Advertisment

ଟ୍ରେନ୍‌ରେ ରାତିରେ ଆସି ଚୋରି କରୁଥିଲେ, ସକାଳେ ପଳାଉଥିଲେ...

ଚୋରି କରିବା ପାଇଁ ଟ୍ରେନ୍‌ରେ ରାତିରେ ଆସୁଥିଲା, ତା’ପରଦିନ ସକାଳେ ପୁଣି ଟ୍ରେନ୍‌ରେ ଘରକୁ ଚାଲି ଯାଉଥିଲା। ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୮ରୁ ୧୦ ବର୍ଷ ଧରି ନିୟମିତ ଭାବେ ଏପରି କରୁଥିଲା ଗଣେଶ।

ଅଦ୍ୟତନ ହୋଇଛି
Police arrest thieves from chhattisgarh

Police arrest thieves from chhattisgarh

Advertisment

ଚୋରି କରିବା ପାଇଁ ଟ୍ରେନ୍‌ରେ ରାତିରେ ଆସୁଥିଲା, ତା’ପରଦିନ ସକାଳେ ପୁଣି ଟ୍ରେନ୍‌ରେ ଘରକୁ ଚାଲି ଯାଉଥିଲା। ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୮ରୁ ୧୦ ବର୍ଷ ଧରି ନିୟମିତ ଭାବେ ଏପରି କରୁଥିଲା ଗଣେଶ। ଶେଷରେ ପୋଲିସ୍‌ ହାତରେ ସେ ଧରାପଡ଼ି ଯାଇଥିଲା। ଛତିଶଗଡ଼ କୋର୍ବାରୁ ଟ୍ରେନ୍‌ରେ ଝାରସୁଗୁଡାକୁ ଆସି ସେଠାରେ ଚୋରି କରି ପୁଣି ଟ୍ରେନରେ ସକାଳେ ଘରକୁ ପଳାଉଥିଲା ଗଣେଶ।

Advertisment

ପୋଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଗଣେଶକୁ ଧରିବା ପାଇଁ ଝାରସୁଗୁଡା ଟାଉନ ଥାନା ପୋଲିସ୍‌ ଶେଷରେ ସଫଳ ହୋଇଛି। ଛତିଶଗଡ଼ କୋର୍ବା ଅଞ୍ଚଳରୁ ଗଣେଶ ମୋର୍ଯ୍ୟ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରି ପୋଲିସ୍‌ କୋର୍ଟ ଚାଲାଣ କରିଛି। ଗଣେଶ ନିକଟରୁ ନଗଦ ୨୯ ହଜାର ଟଙ୍କା, ୨୦ ଗ୍ରାମ ସୁନା ଓ ୫୦ ଗ୍ରାମ ରୂପା ଅଳଙ୍କାର,୧୭ଟି ମୋବାଇଲ, ଘର ଭାଙ୍ଗିବା ଯନ୍ତ୍ର ଇତ୍ୟାଦି ଜବତ କରାଯାଇଛି।

ସୂଚନାଥାଉ କି, ଗତ ୮ରୁ ୧୦ ବର୍ଷ ଧରି ଝାରସୁଗୁଡ଼ାରେ ରାତିରେ ନିୟମିତ ଭାବେ ଚୋରି କରିବା ପରେ ଟ୍ରେନ୍‌ରେ କୋର୍ବା ସ୍ଥିତ ନିଜ ଘରକୁ ଫେରୁଥିଲା ଗଣେଶ। ଝାରସୁଗୁଡା ଜିଲ୍ଲା ବାଗଡ଼ିହିର ମୂଳ ବାସିନ୍ଦା ଗଣେଶ ୧୦ ବର୍ଷ ପୂର୍ବେ ଛତିଶଗଡ଼ର କୋର୍ବା ଅଞ୍ଚଳରେ ରହୁଛି। ଚୋରି କରିବା ପାଇଁ ସେ ଟ୍ରେନ୍‌ରେ  ଝାରସୁଗୁଡ଼ାରେ ରାତି ୮ଟାରେ ପହଞ୍ଚୁଥିଲା।

Advertisment

ଗଣେଶ ଚୋରି ବେଳେ ବ୍ୟବହୃତ ଜିନିଷ ସାଙ୍ଗରେ ଧରି ଗଳି ରାସ୍ତାରେ ରାତିରେ ଏକାକୀ ବୁଲିବା ସହ ବିଭିନ୍ନ ଘର ଉପରେ ନଜର ରଖୁଥିଲା। ଆଉ ଘରେ କେହି ନ ଥିବାର ସୁଯୋଗ ଉଠାଇ ଘରେ ପଶି ଚୋରି କରୁଥିଲା। ବର୍ଷ ବର୍ଷ ଧରି ଚୋରି କରିବା ପରେ ଝାରସୁଗୁଡା ସହରର ପାହାଡ଼ି ମନ୍ଦିର ନିକଟରେ ରହୁଥିବା ତୃଷିତ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିଥିଲା। ଏନେଇ ତୃଷିତ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

ସିସିଟିଭି ଫୁଟେଜ ଆଧାରରେ ଏମିତି କୌଶଳରେ ଅନେକ ଚୋରି ହୋଇଥିବାରୁ ପୋଲିସ ଏହାକୁ ଦୃଷ୍ଟିରେ ରଖି ଅଧିକ ଛାନ୍‌ଭିନ୍‌ କରିଥିଲା। ଶେଷରେ ଗଣେଶ ପାଖରେ ପହଞ୍ଚିବା ପାଇଁ ସଫଳ ହୋଇଥିଲା। ଗଣେଶକୁ କୋର୍ବାରୁ ଗିରଫ କରିବା ପରେ ଚୋରି ସାମଗ୍ରୀ ନିୟମିତ କିଣିବା ଅଭିଯୋଗରେ କୋର୍ବା ଅଞ୍ଚଳର ବିନୋଦ କୁମାର ଓ ପ୍ରବୀଣ ଜାଦବ ନାମକ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରି ପୋଲିସ୍‌ କୋର୍ଟ ଚାଲାଣ କରିଛି। 

Advertisment
Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ