍କୁ ହାଜର ପାଇଁ ପୋଲିସ ନୋଟିସ୍‌ ଜାରି କରିଛି।

ଅଦ୍ୟତନ ହୋଇଛି
Odia TV actress death case

Odia TV actress death case

Advertisment

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ରଙ୍କୁ ନୋଟିସ୍‌ ଜାରି କରାଯାଇଛି। ଲିଭ୍ ଇନ୍‌ ରିଲେସନସିପ୍‌ରେ ଥିବା ବୟଫ୍ରେଣ୍ଡ୍‌ ସନ୍ତୋଷଙ୍କୁ ହାଜର ପାଇଁ ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ନୋଟିସ୍‌ ଜାରି କରିଛି। 

Advertisment

ଏହି ନୋଟିସ୍‌କୁ ସନ୍ତୋଷଙ୍କ ପରିବାର ଲୋକଙ୍କୁ ଦିଆଯାଇଛି। ତୁରନ୍ତ ଥାନାରେ ପହଞ୍ଚି ତଦନ୍ତରେ ସହଯୋଗ କରିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି। ରଶ୍ମିରେଖାଙ୍କ ମୃତ୍ୟୁ ପରଠୁ ତାଙ୍କ ସହ ଲିଭ ଇନ୍‌ ରିଲେସନସିପ୍‌ରେ ରହୁଥିବା ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କ ପତ୍ତା ମିଳୁନି। ଏପରିକି ତାଙ୍କ ଫୋନ୍ ସ୍ୱିଚ୍ ଅଫ ମଧ୍ୟ ଆସୁଛି। ଝିଅର ମୃତ୍ୟୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ମଧ୍ୟ ସନ୍ତୋଷ ପାତ୍ରଙ୍କୁ ଦାୟୀ କରିଆସୁଛନ୍ତି।

ରଶ୍ମିରେଖାଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ ରାଜା ମଧ୍ୟ ତଦନ୍ତ ପରିସର ଭିତରେ ରହିବେ ବୋଲି ପୋଲିସ ସ୍ପଷ୍ଟ କରିଛି। ସନ୍ତୋଷ ଯଦି ନିର୍ଦ୍ଦୋଷ, ତେବେ ଘଟଣା ପରଠୁ ସେ କାହିଁକି ସାମ୍ନାକୁ ଆସୁ ନାହାନ୍ତି ବୋଲି ରଶ୍ମିରେଖାଙ୍କ ମା’ ଓ ଭାଇ ପ୍ରଶ୍ନ କରିଛନ୍ତି। ସେହିପରି ରଶ୍ମିରେଖାଙ୍କ ସହ କାମ କରୁଥିବା କିଛି ସହ କଳାକାର ମଧ୍ୟ ସମାନ ପ୍ରଶ୍ନ ଉଠାଇ ସନ୍ତୋଷଙ୍କ ଭୂମିକାକୁ ସନ୍ଦେହଜନକ ବୋଲି କହିଛନ୍ତି।

Advertisment

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି, ସେନେଇ ସସ୍‌ପେନ୍ସ ଲାଗି ରହିଥିଲା। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିଲେ। ହେଲେ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍‌ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି।

Odia Actress Odia Actress Found Dead Actress Rashmi Rekha Ojha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ