Police DG to change SOP of PSOs
ଜଣେ ପୋଲିସ ଅଧିକାରୀଙ୍କ ଗୁଳିରେ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ଜୀବନ ଯିବା ପରଠୁ ନେତାଙ୍କୁ ଘାରୁଛି ଖାକି ଡର। ଘଟଣାର ପର ଦିନ ବ୍ୟକ୍ତିଗତ ସୁରକ୍ଷାକୁ ନେଇ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏଭଳି ଆଶଙ୍କା ପରେ ଗତକାଲି ନିଜ ପିଏସ୍ଓ ଫେରାଇଥିବା ସୂଚନା ଦେଇଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। କହିଥିଲେ ଓଡ଼ିଶା ପୋଲିସ ଉପରେ ତାଙ୍କର ଆସ୍ଥା ଆଉ ଭରସା ନାହିଁ।
ଆଉ ଆଜି ପୁଣି ଶାସକ ଦଳରୁ ପିଏସ୍ଓ ଡର। ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ, ଜଣେ ପାୱାରଓଫୁଲ୍ ମନ୍ତ୍ରୀଙ୍କୁ ASI ଗୁଳି କରିବା ମୋତେ ଆଶ୍ଚର୍ଯ୍ୟ କରୁଛି, ବିଶ୍ବାସ ହେଉନି ବୋଲି କହି ମୋତେ ବି ପିଏସ୍ଓ ମିଳିଛି, ଡର ଲାଗୁଛି, ବୋଲି କହିଛନ୍ତି। ହେଲେ ନେତାଙ୍କ ଏଭଳି ଆଭିମୁଖ୍ୟର ସମାଲୋଚନା କରିଛି ଅବସରପ୍ରାପ୍ତ ପୋଲିସ ଅଧିକାରୀ କଲ୍ୟାଣ ସଂଘ।
ସୁରକ୍ଷା ବଳୟରେ ମିଟିଂ ପାଇଁ ଆସୁଥିବା ମନ୍ତ୍ରୀ ନବ ଦାସ ଗାନ୍ଧି ଛକରେ ନିଜ କାରରୁ ଠିକ୍ ଓହ୍ଲାଇବା ବେଳେ କାରର ଆଗ ସିଟରୁ ନିଜେ ଡୋର୍ ଖୋଲି ଓହ୍ଲାଉଛନ୍ତି ମନ୍ତ୍ରୀ। ଆଉ ସେହି ସମୟରେ ଦୁଇଜଣ କର୍ମୀ ତାଙ୍କ ବେକରେ ଦୁଇଫୁଲ ମାଳ ପକାଉଥିବା ସମୟରେ ମନ୍ତ୍ରୀଙ୍କ ଛାତିରେ ବାଜୁଛି ଗୁଳି। ସବୁଠୁ ବଡ଼ କଥା ହେଉଛି ମନ୍ତ୍ରୀଙ୍କୁ ଦୁଇଜଣ ପିଏସ୍ଓ ଯୋଗାଇ ଦିଆଯାଇଥିଲେ ବି ମନ୍ତ୍ରୀଙ୍କ ଗାଡ଼ିରେ କେହି ଜଣେ ବି ନଥିଲେ।
ମନ୍ତ୍ରୀ ଓହ୍ଲାଉଥିଲା ବେଳେ ଜଣେ ପିଏସ୍ଓ ପଛ କାରରୁ ଓହ୍ଲାଇ ଆସୁଥିବା ଦେଖିବାକୁ ମିଳିଥିଲା। ଏବଂ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଉଥିବା ବ୍ରଜରାଜନଗର ଆଇଆଇସି, ମନ୍ତ୍ରୀ ଗାଡ଼ିରୁ ଏକା ଓହ୍ଲାଉଥିବା ସମୟରେ ତାଙ୍କ ପାଖକୁ ଆସିବା ବଦଳରେ ଥିଲେ ଡ୍ରାଇଭର ସିଟ୍ ସାଇଡରେ। କେବଳ ଏତିକି ନୁହେଁ, ମନ୍ତ୍ରୀଙ୍କ ଦେହରେ ଗୁଳି ବାଜିବା ପରେ ସେ ଯେତେବେଳେ ତଳେ ପଡିଯାଉଥିଲେ ସେତେବେଳେ ବି ତାଙ୍କୁ ଉଠାଇବା ପାଇଁ ସେଠାରେ ଉପସ୍ଥିତ ଥିବା ପିଏସ୍ଓ କି ପୋଲିସ୍ ତାଙ୍କ ପାଖକୁ ତତ୍କାଳ ଯିବା ବି ଦେଖିବାକୁ ମିଳି ନଥିଲା।
ତେବେ ଯଦିଓ ଏହାଭିତରେ ଜଣେ ପିଏସ୍ଓ ମିତ୍ରଭାନୁ ଦେଓଙ୍କୁ କେବଳ ନିଲମ୍ବନ ହିଁ କରାଯାଇଛି, ହେଲେ ହତ୍ୟାକାଣ୍ଡ ସମୟରେ ପିଏସ୍ଓଙ୍କ ଭୂମିକାକୁ ନେଇ ବଡ଼ ପ୍ରଶ୍ନ ଠିଆ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ଏ ସମୟରେ ପିଏସ୍ଓଙ୍କ ଭୂମିକା କଣ ରହିବା ଦରକାର? ମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ କଣ ରହିଛି ପିଏସ୍ଓଙ୍କ ଏସ୍ଓପି?
ପ୍ରେସମିଟରେ କାଲି ପୋଲିସ୍ ଡିଜି କହିଛନ୍ତି ପିଏସ୍ଓ ସ୍ତରରେ ବଡ଼ ଧରଣର ପରବିର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରିକି ପିଏସ୍ଓଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଏସପିଜିର ସହାୟତା ନିଆଯିବ।
ଏପଟେ ଏହି ଘଟଣା ପରେ ପରେ ବିଭିନ୍ନ ଜିଲ୍ଲାରେ ପିଏସଓମାନଙ୍କୁ ସେମାନଙ୍କ ସର୍ଭିସ୍ ପିସ୍ତଲ, ରିଭଲଭର ଓ ଗୁଳିକୁ ଜିଲ୍ଲା ଅସ୍ତ୍ରାଗାରରେ ଜିମା ଦେବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ସୁରକ୍ଷା ଯୋଗାଇଲା ବେଳେ ପିଏସଓମାନେ କଣ କରିବା ଉଚିତ୍ ଓ ନକରିବା ଉଚିତ୍ ସେ ସଂପର୍କରେ ଜିଲ୍ଲାସ୍ତରରେ ବି
ଆରମ୍ଭ ହୋଇଯାଇଛି କସରତ୍। ତେବେ ଖାକି ଓ ପିଏସଓ ପ୍ରତି ନେତାଙ୍କ ଏଭଳି ଟିପ୍ପଣୀ ଓ କଟାକ୍ଷ ରାଜ୍ୟ ପୋଲିସକୁ ଅକଳରେ ପକାଇଛି, ଆଗକୁ ଅପେକ୍ଷା ପିଏସ୍ ଓ ମୁତୟନ ଓ ସେମାନଙ୍କ ଦକ୍ଷତା ବୃଦ୍ଧିରେ କଣ ପରିବର୍ତ୍ତନ ଅଣାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675530214.jpg)