Advertisment

ନିଯୁକ୍ତି ନାଁରେ ଠକୁଥିଲେ ଦମ୍ପତି, ବାନ୍ଧିଲା ପୋଲିସ୍‌

ନିଯୁକ୍ତି ନାଁରେ ହଜାରେରୁ ଅଧିକ ପିଲାଙ୍କୁ ଠକିଥିବା ଅଭିଯୋଗରେ ଗିରଫ ହେଲେ ଦମ୍ପତି। ଅନୁଗୁଳ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଏହି ଠକ ଦମ୍ପତିଙ୍କୁ ଗିରଫ କରିଛି। ଚିରଫ ଦମ୍ପତି ହେଲେ ରାଉରକେଲାର ଚୈତାଳି ମୁଖାର୍ଜୀ ଓ ତାଙ୍କ ସ୍ୱାମୀ ମର୍ଗଙ୍କ ଗୁପ୍ତା।

ଅଦ୍ୟତନ ହୋଇଛି
Police Arrest Couple

Police Arrest Couple

Advertisment

ଅନୁଗୁଳ: ନିଯୁକ୍ତି ନାଁରେ ହଜାରେରୁ ଅଧିକ ପିଲାଙ୍କୁ ଠକିଥିବା ଅଭିଯୋଗରେ ଗିରଫ ହେଲେ ଦମ୍ପତି। ଅନୁଗୁଳ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଏହି ଠକ ଦମ୍ପତିଙ୍କୁ ଗିରଫ କରିଛି। ଚିରଫ ଦମ୍ପତି ହେଲେ ରାଉରକେଲାର ଚୈତାଳି ମୁଖାର୍ଜୀ ଓ ତାଙ୍କ ସ୍ୱାମୀ ମର୍ଗଙ୍କ ଗୁପ୍ତା। ମର୍ଗଙ୍କ ଘର ଉତ୍ତରପ୍ରଦେଶର ଆଗ୍ରାରେ। ଉଭୟ ମିଥ୍ୟା ପରିଚୟ ଦେଇ ଚାକିରି ଆଶାୟୀଙ୍କୁ ଠକୁଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଚୈତାଳୀ ନିଜକୁ ଏକ କମ୍ପାନୀର HR ବୋଲି ପରିଚୟ ଦେବା ସହ ନିଜକୁ ଦୀପିକା ବାନାର୍ଜୀ ନାଁରେ ନାମିତ କରିଥିଲେ। ସେହିପରି ତାଙ୍କ ସ୍ୱାମୀ ମର୍ଗଙ୍କ ଗୁପ୍ତା, ଶିବ କୁମାର ପରିଚୟ ଦେଇ ଏକ  ଘରୋଇ ସଂସ୍ଥାର AGMର ମିଥ୍ୟା ପରିଚୟ ଦେଇ ଚାକିରି ଆଶାୟୀଙ୍କୁ ଠକୁଥିଲେ। ଫେବୃଆରୀ ୨୦୨୧ରେ ଅନୁଗୁଳ ଜିଲ୍ଲା କୋଲିୟରି ଥାନାରେ ଏକ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରିବାରୁ ଏମାନଙ୍କ କଳା କାରନାମାର ଗୁମର ଫିଟି ଥିଲା। କୋଲିୟାରୀ ସମେତ ନାଲକୋ ନଗର, ଅନୁଗୁଳ, ତାଳଚେର ଆଦି ଥାନାରେ ଠକେଇ ନେଇ ୬ଟି କେସ୍‌ ହୋଇଥିଲା। ପୋଲିସ ଏଯା‌ଏ ୯ ଜଣଙ୍କୁ ଗିରଫ କରିଛି। ଏମାନେ ଓଡିଶା ବ୍ୟତୀତ ଜମ୍ମୁ-କାଶ୍ମୀର,ପଶ୍ଚିମବଙ୍ଗ, ଛତିଶଗଡ଼, ଝାରଖଣ୍ଡ, ବିହାର ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ହଜାରେରୁ ଅଧିକ ପିଲାଙ୍କୁ କୋଟିକୋଟି ଟଙ୍କା ଠକିଥିବା ଜଣାପଡିଛି।

Advertisment

ବର୍ତ୍ତମାନ ସୁଦ୍ଧା ୫୦ ଜଣ ଚାକିରୀ ଆଶାୟୀଙ୍କ ଠାରୁ ପ୍ରାୟ ୨କୋଟି ଟଙ୍କା ଠକିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଚୈତାଳି ଓ ମର୍ଗଙ୍କ ନିକଟରୁ ବିଭିନ୍ନ କମ୍ପାନୀର ଫେକ୍‌ ଷ୍ଟାମ୍ପ ସହ ID କାର୍ଡ, ଜବ୍ ଆପ୍ଲିକେସନ ଫର୍ମ, ୧୮ଟି କ୍ରେଡ଼ିଟ ଓ ସପିଙ୍ଗ କାର୍ଡ, ନଗଦ ୩ଲକ୍ଷ ୯୭ହଜାର ଟଙ୍କା, ଗୋଟିଏ କାର, ୭ଟି ମୋବାଇଲ ଫୋନ, ଲାପଟପ ଆଦି ବହୁ ସାମଗ୍ରୀ ପୋଲିସ ଜବତ କରିଛି।

Job Fraud In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ