Advertisment

ସିମବକ୍ସ ପରେ ଫେକ୍ କଲସେଣ୍ଟର, ଭୁବନେଶ୍ବର ପାଲଟୁଛି ସାଇବର ଠକଙ୍କ ନୂଆ ରାଜଧାନୀ

ସିମବକ୍ସ ପରେ ଫେକ୍ କଲସେଣ୍ଟର। ରାଜଧାନୀ ଭୁବନେଶ୍ବର ଏୟାରଫିଲ୍ଡ ଥାନାଞ୍ଚଳରୁ ଆଜି ଏକ ଫେକ୍ କଲ ସେଣ୍ଟର ଠାବ ହେବା ପରେ ହଜିଯାଇଛି କମିଶନରେଟ୍ ପୋଲିସର ନିଦ। ସବୁଠୁ ବଡ଼ କଥା ହେଉଛି ସିମବକ୍ସ ପରି ଏହାର ବି ରହିଛି ପଶ୍ଚିମବଙ୍ଗ ଲିଙ୍କ୍।

undefined

Cyber Fraud

Advertisment

ଘର ଭିତରେ ବସିଥିଲା ହାଇ ଫ୍ରିକ୍ବେନ୍ସିର ସ୍ପେଶାଲ୍ ମିନି ଟାୱାର । ରୁମ୍ ପାଲଟିଥିଲା ୱାର୍ ରୁମ୍ । ୫ଟି ଲାପଟପ୍, ୧୦ଟି ମୋବାଇଲ ସହ ୫ରୁ ଅଧିକ ଭାଷାରେ କଥା ହୋଇ କରୁଥିଲେ ଫ୍ରଡ୍ । ଏୟାରଫିଲ୍ଡ ଥାନା ସୁନ୍ଦରପଦାର କାଞ୍ଚନ ଟାୱାର । ଫ୍ଲାଟ୍ ନମ୍ବର- A-205। ଏଇଠି ଚାଲିଥିଲା ସାଇବର ଠକଙ୍କ କଲ୍ ସେଣ୍ଟର । ଏଇ ଘରେ ବସି ଦୁନିଆ ଲୋକଙ୍କୁ ଚୂନା ମାରୁଥିଲେ ୬ ଯୁବକ । କେତେବେଳେ ଫେକ୍ କଲ କରି କାହା ଆକାଉଣ୍ଟ ସଫା କରି ଦେଉଥିଲେ ତ ଆଉ କେତେବେଳେ ନ୍ୟୁଡ କଲ କରି ବ୍ଲାକ ମେଲିଂ କରିବା ସହ ମାରି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଝାଡ଼ଖଣ୍ଡର ଯାମତରା ନୁହେଁ ଯେମିତି ଭୁବନେଶ୍ବର ପାଲଟିଲାଣି ସାଇବର ଠକଙ୍କ ନୂଆ ରାଜଧାନୀ । ସାଇବର ଠକଙ୍କ ଏ ନୂଆ ଠିକଣାର ସୁରାକ ପାଇ କମିଶନରେଟ୍ ପୋଲିସର ଅତର୍କିତ ଚଢ଼ାଉ କରିଥିଲା ।

Advertisment

ଫ୍ଲାଟରୁ ଅତ୍ୟାଧୁନିକ ଟେଲିଫୋନିକ୍ ଯନ୍ତ୍ରାଂଶ, ୫ଟି ଲାପଟପ୍, ୧୦ଟି ମୋବାଇଲ୍ ଓ ବିପୁଳ ପରିମାଣର ସିମ୍ ସହ ଏଇ ଫେକ୍ କଲ୍ ସେଣ୍ଟର ଚଳାଉଥିବା ୬ ଜଣ ପଶ୍ଚିମବଙ୍ଗ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ପୋଲିସ୍ କହିଛି ଏଠି ୪ ମାସ ଧରି ଚାଲିଥିଲା ଏ ଫେକ୍ କଲ୍ ସେଣ୍ଟର । ତେବେ ଏତେ ଦିନ ଚାଲିଥିବା ଏ କାରବାର ସଂପର୍କରେ କେମିତି ସୁରାକ୍ ପାଇଲା ପୋଲିସ୍ । ମିଳିଥିବା ସୂଚନା ଅନୁସାରେ, ଏଇଠାରେ ରହି ଆମେରିକାର ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଏ ଲୁଟେରା ଦଳ ଟାର୍ଗେଟ୍ କରିବା ପରେ ପ୍ରଥମେ କେନ୍ଦ୍ରୀୟ ଏଜେନସି ଓ ତା ପରେ ଭୁବନେଶ୍ବର କମିଶନରେଟ୍ ପୋଲିସକୁ ଆସିଥିଲା ଏ ଲୋକେସନ୍ ସଂପର୍କରେ ତଥ୍ୟ ।

ଗତ ଅଗଷ୍ଟ ୧୬ ତାରିଖରେ ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ସିମବକ୍ସ୍, ଆଉ ଆଜି ଏୟାର ଫିଲ୍ଡ ଥାନାଞ୍ଚଳରୁ ମିଳିଛି ଫେକ୍ କଲ ସେଣ୍ଟର। ବଡ଼ କଥା ହେଉଛି ସିମବକ୍ସ ମାମଲାରେ ଗିରଫ ରାଜୁ ମଣ୍ଡଳର ଘର ବି ସେଇ ପଶ୍ଚିମବଙ୍ଗରେ । ଯିଏ ବାଂଲାଦେଶରେ ଥିବା ତା ମାଷ୍ଟରମାଇଣ୍ଡ ନିର୍ଦ୍ଦେଶରେ ସିମବକ୍ସ ଜରିଆରେ ମଧ୍ୟପ୍ରାଚ୍ୟ ଦେଶଗୁଡିକର ଫୋନ କଲକୁ ଲୋକାଲ କଲ ଭାବେ ପରିଣତ କରି ଲୁଟର ସାମ୍ରାଜ୍ୟ ଚଳାଇଥିଲା। ହେଲେ ଏଠି ପ୍ରଶ୍ନ ଏ ଫେକ୍ କଲ୍ ସେଣ୍ଟର ସହ ନାହିଁ ତ ରାଜୁ ମଣ୍ଡଳ ଲିଙ୍କର ସଂପର୍କ ? ଏଭଳି ସନ୍ଦେହକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ, ଫେକ୍ କଲ ସେଣ୍ଟର ଜରିଆରେ ଏମାନେ କେତେ ଲୋକଙ୍କୁ କେତେ ପରିମାଣର ଚୁନା ଲଗାଇଛନ୍ତି ତାର ବି ତନାଘନା ଆରମ୍ଭ କରିଛି ।

Advertisment

ଦିନକୁ ଦିନ ସାଇବର ଲୁଟେରାଙ୍କ ହଟସ୍ପଟ୍ ପାଲଟିଛି ଭୁବନେଶ୍ବର । ଗତ ୯ ମାସରେ ଭୁବନେଶ୍ବର ସାଇବର ଥାନାରେ ୩ ହଜାର ୬୬୦ଟି ସାଇବର ଠକେଇ ମାମଲା ରୁଜୁ ହୋଇସାରିଲାଣି । ଏହା ଭିତରେ ୬୮ କୋଟି ୬୯ ଲକ୍ଷ ୯୦ ହଜାର ଟଙ୍କା ଠକି ନେଲେଣି ସାଇବର ଠକ । ସେହିପରି ବିଧାନସଭା ତଥ୍ୟ ଅନୁସାରେ ୨୦୨୩ରେ ରାଜ୍ୟରେ ୬ ହଜାର ୩୬୮ଟି ସାଇବର ଅପରାଧ ସଂପର୍କିତ ମାମଲା ରୁଜୁ ହୋଇଥିବା ବେଳେ ୩ ହଜାର ୭୧୪ ଟି ଠକେଇ ମାମଲା ରୁଜୁ ହୋଇଛି । ଯେଉଁଥିରେ ୧୨୨ କୋଟି ୭୭ ଲକ୍ଷ ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏସବୁ ଭିତରେ ରାଜଧାନୀ ଭୁବନେଶ୍ବରରେ ବଢ଼ିଚାଲିଥିବା ସାଇବଲ ଲୁଟେରାଙ୍କ ଏ ନେଟୱାର୍କ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି ।

Advertisment

Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ