Group Clash
ଗଞ୍ଜାମ ପୋଲସରା ଥାନା କେନ୍ଦୁବାଡି ପଞ୍ଚାୟତ ଗରେଈଝୁଳି ଗାଁରେ ବଣଭୋଜିରୁ ଗଣ୍ଡଗୋଳ ମାରପିଟ । ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି । ଗୁରୁତର ଜଣକ ହେଲେ କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ ।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଗରେଇଝୁଳି ଗାଁରେ ବଣଭୋଜି ବେଳେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳେ ସମାଧାନ ଲାଗି ଯାଇଥିବା କେନ୍ଦୁବାଡି ପଞ୍ଚାୟତ ସମିତିସଭ୍ୟ ଏବଂ ତାଙ୍କ ଭାଇଙ୍କୁ ଆକ୍ରମଣ ସହ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଗୁରୁତର ଓ ଆହତ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ଚ୍ଚି କରାଯାଇଥିଲା ।
ହେଲେ ପ୍ରାଥମିକ ଚିକିତ୍ସା ପରେ ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁଙ୍କୁ ବ୍ରହ୍ମପୁର ଏମେକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704944022.jpg)