Advertisment

Child Prisoners: ଚୋରି କଲେ ମା; ଜେଲରେ ବନ୍ଧା ପଡ଼ିଲା ଶୈଶବ

ଯେଉଁମାନେ କଅଁଳ ବୟସରେ ଦୁନିଆକୁ ଭଲ କରି ଦେଖି ନାହାନ୍ତି, ସେମାନେ ଏବେ ଜେଲର କାଳ କୋଠରୀରେ ଦିନ କାଟୁଛନ୍ତି।

ଅଦ୍ୟତନ ହୋଇଛି
Baripada

Baripada

Advertisment

ଦୋଷ କଲେ ମା’। କିନ୍ତୁ ଦଣ୍ଡ ପାଇଲେ ଛୁଆ। ମା’ର ଭୁଲ ପାଇଁ ଏବେ ଜେଲ ଚାରି କାନ୍ଥ ଭିତରେ ଦିନ କାଟୁଛନ୍ତି ୫ ନିଷ୍ପାପ ଶିଶୁ। ହସଖୁସିରେ ଘରେ ଖେଳକୁଦ କରିବା ବୟସରେ ଠିକଣା ପାଲଟିଛି ବାରିପଦା ଜେଲ। ଘର ଲୋକଙ୍କ ଗେହ୍ଲା ପରିବର୍ତ୍ତେ ଦେଖିବାକୁ ପଡ଼ୁଛି ଜେଲରଙ୍କ ନାଲି ଆଖି। ମା’ର ହାତ ପରଷା ଖାଇବା ପରିବର୍ତ୍ତେ ମିଳୁଛି ଜେଲର ଖାଇବା। ଯେପରି ଆଇନର ଅଡୁଆ ଜାଲରେ ଛନ୍ଦି ହୋଇପଡ଼ିଛି ସେମାନଙ୍କ ଶୈଶବ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ।

Advertisment

ଘଟଣାଟି ଥିଲା ଏପରି, ବିଭିନ୍ନ ସ୍ଥାନରେ ଚୋରି ଅଭିଯୋଗରେ ଗତକାଲି ବାରିପଦା ଟାଉନ ଥାନା ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳା ଥିଲେ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା। ଜେଲ ଯିବା ସମୟରେ ଏହି ୩ ଜଣ ମହିଳାଙ୍କ ସାଙ୍ଗରେ ଥିଲେ ୫ ନିଷ୍ପାପ ଶିଶୁ। ସେମାନେ ମଧ୍ୟ ମା’ମାନଙ୍କ ସହ ଜେଲ ଯାଇଥିଲେ।

ଯେଉଁମାନେ କଅଁଳ ବୟସରେ ଦୁନିଆକୁ ଭଲ କରି ଦେଖି ନାହାନ୍ତି, ସେମାନେ ଏବେ ଜେଲର କାଳ କୋଠରୀରେ ଦିନ କାଟୁଛନ୍ତି। ଯେଉଁ ବୟସରେ ସାଙ୍ଗସାଥୀଙ୍କ ମେଳରେ ଖେଳିକୁଦି ମଉଜ କରିବା କଥା, ସେହି ବୟସରେ ଏବେ ଜେଲ ଭିତରେ କଟୁଛି ଦିନ। ଏହି ଘଟଣାକୁ ନେଇ  ସ୍ଥାନୀୟ ଲୋକେ ଉଦବେଗ ପ୍ରକାଶ କରିଛନ୍ତି।

Advertisment

ପୁଲିସ ଗିରଫ କରିଥିବା ୫ ଜଣ ଅଭିଯୁକ୍ତ ବାରିପଦା ସହରରେ ବିଭିନ୍ନ ସ୍ଥାନରେ ଚୋରି କରିଥିଲେ। ଏମାନଙ୍କ ନାଁରେ ବାରିପଦା ଥାନାରେ ମାମଲା ଥିଲା। ଗତକାଲି ବାରିପଦା ଟାଉନ ଥାନା ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏଥିସହ ସେମାନଙ୍କ ନିକଟରୁ ସୁନା, ରୁପା ଅଳଙ୍କାର ଜବତ କରିଥିଲା।

ଅଧିକ ପଢ଼ନ୍ତୁ: ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ; ବିରଳ କଳାବାଘକୁ ବି ଛାଡ଼ିଲେନି

Advertisment
Odisha Police Baripada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ