Advertisment

ବାରହା ଭାବି ଯୁବତୀଙ୍କୁ ଗୁଳି କଲେ ଶିକାରୀ,୨ ଅଟକ

ଯୁବତୀ ଜଣକ ଜଙ୍ଗଲକୁ ଯାଉଥିଲେ ଶୁଖିଲା କାଠ ଗୋଟେଇ.. ଶିକାରୀ ବାରହା ମାରିବାକୁ ଛପି ବସିଥିଲେ.. ଫୁଟିଲା ଗୁଳି.. ଗୁଳି ବାଜିଲା ଯୁବତୀଙ୍କ ଦେହରେ

ଅଦ୍ୟତନ ହୋଇଛି
Poachers Mistaken Girl With Wild Boar

Poachers Mistaken Girl With Wild Boar

Advertisment

ବାରହା ଭାବି ଯୁବତୀଙ୍କୁ ଗୁଳି ମାରିଲେ ଶିକାରୀ । ଗତକାଲି ଦିନ ସାଢେ ୧୧ଟାରେ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ଶିକାରୀ । ଗୁଳିମାଡ଼ରେ ଯୁବତୀ ଆହତ ହୋଇଥିବାବେଳେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Advertisment

ଏହି ଯୁବତୀ ଜଣକ ହେଲେ ଧୁମାଗଡା ଗାଁର ଉର୍ବଶୀ ନାଏକ(୧୮) । ସେ ଲମଟିସ୍ଥିତ ମାମୁ ଘରେ ରହି ବିରବିରା କଲେଜରେ ପଢୁଛନ୍ତି । ଗତକାଲି ଗାଁ ମହିଳାଙ୍କ ସହ ଶୁଖିଲା ଜାଳେଣି ଲଟା ଆଣିବାକୁ ପାଖ ଜଙ୍ଗଲକୁ ଯାଇଥିଲେ । ଠିକ୍ ଏହି ସମୟରେ ଶିକାର ପାଇଁ ଜଙ୍ଗଲ ଭିତରେ ପଶିଥିବା ଶିକାରୀ ଖଡ଼ଖଡ଼ ଶବ୍ଦ ଶୁଣି ଉର୍ବଶୀଙ୍କୁ ବାରହା ଭାବି ନେଇଥିଲେ । ଶବ୍ଦ ଆସୁଥିବା ସ୍ଥାନକୁ ଲକ୍ଷ୍ୟ କରି ଗୁଳି ଚଳାଇ ଦେଇଥିଲେ । ଆଉ ଗୁଳି ଯୁବତୀଙ୍କ ଦେହରେ ବାଜିଥିଲା । ଆଉ ସେ ଜୋରରେ ପାଟି କରିଥିଲେ । ତେବେ ତାଙ୍କ ପାଟି ଶୁଣି ସାଥୀରେ ଯାଇଥିବା ମହିଳାମାନେ ରୁଣ୍ଡ ହୋଇଯାଇଥିଲେ ।

ଘଟଣାସ୍ଥଳରୁ ଆହତ ଯୁବତୀଙ୍କୁ ଗାଁର ମହିଳାମାନେ ଉଦ୍ଧାର କରି ଗାଁକୁ ଆଣିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି । ଅଭିଯୁକ୍ତଙ୍କ ନାମ ଜଣା ପଡିନାହିଁ । ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

Advertisment
Tragic Incident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ