Advertisment

ଏତେ ନିର୍ଦ୍ଦୟ ! କୁକୁର ଉପରେ ଶୁଝାଇଲେ ରାଗ, ନୃଶଂସ ଭାବେ ପିଟିଲେ...

ବୁଲା କୁକୁରକୁ ମାଡ଼ ମାରିବାରୁ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱର ସହିଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ଏହି ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Police complaint filed against man for mercilessly beating stray dog

Police complaint filed against man for mercilessly beating stray dog

Advertisment

ବେଳେବେଳେ ମଣିଷ ଏତେ ନିଷ୍ଠୁର ହୋଇଯାଏ, ନିଜର ହିତାହିତ ଜ୍ଞାନ ଭୁଲି ଯାଏ। ନିରୀହ ପଶୁଙ୍କୁ ବି ସେ ଛାଡ଼େ ନାହିଁ। ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ବୁଲା କୁକୁରକୁ ମାଡ଼ ମାରିବାରୁ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱର ସହିଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ଏହି ଘଟଣା ଘଟିଛି।

Advertisment

ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ଭୀମ ସେଠି ନାମକ ବ୍ୟକ୍ତି ବୁଲା କୁକୁରକୁ ନୃଶଂସ ଭାବରେ ମାଡ଼ ମାରିଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଭୀମ ସେଠି ଏବଂ ସେହି ବସ୍ତିରେ ବସବାସ କରୁଥିବା କାମନା ସେଠିଙ୍କ ମଧ୍ୟରେ କୁକୁରକୁ ଖାଇବାକୁ ଦେବାକୁ ନେଇ ପୂର୍ବରୁ ଝଗଡ଼ା ହୋଇଥିଲା।

କାମନାଙ୍କ ଉପରେ ରାଗ ରଖି କୁକୁରକୁ ନୃଶଂସ ଭାବରେ ଭୀମ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଗତ ୨ ତାରିଖ ରାତିରେ ଭୀମ କୁକୁରକୁ ନୃଶଂସ ଭାବରେ ବାଡେଇ ଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହାପରେ ସହିଦ ନଗର ଥାନାରେ ଭୀମଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି ।

Advertisment

ତେବେ ଏଯାଏ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ କରିଛନ୍ତି କାମନା ସେଠି। 

Stray Dog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ