ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର ! କୋରାପୁଟ ଜିଲ୍ଲା ପୋଲିସ୍ ମୁଖ୍ୟାଳୟର ନକ୍ସଲ ସେଲ୍ ଭିତରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଇନ୍ସପେକ୍ଟରଙ୍କ ନାଁ ନରେନ୍ ବିଶ୍ଵାଳ। ସେ ନକ୍ସଲ ସେଲ୍ରେ ଥିବା ଏକ ବନ୍ଧୁକରେ ନିଜ ମୁଣ୍ଡ ଓ ବେକରେ ଗୁଳି ଫୁଟାଇ ଥିବା କୁହାଯାଉଛି।
ଗୁରୁତର ଅବସ୍ଥାରେ ଇନ୍ସପେକ୍ଟରଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ୍ କଲେଜ ଓ ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଏସ୍କର୍ଟ ଭିତରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। କାହିଁକି ସେ ଆତ୍ମହତ୍ୟା ଉଦ୍ୟମ କଲେ ଏହାର କାରଣ ଅସ୍ପଷ୍ଟ ରହିଛି। ୬ ମାସ ପୂର୍ବେ ଇନ୍ସପେକ୍ଟର ନରେନ୍ ବାହା ହୋଇଥିଲେ।