Advertisment

ଥାର୍ଡ ପାର୍ଟିରେ କାର ଡିଲ କରି ଠକେଇ, ଦମ୍ପତ୍ତି ଫେରାର

ପ୍ରଥମେ ଭଡ଼ା ଦେବା ଲାଗି ଡିଲ୍ କରି ମାଲିକଙ୍କ ଠାରୁ ଗାଡ଼ି ନେଉଥିଲେ, ଆଉ ପରେ ଧରା ଛୁଆଁ ନ ଦେଅଇ ତାକୁ ବିକ୍ରି କରି ଭକୁଆ ବନାଇଛନ୍ତି ରାଉରକେଲାର ଦମ୍ପତି ସତଭାମା ଦାସ ଓ ସରୋଜ କୁମାର।

Car Loot

Car Loot

Advertisment

ନୂଆ ତରିକାରେ କାର ଡିଲ ଆଉ ପରେ ଟଙ୍କା ନେଇ ଛୁ ମାରିଛନ୍ତି ଠକ ଦମ୍ପତ୍ତି। ରାଉରକେଲା ସହରରେ ହୋଇଛି ଏମିତି ଠକେଇ। ପ୍ରଥମେ ଭଡ଼ା ଦେବା ଲାଗି ଡିଲ୍ କରି ମାଲିକଙ୍କ ଠାରୁ ଗାଡ଼ି ନେଉଥିଲେ, ଆଉ ପରେ ଧରା ଛୁଆଁ ନ ଦେଅଇ ତାକୁ ବିକ୍ରି କରି ଭକୁଆ ବନାଇଛନ୍ତି ରାଉରକେଲାର ଦମ୍ପତି ସତଭାମା ଦାସ ଓ ସରୋଜ କୁମାର। ଗୋଟିଏ ନୁହଁ କି ଦୁଇଟି ମୋଟ ୪୧ ଜଣଙ୍କ ଠାରୁ ଏଭଳି ଠକେଇ କରି ଫେରାର ଅଛନ୍ତି ଦମ୍ପତ୍ତି। ଘଟଣାରେ ୩ ଜଣଙ୍କୁ ଗିରଫ କରି ପୋଲିସ ଛାନଭିନ ଆରମ୍ଭ କରିଛି।

Advertisment

ଥାନା ହାଜତରେ ଲାଇନରେ ଠିଆ ହୋଇଛି କାର। ଏହା କୌଣସି ଅପରାଧିକ କାମରେ ସିଜ୍ ହୋଇଥିବା କାର ନୁହଁ, ବରଂ ଠକାମୀର ଶିକାର ହୋଇ ଗାଡ଼ି ହରାଇଥିବା ମାଲିକଙ୍କ ଉଦ୍ଧାର ହୋଇଥିବା କାର। ରାଉରକେଲା ସେକଟର-3 ଥାନା ପୋଲିସ ଏକ କାର ଠକେଇ ଦମ୍ପତ୍ତିଙ୍କ ମାମଲାରେ ପର୍ଜାଫାସ୍ କରିଛି। ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସତ୍ୟଭାମା ଦାସ ଓ ତାର ସ୍ୱାମୀ ସରୋଜ କୁମାର ଫେରାର ଅଛନ୍ତି। ପୋଲିସ ଏଯାବତ୍ ୧୦ରୁ ଅଧିକ ଗାଡ଼ି ଉଦ୍ଧାର କରିଥିବା ବେଳେ ଘଟଣାର ଛାନଭିନ ଆରମ୍ଭ କରିଛିି। ଏହାସହ ଉଦ୍ଧାର ହୋଇଥିବା କାରର ମାଲିକକୁ ଗାଡ଼ି ହସ୍ତାନ୍ତର କରିଛି।

ରାଉରକେଲ ସହରର ସତ୍ୟଭାମା ଦାଶ ଓ ତାର ସ୍ୱାମୀ ଏକ ଏଜେନ୍ସି କରି କରୁଥିଲେ ଏଭଳି ଠକେଇ। ସହର ଆଖପାଖରେ ଥିବା ଗାଡ଼ି ମାୱଲିକଙ୍କୁ ଭଲ କମ୍ପାନୀରେ ଗାଡ଼ି ଲଗାଇ ଥାର୍ଡ ପାର୍ଟି ଜରିଆରେ ଭଲ ଟଙ୍କା ଦେବା କହି କରୁଥିଲେ ଏଭଳି ଠକେଇ। ଗାଡ଼ି ମାଲିକଙ୍କ ବିଶ୍ୱାସ ଭାଜନ ହେବା ଲାଗି ପ୍ରଥମ ମାସେ ଦୁଇ ମାସ ଭଡ଼ା ଦେଇ ଦେଉଥିଲେ, ଆଉ ପରେ ସେହି ଗାଡ଼ିକୁ କେବେ ବନ୍ଦକ ତ କେବେ ବାହାର ରାଜ୍ୟରେ ବିକ୍ରି ବି କରିଦେଉଥିଲେ। ଗାଡ଼ି ମାଲିକଙ୍କ ଅଭିଯୋଗ ପରେ ପୋଲିସ ମାମଲାରେ ତଦନ୍ତ କରି ଗାଡ଼ି ରିକଭରି କରିଛି। ଏବେ ଫେରାର ଥିବା ଠକ ଦମ୍ପତ୍ତିଙ୍କୁ ଖୋଜୁଛି ପୋଲିସ।

Advertisment

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ