Advertisment

ଡାକ୍ତରୀ ଛାତ୍ର କହି ପ୍ରେମ ଜାଲରେ ଫସାଉଥିଲେ; ଯୁବତୀଙ୍କୁ ମଲ୍‌, ହୋଟେଲ୍‌ ନେଇ କରୁଥିଲେ ଏମିତି କାରନାମା...

ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ପରେ ସେମାନଙ୍କଠୁ ଲୁଟ୍‌ କରୁଥିଲେ। ପ୍ରକୃତରେ ଯୁବକ ଜଣକ ଡାକ୍ତରୀ ଛାତ୍ର ନୁହଁନ୍ତି। ବରଂ ସେ ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି।

ଅଦ୍ୟତନ ହୋଇଛି
Fake Doctor Student Arrested

Fake Doctor Student Arrested

Advertisment

ଭୁବନେଶ୍ୱର: ଷଷ୍ଠ ଶ୍ରେଣୀ ଯାଏ ମାତ୍ର ପାଠ ପଢ଼ିଛନ୍ତି, ହେଲେ ସୋସିଆଲ୍‌ ମିଡିଆରେ ନିଜକୁ ଡାକ୍ତରୀ ଛାତ୍ର ବୋଲି ଦର୍ଶାଇଥିଲେ। ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ପରେ ସେମାନଙ୍କଠୁ ଲୁଟ୍‌ କରୁଥିଲେ। ଶେଷରେ ପୋଲିସ୍‌ ହାତରେ ତାଙ୍କର ଏହି କାରନାମା ଧରାପଡ଼ିଛି। 

Advertisment

ସୂଚନା ଅନୁସାରେ, ଭୁବନେଶ୍ୱର ସହିଦନଗର ଅଞ୍ଚଳର ପ୍ରଭାସ ରାଜ୍‌ ନାମକ ଜଣେ ଯୁବକ ଫେସ୍‌ବୁକ୍‌ ଆକାଉଣ୍ଟରେ ନିଜ ପ୍ରୋଫାଇଲେ MKCG ଡାକ୍ତରୀ ଛାତ୍ର ବୋଲି ଉଲ୍ଲେଖ କରିଥିଲେ। ହେଲେ ପ୍ରକୃତରେ ସେ ଡାକ୍ତରୀ ଛାତ୍ର ନୁହଁନ୍ତି। ସେ ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି। ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଉ ଥିଲେ। ଏହାପରେ ସେମାନଙ୍କଠୁ ଲୁଟ୍‌ କରୁଥିଲେ। 

ପ୍ରଭାସ ୧୫୦ରୁ ଅଧିକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ସେମାନଙ୍କ ଠାରୁ ଲୁଟ୍‌ କରିଥିବା ଜଣାପଡ଼ିଛି। ପ୍ରଥମେ ସେ ଯୁବତୀମାନଙ୍କ ନକଲି ପରିଚୟରେ ମିଶୁଥିଲେ। ଏହାପରେ ସେମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି କେତେବେଳେ ସେମାନଙ୍କୁ ମଲ୍‌ ତ ଆଉ କେତେବେଳେ ହୋଟେଲ୍‌ ନେବା ବାହାନାରେ ଲୁଟ୍‌ କରୁଥିଲେ। 

Advertisment

ପ୍ରଭାସ ଯୁବତୀମାନଙ୍କୁ ଶପିଂ କିଣିବା ବାହାନାରେ ମଲ୍‌ ନେଉଥିଲେ। ସେଠାରେ ସୁଯୋଗ ଦେଖି ସେ ଯୁବତୀଙ୍କ ପର୍ସ, ମୋବାଇଲ୍‌ ଓ ମୂଲ୍ୟବାନ ସାମଗ୍ରୀ ଇତ୍ୟାଦି ଧରି ଚମ୍ପଟ ମାରୁଥିଲେ। ସେହିପରି ହୋଟେଲ୍‌ ନେଇ ସେଠାରେ ମଧ୍ୟ ସୁଯୋଗ ଦେଖି ଯୁବତୀଙ୍କ ଟଙ୍କା, ପର୍ସ ଇତ୍ୟାଦି ଧରି ଫେରାର ହୋଇଯାଉଥିଲେ। ଶେଷରେ ତାଙ୍କର ଏହି ହାଇଟେକ୍‌ ଠକାମି ପୋଲିସ୍‌ ହାତରେ ଧରାପଡ଼ିଛି। କମିଶନରେଟ୍‌ ପୋଲିସ୍‌ ପ୍ରଭାସଙ୍କୁ ଗିରଫ କରିଛି। ତାଙ୍କ ନାଁରେ ଏକାଧିକ ମାମଲା ଥିବା ଜଣାପଡ଼ିଛି। 

Cheating Case Fake Doctor Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ