Police arrests youth for duping people
ଠକେଇ ଟଙ୍କାରେ ଅଏସ୍ । ଚଢୁଥିଲା ନାମିଦାମୀ ଗାଡି। ସୁନ୍ଦରୀ ଯୁବତୀଙ୍କୁ ଅଫିସରେ ବସାଇ ସାଧାରଣ ଲୋକଙ୍କୁ ଫସାଉଥିଲା। ଏଭଳି ଏକ ଠକକୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ଜଣକ ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳର ଦେବବ୍ରତ ପଲେଇ। ରାଜଧାନୀର ମଞ୍ଚେଶ୍ୱର ସପ୍ତସତୀ ବିହାରରେ D2S ସଲ୍ୟୁସନ ନାମରେ ସେ ଖୋଲିଥିଲା କନସଲଟାନସି । ଆଉ ସେଠାରେ ଲୋକଙ୍କୁ ଠକେଇ ପାଇଁ ହେଉଥିଲା ଯୋଜନା।
ଅଭିଯୁକ୍ତ ଦେବବ୍ରତ କାହାକୁ କହୁଥିଲା, ୫ ଲକ୍ଷ ଟଙ୍କା ଦେଲେ କନଷ୍ଟେବଳ ତ ଆଉ କାହାକୁ ୧୦ ଲକ୍ଷ ଦେଲେ ମିଳିବ ସବ-ଇନସପେକଟର ଚାକିରି । ଯିଏ ଲୋଭରେ ପଡିଲା ସର୍ବନାଶ । ଠକାମୀର ଶିକାର ଅନୁଗୁଳ ଅଞ୍ଚଳର ରାଜକିଶୋର ପ୍ରଧାନଙ୍କ କହିବା ଅନୁଯାୟୀ, ପୁଅକୁ କନଷ୍ଟେବଳ କରାଇବା ପାଇଁ ଦେବବ୍ରତ କଥାରେ ଭଳି ଯାଇଥିଲେ । ଧାର ଉଦ୍ଧାର କରି ସାଢେ ୩ ଲକ୍ଷ ଟଙ୍କା ଦେଇଥିଲେ ରାଜକିଶୋର ।
ଚାକିରି ତ ମିଳିଲାନି, ଦେଇଥିବା ଟଙ୍କା ମାଗିବାରୁ ମିଳିଲା ଜୀବନରୁ ମାରିଦେବାକୁ ଧମକ। ମଞ୍ଚେଶ୍ୱର ଥାନାରେ ଏ ନେଇ ଅଭିଯୋଗ ହୋଇଛି। ଏବେ ସୁଦ୍ଧା ଅଭିଯୁକ୍ତ ୨୫ ଲକ୍ଷ ଟଙ୍କା ଠକେଇ କରିଥିବା ଜାଣିବାକୁ ପାଇଛି ପୋଲିସ । ତାସହ ସଂପୃକ୍ତ କନସଲଟାନସି ଉପରେ ଚଢାଉ କରି ଶହ ଶହ ବାୟୋଡାଟା, ଚେକ୍ ବୁକ୍, ଆଇକାର୍ଡ, ଲାପଟପ, ହାର୍ଡଡିସ୍କ ଆଦି ଜବତ କରିଛି ପୋଲିସ।
ଏକ ୱେବସାଇଟ୍ କରି ବିଭିନ୍ନ ଚାକିରି ପ୍ରଲୋଭନ ଦେଖାଇ ଲୋକଙ୍କୁ ଭୁତାଉଥିଲା ଅଭିଯୁକ୍ତ । ଆଉ ଠକେଇ ଟଙ୍କାରେ ଚଢୁଥିଲା ୨୦ ଲକ୍ଷର ଟଙ୍କାର ଥାର୍ ଗାଡ଼ି ସହ ଦାମୀ ବାଇକ । ଏମିତିକି ଅଭିଯୁକ୍ତ ନିରୋଳା ମୁହୂର୍ତ୍ତରେ ସୋସିଆଲ ମିଡିଆରେ ବନାଉଥିଲା ରିଲସ । କିନ୍ତୁ ଶେଷରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683210496.jpg)